ଆଜି ଓଡିଶା ଆସୁଛନ୍ତି ଅଲିମ୍ପିକ୍ସ ବୀର, ଉଭୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‍। ଆଜି ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଉଭୟ ଟିମ୍‍କୁ କଡ଼ା ସୁରକ୍ଷା ବଳୟ ଭିତରେ ହୋଟେଲକୁ ନିଆଯିବ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସହରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ସ୍ୱତନ୍ତ୍ର ବନ୍ଧୁକଧାରୀ ପୁଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି। ସେହିପରି କଳିଙ୍ଗ ଷ୍ଟାଡିୟମ, ସଚିବାଳୟ […]

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‍। ଆଜି ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଉଭୟ ଟିମ୍‍କୁ କଡ଼ା ସୁରକ୍ଷା ବଳୟ ଭିତରେ ହୋଟେଲକୁ ନିଆଯିବ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସହରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ସ୍ୱତନ୍ତ୍ର ବନ୍ଧୁକଧାରୀ ପୁଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି। ସେହିପରି କଳିଙ୍ଗ ଷ୍ଟାଡିୟମ, ସଚିବାଳୟ ଓ ଖେଳାଳି ରହୁଥିବା ହୋଟେଲରେ ପୁଲିସ ଛାଉଣୀ କରାଯାଇଛି। ଏଥିସହ ବିମାନବନ୍ଦର ଠାରୁ ହୋଟେଲ ଓ ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ସହରକୁ ହାଇ ଆଲର୍ଟ କରାଯାଇଛି ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ସେହିପରି ଉଭୟ ପୁରୁଷ ଓ ମହିଳା ଦଳ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସମ୍ବର୍ଦ୍ଧିତ କରାଯିବ। ସେଠାରୁ ହୋଟେଲକୁ କଡ଼ା ସୁରକ୍ଷା ବ୍ୟବସ୍ଥା ନିଆଯିବ। ଏହାପରେ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବ ରହିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବେ। ଏହାପରେ ସଚିବାଳୟରେ ଏକ କାର୍ଯ୍ୟକ୍ରମ ରହିଛି। ଏହାପରେ ଖେଳାଳିମାନେ ରାତିରେ ହୋଟେଲରେ ରାତ୍ରିଯାପନ କରିବେ। ବୁଧବାର ସକାଳୁ ପୁଣି ଖେଳାଳିମାନେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‍ କାଂସ୍ୟ ପଦକ ଜିତିଥିବା ବେଳେ ମହିଳା ଟିମ୍‍ କୌଣସି ପଦକ ନ ଆଣିଥିଲେ ମଧ୍ୟ ଲଢ଼ୁୁଆ ପ୍ରଦର୍ଶନ କରି ମନ ଜିଣି ଚତୁର୍ଥ ସ୍ଥାନରେ ରହିଥିଲା। ଉଭୟ ଟିମ୍‍ କୁ ଭୁବନେଶ୍ୱର ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକଲି ଅପରାହ୍ଣରେ ଉଭୟ ଟିମକୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ। କୋଭିଡ କଟକଣା ଅନୁସାରେ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଅଳ୍ପ କିଛି ଅତିଥି ଯୋଗଦେବେ। ଭାରତୀୟ ହକି ଟିମର ଏବେ ସ୍ପୋନସର ଦାୟିତ୍ୱରେ ଅଛନ୍ତି ଓଡ଼ିଶା ସରକାର।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ରହିବେ କେଉଁଠି, ଖାଇବେ କ’ଣ

ସେପଟେ ଉଭୟ ହକି ଟିମ୍‍ ରହିବା ଲାଗି ଜୟଦେବବିହାର ନିକଟରେ ଥିବା ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ହୋଟେଲରେ ଖେଳାଳି ପହଞ୍ଚିବା ପରେ କେକ୍‍ କାଟି ସ୍ୱାଗତ କରାଯିବ। ହୋଟଲର ଚତୁର୍ଥ ମହଲାରେ ମହିଳା ଟିମ୍‍ ରହିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ପୁରୁଷ ଟିମ୍‍ ପାଇଁ ପ୍ରସ୍ତୁତି କରାଯାଇଛି। ସେମାନଙ୍କ ୩୫ରୁ ୪୦ଟି କୋଠରୀ ବ୍ୟବସ୍ଥା କରାଯାଇଛି। ସେହିପରି ହକି ହିରୋଙ୍କ ପାଇଁ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରାଯାଇଛି। ଜଳଖିଆରେ ଫ୍ରୁଟ୍‍ ବାସ୍କେଟ, ଫ୍ରେସ ଫ୍ରୁଟ୍‍ ଜୁସ, ମିଲ୍କ ସେକ୍‍, କର୍ଣ୍ଣଫ୍ଲେକ୍ସ, ଚକୋଫ୍ଲେକ୍ସ, ମୁସଲି, ହ୍ୱାଇଟ ଆଣ୍ଡ ବ୍ରାଉନ ବ୍ରେଡ, କ୍ରୋସେଣ୍ଟ, ମଫିନ୍ସ ଭଳି ବିଭିନ୍ନ ଖାଦ୍ୟ ରହିଛି। ଏଥିସହ ମଧ୍ୟାହ୍ନ ଭୋଜନରେ ସାଦାରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍‍ ଓ ଆମିଷରେ ଲସୁନୀ କବାବ୍‍, ତନ୍ଦୁରୀ ଚିକେନ, ସେଜଓ୍‍ୱାନ ପ୍ରନ୍‍, ଫିସ୍‍ ଫିଙ୍ଗର ଆଦି ରହିଛି। ଏହାସହ ଭେଜ୍‍ ବର୍ଣ୍ଣଟ୍‍ ବଣ୍ଡ ଗାର୍ଲିକ ସୁପ୍‍, ସାଲାଡ, ଫଳ, ପାମ୍ପଡ଼, ଆଚାର, ଚଟନି ରହିଛି। ଏହାସହ ମଟନ ଦମ୍‍ ବିରିୟାନି, ବଟର ଚିକେନ, ପେପର ଗାର୍ଲିକ ଫିସ୍‍, ପ୍ରନ ମନପସନ୍ଦ, ମଟନ କୁର୍ମା ଭଳି ସୁସ୍ୱାଦୁ ଖାଦ୍ୟ ଆମିଷ ମେନ୍ୟୁରେ ରହିଛି। ସାଦାରେ ମେଥି କର୍ଣ୍ଣ ପନିର ପାଲକ, ଦେଓ୍‍ୱାନୀ ହାଣ୍ଡି, ଭେଣ୍ଡି ଓନିଅନ ଟମାଟୋ ଫ୍ରାଏ, ଡାଲ୍‍ ଫ୍ରାଏ, ଚିଲ୍ଲି ମସରୁମ, ବେବିକର୍ଣ୍ଣ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ। ମିଠାରେ ଛେନାପୋଡ଼, ରସଗୋଲା, ଗୋଲାପଜାମୁ ଓ ଆଇସକ୍ରିମ ରହିଛି ବୋଲି ହୋଟେଲ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

17 Aug 2021 By The Sakala

ଆଜି ଓଡିଶା ଆସୁଛନ୍ତି ଅଲିମ୍ପିକ୍ସ ବୀର, ଉଭୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‍। ଆଜି ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଉଭୟ ଟିମ୍‍କୁ କଡ଼ା ସୁରକ୍ଷା ବଳୟ ଭିତରେ ହୋଟେଲକୁ ନିଆଯିବ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସହରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ସ୍ୱତନ୍ତ୍ର ବନ୍ଧୁକଧାରୀ ପୁଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି। ସେହିପରି କଳିଙ୍ଗ ଷ୍ଟାଡିୟମ, ସଚିବାଳୟ ଓ ଖେଳାଳି ରହୁଥିବା ହୋଟେଲରେ ପୁଲିସ ଛାଉଣୀ କରାଯାଇଛି। ଏଥିସହ ବିମାନବନ୍ଦର ଠାରୁ ହୋଟେଲ ଓ ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ସହରକୁ ହାଇ ଆଲର୍ଟ କରାଯାଇଛି ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସେହିପରି ଉଭୟ ପୁରୁଷ ଓ ମହିଳା ଦଳ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ସମ୍ବର୍ଦ୍ଧିତ କରାଯିବ। ସେଠାରୁ ହୋଟେଲକୁ କଡ଼ା ସୁରକ୍ଷା ବ୍ୟବସ୍ଥା ନିଆଯିବ। ଏହାପରେ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବ ରହିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବେ। ଏହାପରେ ସଚିବାଳୟରେ ଏକ କାର୍ଯ୍ୟକ୍ରମ ରହିଛି। ଏହାପରେ ଖେଳାଳିମାନେ ରାତିରେ ହୋଟେଲରେ ରାତ୍ରିଯାପନ କରିବେ। ବୁଧବାର ସକାଳୁ ପୁଣି ଖେଳାଳିମାନେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‍ କାଂସ୍ୟ ପଦକ ଜିତିଥିବା ବେଳେ ମହିଳା ଟିମ୍‍ କୌଣସି ପଦକ ନ ଆଣିଥିଲେ ମଧ୍ୟ ଲଢ଼ୁୁଆ ପ୍ରଦର୍ଶନ କରି ମନ ଜିଣି ଚତୁର୍ଥ ସ୍ଥାନରେ ରହିଥିଲା। ଉଭୟ ଟିମ୍‍ କୁ ଭୁବନେଶ୍ୱର ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକଲି ଅପରାହ୍ଣରେ ଉଭୟ ଟିମକୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ। କୋଭିଡ କଟକଣା ଅନୁସାରେ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଅଳ୍ପ କିଛି ଅତିଥି ଯୋଗଦେବେ। ଭାରତୀୟ ହକି ଟିମର ଏବେ ସ୍ପୋନସର ଦାୟିତ୍ୱରେ ଅଛନ୍ତି ଓଡ଼ିଶା ସରକାର।

ରହିବେ କେଉଁଠି, ଖାଇବେ କ’ଣ

ସେପଟେ ଉଭୟ ହକି ଟିମ୍‍ ରହିବା ଲାଗି ଜୟଦେବବିହାର ନିକଟରେ ଥିବା ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ହୋଟେଲରେ ଖେଳାଳି ପହଞ୍ଚିବା ପରେ କେକ୍‍ କାଟି ସ୍ୱାଗତ କରାଯିବ। ହୋଟଲର ଚତୁର୍ଥ ମହଲାରେ ମହିଳା ଟିମ୍‍ ରହିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ପୁରୁଷ ଟିମ୍‍ ପାଇଁ ପ୍ରସ୍ତୁତି କରାଯାଇଛି। ସେମାନଙ୍କ ୩୫ରୁ ୪୦ଟି କୋଠରୀ ବ୍ୟବସ୍ଥା କରାଯାଇଛି। ସେହିପରି ହକି ହିରୋଙ୍କ ପାଇଁ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରାଯାଇଛି। ଜଳଖିଆରେ ଫ୍ରୁଟ୍‍ ବାସ୍କେଟ, ଫ୍ରେସ ଫ୍ରୁଟ୍‍ ଜୁସ, ମିଲ୍କ ସେକ୍‍, କର୍ଣ୍ଣଫ୍ଲେକ୍ସ, ଚକୋଫ୍ଲେକ୍ସ, ମୁସଲି, ହ୍ୱାଇଟ ଆଣ୍ଡ ବ୍ରାଉନ ବ୍ରେଡ, କ୍ରୋସେଣ୍ଟ, ମଫିନ୍ସ ଭଳି ବିଭିନ୍ନ ଖାଦ୍ୟ ରହିଛି। ଏଥିସହ ମଧ୍ୟାହ୍ନ ଭୋଜନରେ ସାଦାରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍‍ ଓ ଆମିଷରେ ଲସୁନୀ କବାବ୍‍, ତନ୍ଦୁରୀ ଚିକେନ, ସେଜଓ୍‍ୱାନ ପ୍ରନ୍‍, ଫିସ୍‍ ଫିଙ୍ଗର ଆଦି ରହିଛି। ଏହାସହ ଭେଜ୍‍ ବର୍ଣ୍ଣଟ୍‍ ବଣ୍ଡ ଗାର୍ଲିକ ସୁପ୍‍, ସାଲାଡ, ଫଳ, ପାମ୍ପଡ଼, ଆଚାର, ଚଟନି ରହିଛି। ଏହାସହ ମଟନ ଦମ୍‍ ବିରିୟାନି, ବଟର ଚିକେନ, ପେପର ଗାର୍ଲିକ ଫିସ୍‍, ପ୍ରନ ମନପସନ୍ଦ, ମଟନ କୁର୍ମା ଭଳି ସୁସ୍ୱାଦୁ ଖାଦ୍ୟ ଆମିଷ ମେନ୍ୟୁରେ ରହିଛି। ସାଦାରେ ମେଥି କର୍ଣ୍ଣ ପନିର ପାଲକ, ଦେଓ୍‍ୱାନୀ ହାଣ୍ଡି, ଭେଣ୍ଡି ଓନିଅନ ଟମାଟୋ ଫ୍ରାଏ, ଡାଲ୍‍ ଫ୍ରାଏ, ଚିଲ୍ଲି ମସରୁମ, ବେବିକର୍ଣ୍ଣ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ। ମିଠାରେ ଛେନାପୋଡ଼, ରସଗୋଲା, ଗୋଲାପଜାମୁ ଓ ଆଇସକ୍ରିମ ରହିଛି ବୋଲି ହୋଟେଲ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର