ଓଡ଼ିଶାରେ ଯୁକ୍ତ ଦୁଇ କଳା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ତେଲେଙ୍ଗାନାର ଏକ କଳା ତାଲିକା ଭୁକ୍ତ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଆଉ ଦୁଇଦିନ ପରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ଏଥିରେ ଯୁକ୍ତ ଦୁଇ କଳା ପରୀକ୍ଷା ମଧ୍ୟ ରହିଛି । କିନ୍ତୁ ଦୁଃଖ ପରିତାପର ବିଷୟ ଯେ ଯୁକ୍ତ ଦୁଇ କଳା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ତେଲେଙ୍ଗାନାର ଏକ କଳା ତାଲିକା ଭୁକ୍ତ କମ୍ପାନୀକୁ ଦିଆଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଯେଉଁ ତେଲେଙ୍ଗାନା କମ୍ପାନୀର କାରନାମା ନେଇ ତେଲେଙ୍ଗାନାରେ ୧୯ ଜଣ ପିଲା ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେହି କମ୍ପାନୀକୁ ରାଜ୍ୟ ସରକାର ଖାତା ଦେଖିବାକୁ କେମିତି ଦେଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଗ୍ଲୋବାନିଆ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ଏକ କଳା ତାଲିକାଭୁକ୍ତ କମ୍ପାନୀ । ଏହି କମ୍ପାନୀ ସହ ସହବନ୍ଧିତ ଆଉ ଏକ କମ୍ପାନୀର ନାଁ ପରିବର୍ତ୍ତନ କରି ଟେଣ୍ଡର କରି କୋମେଟ ଏଜୁକେଟ ପ୍ରାଇଭେଟ ଲିମିଟେଡକୁ ଖାତା ଦେଖା ଦାୟିତ୍ବ ଦିଆଯାଇଛି । ଏହି କମ୍ପାନୀ ନେବା ପଛରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିଛନ୍ତି ନା ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ୱାର୍ଥ ରହିଛି ବୋଲି ବିଜେଡି ପ୍ରଶ୍ନ କରିଛି । ଯେଉଁ ଟେଣ୍ଡର କରାଯାଇ ଉକ୍ତ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି ସେହି କମ୍ପାନୀର କିଛି ଅନଲାଇନରେ ଟେଣ୍ଡର ପ୍ରକ୍ରିୟା ନାହିଁ । ଯେଉଁ ଟେଣ୍ଡର ପ୍ରକ୍ରିୟା ବ୍ୟବସ୍ଥା ରହିଛି ସେହି ଟେଣ୍ଡର ପଏଣ୍ଟ ସହ ତାଳମେଳ ନାହିଁ । ଉକ୍ତ କମ୍ପାନୀକୁ କେଉଁ ଆଧାରରେ କଳା ଖାତା ଦେଖିବାକୁ ଦିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି । ଗୋଟିଏ କମ୍ପାନୀ ଭିନ୍ନ ଭିନ୍ନ ନାଁରେ ଟେଣ୍ଡରରେ ଭଗନେଇଥିବା ଅଭିଯୋଗ କରିଛି ବିଜେଡି । ତେବେ ଏହି କଳା ତାଲିକାଭୁକ୍ତ କମ୍ପାନୀକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ବିଜେଡି । କାରଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏହି କମ୍ପାନୀ ପ୍ରତ୍ୟାହାର ନ କଲେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ଆଗକୁ ବାହାରିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

16 Feb 2026 By Madhusudan Das

ଓଡ଼ିଶାରେ ଯୁକ୍ତ ଦୁଇ କଳା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ତେଲେଙ୍ଗାନାର ଏକ କଳା ତାଲିକା ଭୁକ୍ତ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି: ବିଜେଡି

ଭୁବନେଶ୍ୱର: ଆଉ ଦୁଇଦିନ ପରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ଏଥିରେ ଯୁକ୍ତ ଦୁଇ କଳା ପରୀକ୍ଷା ମଧ୍ୟ ରହିଛି । କିନ୍ତୁ ଦୁଃଖ ପରିତାପର ବିଷୟ ଯେ ଯୁକ୍ତ ଦୁଇ କଳା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ତେଲେଙ୍ଗାନାର ଏକ କଳା ତାଲିକା ଭୁକ୍ତ କମ୍ପାନୀକୁ ଦିଆଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଯେଉଁ ତେଲେଙ୍ଗାନା କମ୍ପାନୀର କାରନାମା ନେଇ ତେଲେଙ୍ଗାନାରେ ୧୯ ଜଣ ପିଲା ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେହି କମ୍ପାନୀକୁ ରାଜ୍ୟ ସରକାର ଖାତା ଦେଖିବାକୁ କେମିତି ଦେଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ଗ୍ଲୋବାନିଆ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ଏକ କଳା ତାଲିକାଭୁକ୍ତ କମ୍ପାନୀ । ଏହି କମ୍ପାନୀ ସହ ସହବନ୍ଧିତ ଆଉ ଏକ କମ୍ପାନୀର ନାଁ ପରିବର୍ତ୍ତନ କରି ଟେଣ୍ଡର କରି କୋମେଟ ଏଜୁକେଟ ପ୍ରାଇଭେଟ ଲିମିଟେଡକୁ ଖାତା ଦେଖା ଦାୟିତ୍ବ ଦିଆଯାଇଛି । ଏହି କମ୍ପାନୀ ନେବା ପଛରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିଛନ୍ତି ନା ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ୱାର୍ଥ ରହିଛି ବୋଲି ବିଜେଡି ପ୍ରଶ୍ନ କରିଛି । ଯେଉଁ ଟେଣ୍ଡର କରାଯାଇ ଉକ୍ତ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି ସେହି କମ୍ପାନୀର କିଛି ଅନଲାଇନରେ ଟେଣ୍ଡର ପ୍ରକ୍ରିୟା ନାହିଁ । ଯେଉଁ ଟେଣ୍ଡର ପ୍ରକ୍ରିୟା ବ୍ୟବସ୍ଥା ରହିଛି ସେହି ଟେଣ୍ଡର ପଏଣ୍ଟ ସହ ତାଳମେଳ ନାହିଁ । ଉକ୍ତ କମ୍ପାନୀକୁ କେଉଁ ଆଧାରରେ କଳା ଖାତା ଦେଖିବାକୁ ଦିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି । ଗୋଟିଏ କମ୍ପାନୀ ଭିନ୍ନ ଭିନ୍ନ ନାଁରେ ଟେଣ୍ଡରରେ ଭଗନେଇଥିବା ଅଭିଯୋଗ କରିଛି ବିଜେଡି । ତେବେ ଏହି କଳା ତାଲିକାଭୁକ୍ତ କମ୍ପାନୀକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ବିଜେଡି । କାରଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏହି କମ୍ପାନୀ ପ୍ରତ୍ୟାହାର ନ କଲେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ଆଗକୁ ବାହାରିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର