ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ; ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ

Madhusudan Das Picture
Published On

ଭୁବନେଶ୍ବର: ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠାକୁ ଆଜି ପୂରିଛି ୭୮ବର୍ଷ । ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ ଆଜି । ୧୯୪୬ ମସିହାରେ ଭୁବନେଶ୍ବରର ଯୋଜନା, ନକ୍ସା, ଡିଜାଇନ ଓ ସହରୀ ସଂରଚନା ପ୍ରସ୍ତୁତ କରିଥିଲେ ପ୍ରଖ୍ୟାତ ଆର୍କିଟେକ୍ଟ ଓଟ୍ଟୋ କୋଏନିଗସବର୍ଗର। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବର ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ । ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ମନ୍ଦିରମିଳିନୀରୁ ସ୍ମାର୍ଟସିଟିର ଏକ ଲମ୍ବା ଯାତ୍ରା ଭିତରେ ବଢ଼ିଛି ସହରର କାୟା । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସହରର ବିଭିନ୍ନ ସ୍ଥାନକୁ ସଜ୍ଜା ଯାଇଥିବାବେଳେ ଦୁଇଦିନ ଧରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଯିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା ସାଙ୍ଗ, ପୋଖରୀରେ ବୁଡି ଚାଲିଗଲା ଜୀବନ

ବୟସ ବଢ଼ିବା ସହ ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ। ମନ୍ଦିର ମାଳିନୀରୁ ହୋଇଛି ସ୍ମାର୍ଟ ସିଟି । ଏକାମ୍ର କ୍ଷେତ୍ରରୁ ରାଜ୍ୟର ରାଜଧାନୀ। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ବିଶ୍ୱସ୍ତରୀୟ ନେଟଓ୍ୱର୍କ, ଲୋକଙ୍କ ଜୀବନଶୈଳୀ। ସବୁକିଛି ବଦଳିଛି ଏହି ୭୮ ବର୍ଷ ମଧ୍ୟରେ ।

ଆହୁରି ପଢ଼ନ୍ତୁ: ମା' କୋଳରୁ ୪ ମାସର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ

ସେଦିନ ମାତ୍ର ୧୫ହଜାର ଲୋକ ରହିବା ପାଇଁ ନକ୍ସା ପ୍ରସ୍ତୁତ ହୋଇଥିବା ରାଜଧାନୀ ଆଜି କାୟାବିସ୍ତାର କରି ମାଡ଼ିଚାଲିଛି। ଏବେ ପ୍ରାୟ ୧୫ଲକ୍ଷ ଲୋକଙ୍କର ଏହା ଏକ ମହାନଗରୀରେ ପରିଣତ ହୋଇଛି। ମୂଳ ମାଷ୍ଟରପ୍ଲାନ୍‌ଠାରୁ ଦୂରେଇ ଯାଇ ବହୁବିଧ ସମସ୍ୟା ଜର୍ଜରିତ ନଗରୀ ହୋଇଛି ଭୁବନେଶ୍ୱର। ଆନୁଷଙ୍ଗିକ ଭିତ୍ତିଭୂମି ନଥାଇ ମଧ୍ୟ ଅସ୍ୱାଭାବିକ ଭାବରେ ଦ୍ରୁତ ଅଭିବୃଦ୍ଧି ସାଧିତ ହେଉଥିବା ଏହି ସହରର ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀ ପ୍ରତିଷ୍ଠା ପରେ ସ୍ୱଳ୍ପ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସହର କେବଳ ଏକ ଛୋଟ ଏନ୍‌.ଏ.ସି. ରୂପେ ଦୀର୍ଘଦିନ ଧରି ରହି ଆସିଥିଲା। ମାତ୍ର ପରବର୍ତ୍ତୀ ସମୟରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ସହରର ଦ୍ରୁତ ବିକାଶର ଧାରା ଅବ୍ୟାହତ ରହିବାରୁ ଏହାକୁ ମ୍ୟନିସିପାଲିଟିରେ ପରିଣତ କରାଗଲା। ମାତ୍ର ୩୦ଜଣ କାଉନସିଲରଙ୍କୁ ନେଇ ପୌରସଭା କାର୍ଯ୍ୟ ପରିଚାଳିତ ହେଉଥିଲା। କିନ୍ତୁ ଏହା ସତ୍ତ୍ବେ ରାଜଧାନୀର ଅଭିବୃଦ୍ଧି କ୍ରମଶଃ ଏଭଳି ଦ୍ରୁତତର ହୋଇଉଠିଲା ଯେ, ଗତ କିଛି ବର୍ଷ ହେଲା ଏହା ମହାନଗର ନିଗମ ବା ମ୍ୟୁନିସିପାଲ କର୍ପୋରେସନ ଅଧୀନକୁ ଆସିଛି। ଏବେ ଏଠାରେ ୬୭ଜଣ ନିର୍ବାଚିତ କର୍ପୋରେଟର୍‌ ଏବଂ ଏହାର ମୁଖ୍ୟ ମେୟରଙ୍କ ତତ୍ତ୍ୱାବଧାନରେ ପରିଷ୍କାର ପରିଚ୍ଛନ୍ନନତାଠାରୁ ଆରମ୍ଭ କରି ସହରର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପରିଚାଳିତ ହେଉଛି।

ଆହୁରି ପଢ଼ନ୍ତୁ: OSSTET-୨୦୨୫ ରେଜଲ୍ଟ ପ୍ରକାଶିତ, ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ

ସେହିଭଳି ୧୯୮୨ ମସିହାରେ ରାଜ୍ୟ ବିଧାନସଭାରେ ଗୃହୀତ ସ୍ୱତନ୍ତ୍ର ଆଇନ ବଳରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ନାମକ ଏକ ସରକାରୀ ସ୍ୱୟଂଶାସିତ ସଂସ୍ଥା ଗଠିତ ହୋଇଛି। ବର୍ତ୍ତମାନ ବିଏମ୍‌ସି ଓ ବିଡିଏ ଭଳି ଦୁଇଟି ସଂସ୍ଥା ରାଜଧାନୀର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ରଖିଥିବା ବେଳେ ଏହାର ସମସ୍ୟା କିନ୍ତୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ  ସ୍ଥାପନ ପୂର୍ବରୁ ଏଠାରେ ପ୍ରବାହିତ ହେଉଥିବା ୧୦/୧୧ଟି ପ୍ରାକୃତିକ ଝରଣାକୁ ଅଟକାଇ ଜୋରଜବରଦସ୍ତ ସେଠାରେ ଘରବାଡ଼ି ନିର୍ମାଣ କରାଯାଇଥିବାରୁ ସହରରେ ଜଳ ନିଷ୍କାସନ ସବୁଠାରୁ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଛି। ସହରର ଜଳ ନିଷ୍କାସନର ସମସ୍ତ ପଥ ଆଜି ଅବରୁଦ୍ଧ। ଦେଶର ପ୍ରାୟ ସମସ୍ତ ରାଜ୍ୟର ରାଜଧାନୀ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ହାସଲ କରିଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ମଧ୍ୟ ଏହି ସୁବିଧାରୁ ବଞ୍ଚିତ ହୋଇଛି। ଅତୀତରେ, ଦୀର୍ଘ ବର୍ଷ ଧରି ଏହା ଅବିଭକ୍ତ ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇଥିବା ସ୍ଥଳେ ବିଗତ ଶତାବ୍ଦୀର ନବମ ଦଶକରୁ ଖୋର୍ଦ୍ଧା ଜିଲ୍ଲାର ଏକ ଅଞ୍ଚଳରେ ପରିଣତ ହୋଇଛି। ରାଜଧାନୀର ଗୁରୁତ୍ୱ ଏବଂ ଐତିହ୍ୟକୁ ଦୃଷ୍ଟିରେ ରଖି ଏହାକୁ ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ, ୭୮ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ବଡ଼ ସଫଳତା ମିଳିପାରିବ।

ସ୍ୱାଧୀନତାପ୍ରାପ୍ତି ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ ଅବିଭକ୍ତ ପଞ୍ଜାବର ରାଜଧାନୀ ଚଣ୍ଡୀଗଡ଼କୁ ଦୁଇଟି ଯୋଜନାବଦ୍ଧ ସହରରେ ଗଢ଼ିତୋଳିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। କିନ୍ତୁ ଆଜି ଚଣ୍ଡୀଗଡ଼ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ଯୋଜନାବଦ୍ଧ ବିକଶିତ ସହର ରୂପେ ମୁଣ୍ଡ ଟେକିଥିବା ବେଳେ ୭୮ ବର୍ଷ ପରେ ଭୁବନେଶ୍ୱରର ସ୍ଥାନ କେଉଁଠି ତାହା ବିଚାର କରିବାର ବେଳ ଆସିଛି। ଅନେକ ସ୍ୱପ୍ନ ଓ ସମ୍ଭାବନାର ଦୋଛକିରେ ଠିଆ ହୋଇଥିବା ଆମ ରାଜଧାନୀର ଅଭିବୃଦ୍ଧି ଆଶାତୀତ ହେଲେ ବି ସାଧାରଣ ନାଗରିକଙ୍କ ଜୀବନଯାତ୍ରା ଯେ କ୍ରମଶଃ ଦୁର୍ବିସହ ହେଉଛି ଏଥିରେ ସନ୍ଦେହ ନାହିଁ। 

13 Apr 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର