ମନୋରଞ୍ଜନ
ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଶ୍ୱଶୁର ଘରେ ଜ୍ୱାଇଁକୁ ଗୁଳିକରି ହତ୍ୟା !
କନ୍ଧମାଳ: ଶ୍ୱଶୁରଘରେ ଜ୍ୱାଇଁଙ୍କୁ ଗୁଳିକରି ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜ୍ୱାଇଁର ମୃତଦେହ ଉଦ୍ଧାର। କନ୍ଧମାଳ ବେଲଘର ଥାନା ସାପେରି ଗାଁରେ ଚାଞ୍ଚଲ୍ୟ । ଦେଶୀ ବନ୍ଧୁକରୁ ଗୁଳିକରି ହତ୍ୟା ଅଭିଯୋଗ । ଶିକାର କରିବା ବାହାନାରେ ଶଳାମାନେ ଜଙ୍ଗଲକୁ ଡାକିନେଇ ହତ୍ୟା କରିବା ଅଭିଯୋଗ । ଜମିବାଡ଼ି ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ସନ୍ଦେହ। ମୃତଦେହ ଜବତ କରିବା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଆଖପାଖ ଲୋକଙ୍କୁ ପଚରାଉଚରା କରୁଛି ପୋଲିସ । ଜଙ୍ଗଲ ଭିତରେ ଏଭଳି ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।