ଭୁବନେଶ୍ବରରେ ପହଞ୍ଚିଲେ ପୁରୁଷ ଓ ମହିଳା ହକି ଟିମ୍‌, ସନ୍ଧ୍ୟାରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ହକି ହିରୋ ବ୍ରିଲିଆଣ୍ଟ ବ୍ଲୁ। ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ହକି ଟିମ୍। ବ୍ରିଲିଆଣ୍ଟ ଇନ ବ୍ଳୁ ପହଞ୍ଚିବା ପରେ ଦିଆଯାଉଛି ଭବ୍ୟ ସମ୍ବର୍ଦ୍ଧନା। ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ଇତିହାସ ରଚିଛନ୍ତି […]

ଭୁବନେଶ୍ୱର: ଓଡ଼ିଶାରେ ହକି ହିରୋ ବ୍ରିଲିଆଣ୍ଟ ବ୍ଲୁ। ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ହକି ଟିମ୍। ବ୍ରିଲିଆଣ୍ଟ ଇନ ବ୍ଳୁ ପହଞ୍ଚିବା ପରେ ଦିଆଯାଉଛି ଭବ୍ୟ ସମ୍ବର୍ଦ୍ଧନା। ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ଇତିହାସ ରଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରାରେ ହୋଟେଲକୁ ନିଆଯାଉଛି। ମାଦଳ ଠାରୁ ଆରମ୍ଭ କରି ଘୋଡ଼ା ବାଘ ଭାଲୁ ନାଚରେ ତାଙ୍କୁ ସ୍ୱାଗତ କରାଯାଇଛି। ମାଦଳ ଏବଂ ଶଂଙ୍ଖ ଶବ୍ଦରେ ଉଛୁଳି ପଡ଼ିଛି ବିମାନବନ୍ଦର ପାଖ। ଉଭୟ ପୁରୁଷ ଏବଂ ମହିଳା ହକି ଦଳକୁ ଏବେ ହୋଟେଲକୁ ନିଆଯାଉଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସନ୍ଧ୍ୟାରେ ପୁରୁଷ ଓ ମହିଳା ହକି ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହୋଟେଲେ ପହଞ୍ଚିଲା ପରେ ସେଠାରେ ମଧ୍ୟ ମହିଳା ଏବଂ ପୁରୁଷ ହକି ଦଳକୁ ଭବ୍ୟ ସ୍ୱାଗତ କରାଯିବାର ବ୍ୟବସ୍ଥା ରହିଛି। ଖେଳାଳିଙ୍କ ପାଇଁ ହୋଟେଲ ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଖେଳାଳିମାନେ ହୋଟେଲରେ ପହଞ୍ଚିବା ପରେ ପ୍ରଥମେ କେକ୍ କାଟିବେ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

କେକ୍‌ କାଟିବା ପରେ ହୋଟେଲରେ ବିଶ୍ରାମ ପାଇଁ ଯିବେ। ତେବେ ଉଭୟ ଟିମ୍ ପାଇଁ ହୋଟେଲରେ ୩୫ରୁ ୪୦ଟି ରୁମ୍ ବୁକିଂ କରାଯାଇଛି। ଖେଳାଳିଙ୍କ ମନପସନ୍ଦର ଖାଦ୍ୟ ମେନ୍ୟୁ ପ୍ରସ୍ତୁତ କରାଯାଇଛି। ହକି ଟିମର ମନପସନ୍ଦର ଖାଦ୍ୟ ମଟନ ଦମ ବିରିଆନି ଓ ଗାର୍ଲିକ ନାନ୍ ହୋଇଥିବା ବେଳେ ବ୍ରେକଫାଷ୍ଟରେ ଫ୍ରୁଟ୍ ବାସ୍କେଟ, ଫ୍ରେସ ଫ୍ରୁଟ୍ ଜୁସ, ମିଲ୍କ ସେକ୍ ଆଦି ରହିଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର