ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

Madhusudan Das Picture
Published On

ଭୁବନେଶ୍ୱର: ଭାରତ ବାହାରେ ବିଦେଶରେ ଇସ୍କନ ଦ୍ୱାରା ଅଦିନିଆ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଆୟୋଜନକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶୁକ୍ରବାର ଦିନ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠିଛି। ବୈଠକ ପରେ ଏସଜେଟିଏ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ମହାରାଜାଙ୍କ ଉଦ୍ବେଗ ବିଷୟରେ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ; ଏକାଠି ହେବେ ୧୧ ଦେଶର ପ୍ରତିନିଧି, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ସହର

ଡକ୍ଟର ପାଢ଼ୀ କହିଛନ୍ତି ଯେ ପୂର୍ବରୁ ଦେଶ ଭିତରେ ମଧ୍ୟ ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ହେଉଥିଲା, କିନ୍ତୁ ମନ୍ଦିର ପ୍ରଶାସନର କଡ଼ା ହସ୍ତକ୍ଷେପ ପରେ ତାହା ବନ୍ଦ ହୋଇଛି। ତେବେ ଭାରତ ବାହାରେ କୌଣସି ନିୟମ ନ ମାନି ଅସମୟରେ ଏହି ପବିତ୍ର ରୀତିନୀତି ପାଳନ କରାଯାଉଛି। ପରିଚାଳନା କମିଟି ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି। ପ୍ରଥମେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଏବଂ ପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ନୀଳାଦ୍ରି ବିଜେ ନୀତି ସରିବା ପରେ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ନୀତି ନିର୍ଦ୍ଧାରକଙ୍କୁ ଭେଟି ଆଲୋଚନା କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି

ରତ୍ନଭଣ୍ଡାରର ଅଳଙ୍କାର ଗଣତି ଏବଂ ଦସ୍ତାବିଜୀକରଣ ପ୍ରକ୍ରିୟା ଆଗାମୀ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ପାଇଁ ସାମୟିକ ଭାବେ ବନ୍ଦ ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ଗଣତି କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ ପୁନର୍ବାର ଆରମ୍ଭ ହେବ। ଏଥିପାଇଁ ଏକ ନୂଆ ତାରିଖ ସ୍ଥିର କରାଯାଇ ସରକାରଙ୍କୁ ଜଣାଇ ଦିଆଯିବ। ଏହା ସହିତ ଅଳଙ୍କାର ଗଣତିକୁ ଅଧିକ ସୁଗମ କରିବା ପାଇଁ ବର୍ତ୍ତମାନର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ରେ କିଛି ଆବଶ୍ୟକୀୟ ପରିବର୍ତ୍ତନ କରାଯିବ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

05 Jun 2026 By Madhusudan Das

ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ଭୁବନେଶ୍ୱର: ଭାରତ ବାହାରେ ବିଦେଶରେ ଇସ୍କନ ଦ୍ୱାରା ଅଦିନିଆ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଆୟୋଜନକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶୁକ୍ରବାର ଦିନ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠିଛି। ବୈଠକ ପରେ ଏସଜେଟିଏ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ମହାରାଜାଙ୍କ ଉଦ୍ବେଗ ବିଷୟରେ ଜଣାଇଛନ୍ତି।

ଡକ୍ଟର ପାଢ଼ୀ କହିଛନ୍ତି ଯେ ପୂର୍ବରୁ ଦେଶ ଭିତରେ ମଧ୍ୟ ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ହେଉଥିଲା, କିନ୍ତୁ ମନ୍ଦିର ପ୍ରଶାସନର କଡ଼ା ହସ୍ତକ୍ଷେପ ପରେ ତାହା ବନ୍ଦ ହୋଇଛି। ତେବେ ଭାରତ ବାହାରେ କୌଣସି ନିୟମ ନ ମାନି ଅସମୟରେ ଏହି ପବିତ୍ର ରୀତିନୀତି ପାଳନ କରାଯାଉଛି। ପରିଚାଳନା କମିଟି ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି। ପ୍ରଥମେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଏବଂ ପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ନୀଳାଦ୍ରି ବିଜେ ନୀତି ସରିବା ପରେ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ନୀତି ନିର୍ଦ୍ଧାରକଙ୍କୁ ଭେଟି ଆଲୋଚନା କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ରତ୍ନଭଣ୍ଡାରର ଅଳଙ୍କାର ଗଣତି ଏବଂ ଦସ୍ତାବିଜୀକରଣ ପ୍ରକ୍ରିୟା ଆଗାମୀ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ପାଇଁ ସାମୟିକ ଭାବେ ବନ୍ଦ ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ଗଣତି କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ ପୁନର୍ବାର ଆରମ୍ଭ ହେବ। ଏଥିପାଇଁ ଏକ ନୂଆ ତାରିଖ ସ୍ଥିର କରାଯାଇ ସରକାରଙ୍କୁ ଜଣାଇ ଦିଆଯିବ। ଏହା ସହିତ ଅଳଙ୍କାର ଗଣତିକୁ ଅଧିକ ସୁଗମ କରିବା ପାଇଁ ବର୍ତ୍ତମାନର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ରେ କିଛି ଆବଶ୍ୟକୀୟ ପରିବର୍ତ୍ତନ କରାଯିବ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର