ଆଜି ସଂଧ୍ୟା ସୁଦ୍ଧା ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

Madhusudan Das Picture
Published On

ଭୁବନେଶ୍ବର: ଆଜି ସଂଧ୍ୟା ସୁଦ୍ଧା ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଧାନସଭା ଭିତରେ ଓ ବାହାରେ ଏଲଟିଆର ଆଶାୟୀ ଶିକ୍ଷକ ସଂଘ ସହ ମିଶି ଆନ୍ଦୋଳନ କରିବ ଦଳ । ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଅଫିସ ଆଗରେ ଏଲଟିଆର ଆଶାୟୀ ଶିକ୍ଷକ ସଂଘର ଅହୋରାତ୍ର ଧାରଣା ଜାରି ରହିଛି। ଗତ ୯ ଦିନରୁ ସେମାନେ ଅଫିସ ଆଗ ରାସ୍ତାରେ ଧାରଣା ଦେଇଛନ୍ତି । ଏହା ପୂର୍ବରୁ ବି ୨୦୨୪ ଓ ୨୦୨୫ରେ ସେମାନେ ଧାରଣା ଦେଇଥିଲେ । ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଏଯାଏଁ ଏଲଟିଆର ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ କରୁନି । ଯେଉଁଥିପାଇଁ ଆନ୍ଦୋଳନ ତୀବତ୍ରର ହେବା ସହ ସରକାର ବିରୋଧୀ ନାରାବାଜି କରିଥିଲା ଏଲଟିଆର ଆଶାୟୀ ଶିକ୍ଷକ ସଂଘ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଗତକାଲି ସେମାନଙ୍କ ସହ ଆଲୋଚନା କରିବାକୁ ବିଜୁ ଜନତା ଦଳର ଏକ ଟିମ୍ ଧାରଣା ସ୍ଥଳରେ ପହଞ୍ଚିଥିଲେ । କାହିଁକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ପ୍ରକାଶ କରୁନି ସେ ନେଇ ପ୍ରଶ୍ନ କରିଥିଲା ବିଜେଡି । ତେବେ ଗତକାଲି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ କର୍ତ୍ତୃପକ୍ଷଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲା ବିଜେଡି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

17 Feb 2026 By Madhusudan Das

ଆଜି ସଂଧ୍ୟା ସୁଦ୍ଧା ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର: ଆଜି ସଂଧ୍ୟା ସୁଦ୍ଧା ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଧାନସଭା ଭିତରେ ଓ ବାହାରେ ଏଲଟିଆର ଆଶାୟୀ ଶିକ୍ଷକ ସଂଘ ସହ ମିଶି ଆନ୍ଦୋଳନ କରିବ ଦଳ । ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଅଫିସ ଆଗରେ ଏଲଟିଆର ଆଶାୟୀ ଶିକ୍ଷକ ସଂଘର ଅହୋରାତ୍ର ଧାରଣା ଜାରି ରହିଛି। ଗତ ୯ ଦିନରୁ ସେମାନେ ଅଫିସ ଆଗ ରାସ୍ତାରେ ଧାରଣା ଦେଇଛନ୍ତି । ଏହା ପୂର୍ବରୁ ବି ୨୦୨୪ ଓ ୨୦୨୫ରେ ସେମାନେ ଧାରଣା ଦେଇଥିଲେ । ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଏଯାଏଁ ଏଲଟିଆର ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ କରୁନି । ଯେଉଁଥିପାଇଁ ଆନ୍ଦୋଳନ ତୀବତ୍ରର ହେବା ସହ ସରକାର ବିରୋଧୀ ନାରାବାଜି କରିଥିଲା ଏଲଟିଆର ଆଶାୟୀ ଶିକ୍ଷକ ସଂଘ ।

ଗତକାଲି ସେମାନଙ୍କ ସହ ଆଲୋଚନା କରିବାକୁ ବିଜୁ ଜନତା ଦଳର ଏକ ଟିମ୍ ଧାରଣା ସ୍ଥଳରେ ପହଞ୍ଚିଥିଲେ । କାହିଁକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ପ୍ରକାଶ କରୁନି ସେ ନେଇ ପ୍ରଶ୍ନ କରିଥିଲା ବିଜେଡି । ତେବେ ଗତକାଲି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ କର୍ତ୍ତୃପକ୍ଷଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲା ବିଜେଡି ।

https://www.thesakala.in/latest-odisha-news/bjd-will-protest-if-merit-list-of-ltr-aspiring-teachers-is-not-published-by-today-evening/article-44754
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର