ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଅଭିଯୋଗ, ହାଜତ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ଥାନା ଭିତରୁ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର । ଗତ ସୋମବାର ଦିନ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଡାବୁଗାଁ ଥାନା ପୋଲିସ ଅଞ୍ଚଳା ଗାଁର ପୂର୍ଣ୍ଣ କଲାରଙ୍କୁ ଅଟକ ରଖିଥିଲା । ଆଜି ସକାଳୁ ଥାନା ଭିତରେ ଥିବା ପାଇଖାନା ଭିତରେ ପୂର୍ଣ୍ଣ କଲାରଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ଗତ ସୋମବାର ଅଞ୍ଚଳା ଗାଁ ଯୁବକଙ୍କୁ ଅଟକ ରଖିଥିଲା ଡାବୁଗାଁ ଥାନା ପୋଲିସ । ଆଜି କୋର୍ଟ ଚାଲାଣ ହୋଇଥାନ୍ତା ଅଭିଯୁକ୍ତ, କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଜଣକ ଜୀବନ ହାରିଛନ୍ତି । ଥାନା ଭିତରେ ଅଭିଯୁକ୍ତର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ ଆଜି ସକାଳୁ ଥାନା ଭିତରେ ଥିବା ପାଇଖାନା ଭିତରେ ପୂର୍ଣ୍ଣଙ୍କର ଝୁଲନ୍ତା ଶବ ଉଦ୍ଧାର ହେଇଛି । ଆଜି ଉତ୍ତରାଞ୍ଚଳ ଆରଡିସି ତଦନ୍ତ କରିବେ।