ନିଜ ବିବାହ କାର୍ଡ ଦେଇ ଭାଇସହ ବାଇକ୍‌ରେ ଫେରୁଥିଲେ, ଗଛରେ ପିଟିହୋଇ ଭଉଣୀ ମୃତ

Madhusudan Das Picture
Published On

ଝାରସୁଗୁଡ଼ା: ବାଇକ୍‌ ଦୁର୍ଘଟଣାରେ ଭଉଣୀ ମୃତ, ଭାଇ ଗୁରୁତର । ନିଜ ବିବାହ କାର୍ଡ ଦେଇ ଭାଇସହ ବାଇକ୍‌ରେ ଫେରୁଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବତୀଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ଚନ୍ଦିନିମାଲ ପଞ୍ଚାୟତ ଘୁଷୁଡ଼ାମୁଣ୍ଡା ଗାଁରେ ଘଟିଛି ଏପରି ସଡକ ଦୁର୍ଘଟଣା । ଭାଇ ସହ ବାଇକ୍‌ରେ ଫେରିବା ବେଳେ ଗଛରେ ପିଟି ହୋଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀଙ୍କ ନାଁ ହୀରାବତି ରୋହିଦାସ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଭେଲୁଆଁଟିକ୍ରା ଗାଁରେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାଇ ନିରଞ୍ଜନ ରୋହିଦାସଙ୍କୁ ଝାରସୁଗୁଡ଼ାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି । 

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସୂଚନା ଅନୁସାରେ, ହୀରାବତି ତାଙ୍କ ଭାଇ ନିରଞ୍ଜନଙ୍କ ସହିତ ଆଜି ସକାଳେ ବାଇକ୍‌ରେ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ ଯାଉଥିଲେ। ଝାରସୁଗୁଡା ସଦର ବ୍ଲକର ଚନ୍ଦନୀମାଲ ପଞ୍ଚାୟତର ଘୁଷୁରାମୁଣ୍ଡା ଗାଁରେ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଉଭୟ ହୀରାବତି ଓ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ହୀରାବତିଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ନିରଞ୍ଜନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

17 Feb 2026 By Madhusudan Das

ନିଜ ବିବାହ କାର୍ଡ ଦେଇ ଭାଇସହ ବାଇକ୍‌ରେ ଫେରୁଥିଲେ, ଗଛରେ ପିଟିହୋଇ ଭଉଣୀ ମୃତ

ଝାରସୁଗୁଡ଼ା: ବାଇକ୍‌ ଦୁର୍ଘଟଣାରେ ଭଉଣୀ ମୃତ, ଭାଇ ଗୁରୁତର । ନିଜ ବିବାହ କାର୍ଡ ଦେଇ ଭାଇସହ ବାଇକ୍‌ରେ ଫେରୁଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବତୀଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ଚନ୍ଦିନିମାଲ ପଞ୍ଚାୟତ ଘୁଷୁଡ଼ାମୁଣ୍ଡା ଗାଁରେ ଘଟିଛି ଏପରି ସଡକ ଦୁର୍ଘଟଣା । ଭାଇ ସହ ବାଇକ୍‌ରେ ଫେରିବା ବେଳେ ଗଛରେ ପିଟି ହୋଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀଙ୍କ ନାଁ ହୀରାବତି ରୋହିଦାସ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଭେଲୁଆଁଟିକ୍ରା ଗାଁରେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାଇ ନିରଞ୍ଜନ ରୋହିଦାସଙ୍କୁ ଝାରସୁଗୁଡ଼ାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି । 

ସୂଚନା ଅନୁସାରେ, ହୀରାବତି ତାଙ୍କ ଭାଇ ନିରଞ୍ଜନଙ୍କ ସହିତ ଆଜି ସକାଳେ ବାଇକ୍‌ରେ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ ଯାଉଥିଲେ। ଝାରସୁଗୁଡା ସଦର ବ୍ଲକର ଚନ୍ଦନୀମାଲ ପଞ୍ଚାୟତର ଘୁଷୁରାମୁଣ୍ଡା ଗାଁରେ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଉଭୟ ହୀରାବତି ଓ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ହୀରାବତିଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ନିରଞ୍ଜନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

https://www.thesakala.in/latest-odisha-news/sister-died-and-brother-injured-in-road-accident-in-jharsuguda/article-44761
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର