ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ଯକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ନିମ୍ନ ରୁଚିର ଭାଷା ପ୍ରୟୋଗ କରି ଏଭଳି ଯୋଜନାକୁ ସମାଲୋଚନା କରିଥାନ୍ତି । ଯେଭଳି ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ)କୁ ସେ ସମାଲୋଚନା କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ […]

ଭୁବନେଶ୍ୱର: ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ଯକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ନିମ୍ନ ରୁଚିର ଭାଷା ପ୍ରୟୋଗ କରି ଏଭଳି ଯୋଜନାକୁ ସମାଲୋଚନା କରିଥାନ୍ତି । ଯେଭଳି ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ)କୁ ସେ ସମାଲୋଚନା କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟ ସରକାରମାନେ ଯେଭଳି ‘କାଳିଆ’ ଓ ‘ମମତା’ ଭଳି ଯୋଜନାକୁ ସେମାନଙ୍କ ରାଜ୍ୟ ପାଇଁ କପି କରିଛନ୍ତି, ଖୁବଶୀଘ୍ର ଶ୍ରୀମତୀ ସାମନ୍ତସିଂହାର ଦେଖିବେ ସେମାନେ ମଧ୍ୟ ଓଡିଶାର ବିଏସ୍‍କେୱାଇ ଯୋଜନାକୁ ଅନୁରୂପ ଭାବେ କପି କରିବେ । ଓଡିଶାବାସୀ ଭଲଭାବେ ଜାଣିଛନ୍ତି ଯେ ବିଜେଡି ସରକାର ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉଥିବାବେଳେ ଓଡିଶା ବିଜେପି ଏବଂ ଶ୍ରୀ ମତୀ ସାମନ୍ତସିଂହାର ଶସ୍ତା ରାଜନୀତି କରୁଛନ୍ତି । ଓଡିଶାବାସୀ ଏହାଭଲଭାବେ ହୃଦୟଙ୍ଗମ କଲେଣି । ଖୁବ୍‍ଶୀଘ୍ର ଓଡିଶା ବିଜେପି ଏବଂ ଶ୍ରୀମତୀ ସାମନ୍ତସିଂହାର ଦେଖିବେ ବିଏସ୍‍କେୱାଇ ଯୋଜନା କେତେ ଲାଭଦାୟକ । ସେତେବେଳେ ସେମାନଙ୍କୁ ଆଜିର ବିବୃତ୍ତି ପାଇଁ ଅନୁତାପ କରିବାକୁ ପଡିବ ବୋଲି ଇପ୍ସିତା ସାହୁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

18 Aug 2021 By The Sakala

ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

ଭୁବନେଶ୍ୱର: ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ଯକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ନିମ୍ନ ରୁଚିର ଭାଷା ପ୍ରୟୋଗ କରି ଏଭଳି ଯୋଜନାକୁ ସମାଲୋଚନା କରିଥାନ୍ତି । ଯେଭଳି ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ)କୁ ସେ ସମାଲୋଚନା କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟ ସରକାରମାନେ ଯେଭଳି ‘କାଳିଆ’ ଓ ‘ମମତା’ ଭଳି ଯୋଜନାକୁ ସେମାନଙ୍କ ରାଜ୍ୟ ପାଇଁ କପି କରିଛନ୍ତି, ଖୁବଶୀଘ୍ର ଶ୍ରୀମତୀ ସାମନ୍ତସିଂହାର ଦେଖିବେ ସେମାନେ ମଧ୍ୟ ଓଡିଶାର ବିଏସ୍‍କେୱାଇ ଯୋଜନାକୁ ଅନୁରୂପ ଭାବେ କପି କରିବେ । ଓଡିଶାବାସୀ ଭଲଭାବେ ଜାଣିଛନ୍ତି ଯେ ବିଜେଡି ସରକାର ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉଥିବାବେଳେ ଓଡିଶା ବିଜେପି ଏବଂ ଶ୍ରୀ ମତୀ ସାମନ୍ତସିଂହାର ଶସ୍ତା ରାଜନୀତି କରୁଛନ୍ତି । ଓଡିଶାବାସୀ ଏହାଭଲଭାବେ ହୃଦୟଙ୍ଗମ କଲେଣି । ଖୁବ୍‍ଶୀଘ୍ର ଓଡିଶା ବିଜେପି ଏବଂ ଶ୍ରୀମତୀ ସାମନ୍ତସିଂହାର ଦେଖିବେ ବିଏସ୍‍କେୱାଇ ଯୋଜନା କେତେ ଲାଭଦାୟକ । ସେତେବେଳେ ସେମାନଙ୍କୁ ଆଜିର ବିବୃତ୍ତି ପାଇଁ ଅନୁତାପ କରିବାକୁ ପଡିବ ବୋଲି ଇପ୍ସିତା ସାହୁ କହିଛନ୍ତି ।

https://www.thesakala.in/latest-odisha-news/odisha-bjps-habit-of-opposing-the-odisha-governments-yojana/article-4707
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର