ଦେବୀରଞ୍ଜନ ଏବଂ ସୌଭିକ୍‌‌ଙ୍କ ବାସଭବନ ଆଗରେ ବିଜେଡି ଯୁବ ଓ ଛାତ୍ର ନେତାଙ୍କ ପ୍ରତିବାଦ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ସୌଭିକ୍‌‌ ବିଶ୍ୱାଳଙ୍କ ବାସଭବନ ସାମ୍ନାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ବିକ୍ଷୋଭ ପ୍ରକାଶ କରିଛନ୍ତି। ଉଭୟ ବିଧାୟକ ଦଳ ବିରୋଧରେ ଯାଇ ଯେପରି କ୍ରସ ଭୋଟିଂ କଲେ ତାହାକୁ କର୍ମୀମାନେ ଦୃଢ଼ ନିନ୍ଦା କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ବୁଧବାର ସକାଳେ ବିଜେଡିର ଉଭୟ ଛାମୁଆ ସଂଗଠନର ଶହ ଶହ କାର୍ଯ୍ୟକର୍ତ୍ତା ଉଭୟ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନବୀନଙ୍କ ସହ ବେଇମାନିକୁ ବରଦାସ୍ତ କରାଯିବ ନାହିଁ, ବେଇମାନି ନେତା ହାଏ ହାଏ, ଧୋକାବାଜ ନେତା ହାଏ ନାରାବାଜି କରି ବିଜେଡି କର୍ମୀ ଉଭୟ ବିଧାୟକଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ। ସତସହାସ ଥିଲେ ବିଧାୟକ ପଦରୁ ଇସ୍ତଫା ଦେଇ ପୁଣିଥରେ ନିର୍ବାଚନ ଲଢ଼ନ୍ତୁ ଦଳର କର୍ମୀ ଦାବି କରିଥିଲେ। ନିଜେ ପ୍ରତିକ୍ରିୟାରେ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ଉଭୟ ବିଧାୟକ ବିଜେପି ପାଖରେ ବିକ୍ରି ହୋଇ ଯାଇଛନ୍ତି। ନବୀନ ବାବୁଙ୍କର ଆଶୀର୍ବାଦ କାରଣରୁ ଉଭୟ ବିଧାୟକ ଏତେ କମ ବୟସରେ ବିଧାୟକ ହେବାର ସୁଯୋଗ ପାଇଥିଲେ। ମାତ୍ର ଉଭୟେ ନବୀନ ବାବୁଙ୍କ ସହ ବିଶ୍ୱାସଘାତକତା କଲେ। ନବୀନ ବାବୁଙ୍କ ପାଇଁ ଦେବୀରଞ୍ଜନ ତ୍ରିପାଠୀ ପରିଚୟ ପାଇଛନ୍ତି। ଶ୍ରୀ ତ୍ରିପାଠୀଙ୍କୁ ଦୁଇଥର ଟିକଟ ଦେବା ସହ ଛାତ୍ର ବିଜେଡି ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ପ୍ରଦାନ କରିଥିଲେ। ତାଙ୍କ ସହ ରାତ୍ର ଭୋଜନ ଏବଂ ସକାଳେ ଜଳଖିଆ ଖାଇଲ। ମାତ୍ର ଠିକ୍‌‌ ମତଦାନ ବେଳେ କିପରି ନବୀନ ବାବୁଙ୍କ ପଛପଟେ ଛୁରି ଭୁସି ପାରିଲ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି। ସେହିପରି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଥିଲେ ଯେ ଯେଉଁମାନେ ଅସାଧୁ ମେଣ୍ଟ କଥା କହୁଛନ୍ତି, ସେମାନେ ୨୦୧୯ରେ କାହିିଁକି ବିଜେଡି ଟିକଟରେ ନିର୍ବାଚନ ଲଢ଼ୁଥିଲ। ଆଜି ଯେତେବେଳେ ଚିଟଫଣ୍ଡରେ ଦଣ୍ଡ ପାଇବାର ବେଳ ଆସିଲା, ସେତେବେଳେ ତମେ ବିଜେପି ୱାସିଂ ମେସିନରେ ପଶି ନିଜକୁ ସଫା କରିଦେବ ବୋଲି ଭାବୁଛ। ଏକଥା ଲୋକେ ଗ୍ରହଣ କରୁନାହାନ୍ତି। ଯଦି ସତସାହସ ଅଛି, ତାହେଲେ ସଦସ୍ୟତା ପଦରୁ ଇସ୍ତଫା ଦେଇ ସାନି ନିର୍ବାଚନକୁ ଯାଅ ବୋଲି ଶ୍ରୀ ସାହୁ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ କୁଶ ପୁତ୍ତଳିକା ଦାହ
ବାଲିପାଟଣା: ଓଡ଼ିଶା ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଜୟଦେବ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି। କ୍ରସ ଭୋଟିଂ କରି ଦଳ ଏବଂ ଭୋଟରଙ୍କ ପ୍ରତି ବିଶ୍ୱାସ ଘାତକତା କରିଥିବା ଅଭିଯୋଗରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଦଳୀୟ କର୍ମୀ। ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିର୍ଦ୍ଦେଶକୁ ଅମାନ୍ୟ କରି ବିଧାୟକ କ୍ରସ ଭୋଟିଂ କରିଥିବା ଅଭିଯୋଗକୁ ନାପସନ୍ଦ କରି ଦୃଢ଼ ବିରୋଧ କରିଛନ୍ତି। ପୂର୍ବତନ ବ୍ଲକ ସଭାପତି ପ୍ରତାପ କେଶରୀ ନାୟକ, ପୂର୍ବତନ ଚେୟାରମେନ ତ୍ରିବିକ୍ରମ ଦାଶ, ପୂର୍ବତନ ସରପଞ୍ଚ ବିନେଡ ନାୟକ, ଯୁବନେତା ସଂନ୍ଦିପ୍ତ ସେନାପତି, ସୋଲାର ମିଶ୍ରଙ୍କ ନେତୃତ୍ୱରେ ବାଲିପାଟଣା ଛକ ଠାରେ କୁଶ ପୁତ୍ତଳିକା ଦାହ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କିଛି ନେତା ଏହାକୁ ଦଳ ମଧ୍ୟରେ ମତଭେଦର ପରିଣାମ ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ ଗୁରୁତର ଶୃଙ୍ଖଳାଭଙ୍ଗ ଭାବେ ଦେଖୁଛନ୍ତି। ତେବେ, ଏହି ଅଭିଯୋଗ ସମ୍ପର୍କରେ ନବକିଶୋର ମଲ୍ଲିକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଆଗାମୀ ଦିନରେ ଦଳ ନେତୃତ୍ୱ କଣ ପଦକ୍ଷେପ ନେବେ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଦଳୀୟ ନେତା ଶିବ ପ୍ରସାଦ ଦାସ, ମାନସ ପଣ୍ଡା, ଜାକିର ହୁସେନ, ସତ୍ୟପ୍ରିୟ ସେଠୀ, ଜଗନ୍ନାଥ ପଣ୍ଡା, ବ୍ରହ୍ମାନନ୍ଦ ପ୍ରଧାନ, ସତ୍ୟଜିତ୍‌‌ ରାୟ, ଶରତ ଲେଙ୍କା, ଅଲେଖ ପ୍ରଧାନ ପ୍ରମୁଖ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର