ମନୋରଞ୍ଜନ
ଓଡ଼ିଶା
ଜଣାପଡିଲା କେନ୍ଦୁଝରରେ ମରିଥିବା ୪ ହାତୀଙ୍କର ମୃତ୍ୟୁର କାରଣ
କେନ୍ଦୁଝର: କେନ୍ଦୁଝରରେ ହାତୀ ମଡ଼କର କାରଣ ଜଣାପଡିଛି। ହାତୀ ଲଢେଇରେ ମରିନାହାନ୍ତି ଜୀବାଣୁ ଜନିତ ରୋଗରେ ପୀଡିତ ହୋଇ ମରିଥିବା ସାଂପଲ ପରୀକ୍ଷାରୁ ଜଣା ପଡିଥିବା କେନ୍ଦୁଝର ଡ଼ି ଏଫ ଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ଭୂୟାଁ ଜୁଆଙ୍ଗ ପିଢ଼ ବନାଞ୍ଚଳରେ ୨ ଗୋରୁ ମରିଥିଲେ। ଗୋରୁ ଦୁଇଟି ଜୀବାଣୁ ଜନିତ ରୋଗରେ ପୀଡ଼ିତ ହୋଇ ମରିଥିଲେ। ସେମାନଙ୍କୁ ଲୋକେ ବାହାରେ ଫିଙ୍ଗି ଦେଇଥିଲେ। ସେହି ଗୋରୁ ଗୁଡିକରୁ ଜୀବାଣୁ […]
କେନ୍ଦୁଝର: କେନ୍ଦୁଝରରେ ହାତୀ ମଡ଼କର କାରଣ ଜଣାପଡିଛି। ହାତୀ ଲଢେଇରେ ମରିନାହାନ୍ତି ଜୀବାଣୁ ଜନିତ ରୋଗରେ ପୀଡିତ ହୋଇ ମରିଥିବା ସାଂପଲ ପରୀକ୍ଷାରୁ ଜଣା ପଡିଥିବା କେନ୍ଦୁଝର ଡ଼ି ଏଫ ଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ଭୂୟାଁ ଜୁଆଙ୍ଗ ପିଢ଼ ବନାଞ୍ଚଳରେ ୨ ଗୋରୁ ମରିଥିଲେ। ଗୋରୁ ଦୁଇଟି ଜୀବାଣୁ ଜନିତ ରୋଗରେ ପୀଡ଼ିତ ହୋଇ ମରିଥିଲେ। ସେମାନଙ୍କୁ ଲୋକେ ବାହାରେ ଫିଙ୍ଗି ଦେଇଥିଲେ। ସେହି ଗୋରୁ ଗୁଡିକରୁ ଜୀବାଣୁ ସସ୍ପର୍ଶରେ ଆସି ହାତୀ ଗୁଡିକର ମୃତ୍ୟୁ ହୋଇଥିବା ଜଣାପଡିଛି। ଅଳ୍ପଦିନ ମଧ୍ୟରେ ୪ ହାତୀ ମରିବାକୁ ନେଇ ବନ ବିଭାଗ ଚିନ୍ତାରେ ଥିଲା। ନିକଟରେ ଓୟୁଏଟି, ଏଡିଆରଆଇ,ସିଡିଭିଓ,ବନ ବିଭାଗର ଟିମ ହାତୀ ମୃତ୍ୟୁର କାରଣ ଖୋଜିବା ସହିତ ସାଂପଲ ସଂଗ୍ରହ କରିଥିଲେ। ପରୀକ୍ଷାରୁ ହାତୀ ମୃତ୍ୟୁର କାରଣ ଜୀବାଣୁ ଜନିତ ହୋଇଥିବା ଜଣାପଡିଛି। ଏହା ଜଣାପଡିବା ପରେ ବଂଶପାଳ ଅଞ୍ଚଳର ଜଳାଶ୍ରୟ ଗୁଡିକରେ ଡିସଇନଫେକ୍ସନ କାମ ଜୋରରେ ଚାଲିଛି। ଏଥିସହ ସେ ଅଞ୍ଚଳର ସମସ୍ତ ଗୋରୁ ଗାଇଙ୍କୁ ଟୀକାକରଣ କରାଯାଉଥିବାବେଳେ ଜୀବାଣୁ ସମ୍ବାବ୍ୟ ଅଞ୍ଚଳରେ ଥିବା ହାତୀ ମାନଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଲୋକମାନେ ସେ ଅଞ୍ଚଳକୁ ଗୋରୁଗାଈଙ୍କୁ ନ ଛାଡିବାକୁ ପରାମର୍ଶ ଦିଆଯାଇଛି।