ପୁରୀ-କୋରାପୁଟ ମଧ୍ୟରେ ଚାଲିବ ନୂଆ ଏକ୍ସପ୍ରେସ୍‌ ଟ୍ରେନ, ମଞ୍ଜୁରୀ ଦେଲେ ରେଳ ମନ୍ତ୍ରଣାଳୟ

Madhusudan Das Picture
Published On

କୋରାପୁଟ/ ରାୟଗଡ଼: ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ ନୂଆ ସାପ୍ତାହିକ ତିନିଦିନିଆ (ଟ୍ରାଇ-ୱିକଲି) ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନୂତନ ଟ୍ରେନ୍‌ ଦ୍ୱାରା ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଜନସାଧାରଣ ସିଧାସଳଖ ଉପକୃତ ହୋଇପାରିବେ। ଟ୍ରେନ୍‌ ନମ୍ୱର ୧୮୪୦୭ / ୧୮୪୦୮ (ପୁରୀ-କୋରାପୁଟ-ପୁରୀ ଏକ୍ସପ୍ରେସ୍‌) ସପ୍ତାହରେ ୩ ଦିନ ଚାଲିବ। ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, ଅନୁଗୁଳ, ସମ୍ୱଲପୁର, ବରଗଡ଼ ରୋଡ୍‌, ବଲାଙ୍ଗୀର, ଟିଟଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଆଦି ୧୯ଟି ଷ୍ଟପେଜ ଦେଇ ଯିବ। 

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ଦୀର୍ଘ ଦିନର ଦାବି ପୂରଣ କରି ଏହି ସେବା ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା ଏବଂ କେବିକେ ଅଞ୍ଚଳକୁ ରାଜଧାନୀ ସହ ସିଧାସଳଖ ଯୋଡ଼ିବ। ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀ, କୋରାପୁଟର ପର୍ଯ୍ୟଟକ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟବସାୟ ପାଇଁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ। ଟ୍ରେନଟି ପ୍ରତି ସୋମବାର, ଗୁରୁବାର ଏବଂ ଶନିବାର ସକାଳ ୭ଟାରେ ପୁରୀରୁ ଛାଡି ସେହିଦିନ ରାତି ୧୧ଟା ୩୦ ମିନିଟରେ କୋରାପୁଟରେ ପହଞ୍ଚିବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

ଟ୍ରେନଟି ପ୍ରତି ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ସକାଳ ୫ଟାରେ କୋରାପୁଟରୁ ଛାଡି ସେହିଦିନ ରାତି ୧୦ଟା୨୦ ମିନିଟରେ ପୁରୀରେ ପହଞ୍ଚିବ। ଖୁବ୍‌ ଶୀଘ୍ର ଏହି ଟ୍ରେନର ଆନୁଷ୍ଠାନିକ ଶୁଭାରମ୍ଭ ତାରିଖ ଘୋଷଣା କରାଯିବ ବୋଲି ରେଳବାଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।   

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

14 May 2026 By Madhusudan Das

ପୁରୀ-କୋରାପୁଟ ମଧ୍ୟରେ ଚାଲିବ ନୂଆ ଏକ୍ସପ୍ରେସ୍‌ ଟ୍ରେନ, ମଞ୍ଜୁରୀ ଦେଲେ ରେଳ ମନ୍ତ୍ରଣାଳୟ

କୋରାପୁଟ/ ରାୟଗଡ଼: ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ ନୂଆ ସାପ୍ତାହିକ ତିନିଦିନିଆ (ଟ୍ରାଇ-ୱିକଲି) ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନୂତନ ଟ୍ରେନ୍‌ ଦ୍ୱାରା ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଜନସାଧାରଣ ସିଧାସଳଖ ଉପକୃତ ହୋଇପାରିବେ। ଟ୍ରେନ୍‌ ନମ୍ୱର ୧୮୪୦୭ / ୧୮୪୦୮ (ପୁରୀ-କୋରାପୁଟ-ପୁରୀ ଏକ୍ସପ୍ରେସ୍‌) ସପ୍ତାହରେ ୩ ଦିନ ଚାଲିବ। ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, ଅନୁଗୁଳ, ସମ୍ୱଲପୁର, ବରଗଡ଼ ରୋଡ୍‌, ବଲାଙ୍ଗୀର, ଟିଟଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଆଦି ୧୯ଟି ଷ୍ଟପେଜ ଦେଇ ଯିବ। 

ଦୀର୍ଘ ଦିନର ଦାବି ପୂରଣ କରି ଏହି ସେବା ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା ଏବଂ କେବିକେ ଅଞ୍ଚଳକୁ ରାଜଧାନୀ ସହ ସିଧାସଳଖ ଯୋଡ଼ିବ। ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀ, କୋରାପୁଟର ପର୍ଯ୍ୟଟକ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟବସାୟ ପାଇଁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ। ଟ୍ରେନଟି ପ୍ରତି ସୋମବାର, ଗୁରୁବାର ଏବଂ ଶନିବାର ସକାଳ ୭ଟାରେ ପୁରୀରୁ ଛାଡି ସେହିଦିନ ରାତି ୧୧ଟା ୩୦ ମିନିଟରେ କୋରାପୁଟରେ ପହଞ୍ଚିବ।

ଟ୍ରେନଟି ପ୍ରତି ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ସକାଳ ୫ଟାରେ କୋରାପୁଟରୁ ଛାଡି ସେହିଦିନ ରାତି ୧୦ଟା୨୦ ମିନିଟରେ ପୁରୀରେ ପହଞ୍ଚିବ। ଖୁବ୍‌ ଶୀଘ୍ର ଏହି ଟ୍ରେନର ଆନୁଷ୍ଠାନିକ ଶୁଭାରମ୍ଭ ତାରିଖ ଘୋଷଣା କରାଯିବ ବୋଲି ରେଳବାଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।   

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର