ହାଇକୋର୍ଟ ସାମ୍ନାରେ ନିଆଁ ଲାଗି ଏକାଧିକ ଗାଡି ପୋଡିଯିବା ଘଟଣାରେ ଜଣେ ମହିଳା ଅଟକ, ନିଆଁ ଲଗାଇଥିବା ଭିଡିଓ ଭାଇରାଲ

Madhusudan Das Picture
Published On

କଟକ: ହାଇକୋର୍ଟ ପାଚେରୀ କଡ଼ ନିକଟରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖିଛି ଲାଲବାଗ ଥାନା ପୋଲିସ । ମହିଳା ଜଣକ ନାଁ ହେଉଛି ମିନତି ସାହୁ। ଜଗତସିଂହପୁର  ଜିଲ୍ଲା ବିରିଡ଼ି ଅଞ୍ଚଳର ଏହି ମହିଳା ଗାଡିରେ ନିଆଁ ଲଗାଇଥିବା ପୋଲିସ ସନ୍ଦେହ କରୁଛି। ଏପରିକି ଗାଡ଼ିରେ ନିଆଁ ଲାଗିବା ବେଳର ଏକ ଭିଡିଓ ସାମନାକୁ ଆସିଛି। ଯେଉଁ ଥିରେ ମହିଳା ଜଣକ ନିଆଁ ଲଗାଉଥିବାର ଦୃଶ୍ୟ ଥିବା ସାମ୍ନାକୁ ଆସୁଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ମହିଳା ଜଣକ ସହିତ ଏକ ନାବାଳକ ପୁଅ ମଧ୍ୟ ରହିଛି। ପେଟ୍ରୋଲ କିଣି ୫ ବର୍ଷର ନାବାଳକ ପୁଅକୁ ଧରି ସେ ଆସିଥିବା ଜଣାପଡିଛି। ପେଟ୍ରୋଲ କିମ୍ବା ପରେ ସାଥିରେ ଆଣିଥିବା କପଡ଼ାରେ ନିଆଁ ଲଗାଇ ହାଇକୋର୍ଟ ପାଚେରୀ ଭିତର ପଟକୁ ପକାଇବା ଦୃଶ୍ୟ ଭିଡିଓରେ ରହିଛି। ନିଆଁ ପାଚେରୀରେ ବାଜି ଗାଡ଼ି ତଳେ ପଡ଼ି ଯାଇଥିଲା ଓ ପରେ ଏକାଧିକ ଗାଡ଼ିରେ ନିଆଁ ଲାଗିଯାଇଥିଲା।  ପୋଲିସକୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ମହିଳାଙ୍କୁ କବଜାରେ ନେଇ ଅଧିକ ପଚରା ଉଚ୍ଚର କରୁଛି ପୋଲିସ । ତେବେ ମହିଳାଜଣକ କାହିଁକି ନିଆଁ ଲଗାଇଲେ, ସଠିକ ଭାବେ ନ କହିଲେ ମଧ୍ୟ ଭିଡିଓରେ ଅନେକ ସତ ଲୁଚି ରହିଥିବା ଜଣାପଡୁଛି । 

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର