ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥର ସଅଳ ଆସିଲା ମୌସୁମୀ
ଭୁବନେଶ୍ୱର: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ସଅଳ ଆସିଲା ମୌସୁମୀ । ଆସନ୍ତା 26 ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଛି ଆଇଏମଡି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଅଳ ଛୁଇଁଲା । ମୌସୁମୀ ବର୍ତମାନ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାର ଠିକ 10ରୁ 12 ଦିନ ମଧ୍ୟରେ ଅର୍ଥାତ 26 ସୁଦ୍ଧା କେରଳ ଛୁଇଁବ ଓ ଏହା ପରେ ଜୁନ ଦ୍ଵିତୀୟ ସପ୍ତାହ ରେ ମୌସୁମୀ ଓଡିଶା ଛୁଇଁବା ନେଇ ଆକଳନ କରିଛି ଆଇ ଏମ ଡି l
ଅନ୍ୟପଟେ ରାଜ୍ୟରେ ପୁଣି ବଢିଲା ତାତି । ବଢୁଛି ଦିନ ତାପମାତ୍ରା, 40 ଡିଗ୍ରୀ ଉପରେ ଟପିଲା ପାରଦ । ଆସନ୍ତା ୨ରୁ ୩ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୫ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ସର୍ବାଧିକ ତାପମାତ୍ରା ଅନୁଗୁଳରେ 40.1 ଡିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ପାରଳାଖେମୁଣ୍ଡି ରେ 19.5 ଡିଗ୍ରୀ ରେକର୍ଡ ହୋଇଛି l ସେହିପରି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ସର୍ବାଧିକ ବର୍ଷା 11 ମିଲିମିଟର ରେକର୍ଡ କରାଯାଇଛି। ଆଗାମୀ 18 ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ। ଆଗାମୀ ୨୪ ଘଣ୍ଟା ପାଇଁ 12 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର l ବିଶେଷକରି ଉତ୍ତର,ଦକ୍ଷିଣ ଓ ପଶ୍ଚିମ ଓଡିଶାର 12 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ରହୁଥିବା ବେଳେ ଏହି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି l ଏହି ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ,ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ l ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ପବନର ବେଗ ୪୦ ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଥିବ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।