ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

Madhusudan Das Picture
Published On

ରାୟଗଡ଼ା: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକଣା ଷ୍ଟେସନ ସାହିରେ ଘଟିଛି ଏପରି ହତ୍ୟାକାଣ୍ଡ । ମୃତ ନାବାଳକ ଜଣକ ପୁରୁଷୋତ୍ତମ ଗନ୍ତାୟତଙ୍କ ବଡ଼ ପୁଅ ଋଷି ଗନ୍ତାୟତ ବୋଲି ଜଣାପଡିଛି । 

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ସୂଚନା ଅନୁସାରେ, ଋଷିକୁ କେହି ଅପହରଣ କରି ନେଇଥିଲା । ପରେ ବାପା ପୁରୁଷୋତ୍ତମଙ୍କ ସମ୍ପର୍କୀୟଙ୍କୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା । ସେହି ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୩ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ସକାଳ ସୁଦ୍ଧା ୪ଲକ୍ଷ ଟଙ୍କା ନଦେଲେ ଋଷିକୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏ ସଂକ୍ରାନ୍ତିରେ ପୋଲିସ କିମ୍ବା କୌଣସି ବାହାର ଲୋକକୁ ଜଣାଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା। ପରେ ପରିବାର ଲୋକ ଦିନସାରା ଖୋଜାଖୋଜି କରିଥିଲେ ମଧ୍ୟ ଋଷିର ପତ୍ତା ପାଇନଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କ ପୁରୁଣା ଘର ପଛ ପଟୁ ବସ୍ତା ଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା । କେହି ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତାରେ ପୁରାଇ ଫୋପାଡ଼ି ଦେଇଥିବା ଜଣାପଡିଛି। ଖବରପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

07 Mar 2026 By Madhusudan Das

ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ରାୟଗଡ଼ା: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକଣା ଷ୍ଟେସନ ସାହିରେ ଘଟିଛି ଏପରି ହତ୍ୟାକାଣ୍ଡ । ମୃତ ନାବାଳକ ଜଣକ ପୁରୁଷୋତ୍ତମ ଗନ୍ତାୟତଙ୍କ ବଡ଼ ପୁଅ ଋଷି ଗନ୍ତାୟତ ବୋଲି ଜଣାପଡିଛି । 

ସୂଚନା ଅନୁସାରେ, ଋଷିକୁ କେହି ଅପହରଣ କରି ନେଇଥିଲା । ପରେ ବାପା ପୁରୁଷୋତ୍ତମଙ୍କ ସମ୍ପର୍କୀୟଙ୍କୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା । ସେହି ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୩ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ସକାଳ ସୁଦ୍ଧା ୪ଲକ୍ଷ ଟଙ୍କା ନଦେଲେ ଋଷିକୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏ ସଂକ୍ରାନ୍ତିରେ ପୋଲିସ କିମ୍ବା କୌଣସି ବାହାର ଲୋକକୁ ଜଣାଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା। ପରେ ପରିବାର ଲୋକ ଦିନସାରା ଖୋଜାଖୋଜି କରିଥିଲେ ମଧ୍ୟ ଋଷିର ପତ୍ତା ପାଇନଥିଲା । ଗତକାଲି ବିଳମ୍ବିତ ରାତିରେ ତାଙ୍କ ପୁରୁଣା ଘର ପଛ ପଟୁ ବସ୍ତା ଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା । କେହି ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତାରେ ପୁରାଇ ଫୋପାଡ଼ି ଦେଇଥିବା ଜଣାପଡିଛି। ଖବରପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର