ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଦେବାଶିଷ ସାମନ୍ତରାୟ ଦଳ ଛାଡିବା ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ: ଲେନିନ୍ ମହାନ୍ତି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିଲା ପରେ ଆଜି ଦଳରୁ ଇସ୍ତଫା ଦେଇ ନିଜ ସ୍ୱାର୍ଥପରତାର ପରିଚୟ ଦେଇଛନ୍ତି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଯେଉଁ ଦଳ ଶ୍ରୀ ସାମନ୍ତରାୟଙ୍କୁ ଦଳ ଓ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲା । ସାମାନ୍ୟ ବ୍ୟକ୍ତିଗତ ଓ ବ୍ୟବସାୟିକ ସ୍ୱାର୍ଥ ହାସଲ ପାଇଁ ସେ ଦଳରୁ ଇସ୍ତଫା ଦେଇ ବିଜେପି ମୁହାଁ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା

ଡ. ମହାନ୍ତି ଆହୁରି କହିଥିଲେ ଯେ, ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦେବାଶିଷଙ୍କୁ ଦଳୀୟ ସଂଗଠନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ଦାୟିତ୍ୱ ସହ ରାଜ୍ୟସଭା ସାଂସଦ ଭାବେ ପଠାଇଥିଲେ । ପାଞ୍ଚ ପାଞ୍ଚ ଥର ଟିକେଟ ଦେଇ ୩ ଥର ବିଧାୟକ ହୋଇଥିଲେ ଏବଂ ଓଟିଡିସିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । କଟକ ଜିଲ୍ଲାର ସଭାପତି କରିଥିଲେ । ଦଳରୁ ସେ ଆଉ କ’ଣ ଅଧିକ ଆଶା କରୁଥିଲେ, ତାହା ପ୍ରକାଶ କଲେ ଭଲ ହୁଅନ୍ତା । କ୍ଷମତାରେ ଥିଲା ବେଳେ ସମସ୍ତ ଫାଇଦା ହାସଲ କରି ବିରୋଧୀ ଦଳ ଥିଲା ବେଳେ ଦଳର ହାତ ଛାଡି ଶ୍ରୀ ସାମନ୍ତରାୟ କାହିଁକି ବିଜେପି ମୁହାଁ ହୋଉଛନ୍ତି, ତାହା କଟକବାସୀ ବିଚାର କରିବେ । ବ୍ୟବସାୟିକ ଓ ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ଶ୍ରୀ ସାମନ୍ତରାୟ ଦଳରୁ ଇସ୍ତଫା ଦେବା ଦ୍ୱାରା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ତୃଣମୂଳ ସ୍ତରରେ ନବୀନ ବାବୁଙ୍କ ନେତୃତ୍ୱରେ କାମ କରୁଛନ୍ତି । ସମସ୍ତେ ଜାଣିଛନ୍ତି ଦଳ ଏତେ ସବୁ ଦେବା ସତ୍ତ୍ୱେ ଗତ ଦୁଇ ବର୍ଷ ଧରି ଶ୍ରୀ ସାମନ୍ତରାୟ ଦଳୀୟ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ ।

ଆହୁରି ପଢ଼ନ୍ତୁ: ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

25 May 2026 By Madhusudan Das

ଦେବାଶିଷ ସାମନ୍ତରାୟ ଦଳ ଛାଡିବା ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ: ଲେନିନ୍ ମହାନ୍ତି

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳରୁ ସମସ୍ତ ସୁବିଧା ସୁଯୋଗ ହାସଲ କରିଲା ପରେ ଆଜି ଦଳରୁ ଇସ୍ତଫା ଦେଇ ନିଜ ସ୍ୱାର୍ଥପରତାର ପରିଚୟ ଦେଇଛନ୍ତି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଯେଉଁ ଦଳ ଶ୍ରୀ ସାମନ୍ତରାୟଙ୍କୁ ଦଳ ଓ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲା । ସାମାନ୍ୟ ବ୍ୟକ୍ତିଗତ ଓ ବ୍ୟବସାୟିକ ସ୍ୱାର୍ଥ ହାସଲ ପାଇଁ ସେ ଦଳରୁ ଇସ୍ତଫା ଦେଇ ବିଜେପି ମୁହାଁ ହୋଇଛନ୍ତି । 

ଡ. ମହାନ୍ତି ଆହୁରି କହିଥିଲେ ଯେ, ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦେବାଶିଷଙ୍କୁ ଦଳୀୟ ସଂଗଠନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ଦାୟିତ୍ୱ ସହ ରାଜ୍ୟସଭା ସାଂସଦ ଭାବେ ପଠାଇଥିଲେ । ପାଞ୍ଚ ପାଞ୍ଚ ଥର ଟିକେଟ ଦେଇ ୩ ଥର ବିଧାୟକ ହୋଇଥିଲେ ଏବଂ ଓଟିଡିସିର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । କଟକ ଜିଲ୍ଲାର ସଭାପତି କରିଥିଲେ । ଦଳରୁ ସେ ଆଉ କ’ଣ ଅଧିକ ଆଶା କରୁଥିଲେ, ତାହା ପ୍ରକାଶ କଲେ ଭଲ ହୁଅନ୍ତା । କ୍ଷମତାରେ ଥିଲା ବେଳେ ସମସ୍ତ ଫାଇଦା ହାସଲ କରି ବିରୋଧୀ ଦଳ ଥିଲା ବେଳେ ଦଳର ହାତ ଛାଡି ଶ୍ରୀ ସାମନ୍ତରାୟ କାହିଁକି ବିଜେପି ମୁହାଁ ହୋଉଛନ୍ତି, ତାହା କଟକବାସୀ ବିଚାର କରିବେ । ବ୍ୟବସାୟିକ ଓ ବ୍ୟକ୍ତିଗତ ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ଶ୍ରୀ ସାମନ୍ତରାୟ ଦଳରୁ ଇସ୍ତଫା ଦେବା ଦ୍ୱାରା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ତୃଣମୂଳ ସ୍ତରରେ ନବୀନ ବାବୁଙ୍କ ନେତୃତ୍ୱରେ କାମ କରୁଛନ୍ତି । ସମସ୍ତେ ଜାଣିଛନ୍ତି ଦଳ ଏତେ ସବୁ ଦେବା ସତ୍ତ୍ୱେ ଗତ ଦୁଇ ବର୍ଷ ଧରି ଶ୍ରୀ ସାମନ୍ତରାୟ ଦଳୀୟ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର