ବାଲେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ସାମିଲ୍

Madhusudan Das Picture
Published On

ବାଲେଶ୍ଵର: ବାଲେଶ୍ଵରରେ ପହଞ୍ଚିଲେ ମହମହିମ୍ ରାଷ୍ଟ୍ରପତି। ସମୟର ୩୦ମିନିଟ ପୂର୍ବରୁ ଆସି ହେଲିପ୍ୟାଡ଼ରେ ପହଞ୍ଚିଛନ୍ତି। ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମେ ମୁଖ୍ୟ ଫାଟକ ସମ୍ମୁଖରେ ରହିଥିବା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ମାଲ୍ୟାର୍ପଣ ପ୍ରଦାନ କରିଛନ୍ତି। ସାଙ୍ଗରେ ରହିଛନ୍ତି ରାଜ୍ୟପାଳ ଡ଼ଃ ହରିବାବୁ କମ୍ବଭମପତି, କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ ଉପସ୍ଥିତ ରହିଥିଲେ। ଏନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛାତ୍ର ଛାତ୍ରୀ ଓ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ଅନେକ ଖୁସି ଅଛନ୍ତି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ତେବେ ସମାବର୍ତ୍ତନ ଉତ୍ସବରେ କାର୍ଯ୍ୟକ୍ରମରେ ୧୫ଜଣଙ୍କୁ ସ୍ଵର୍ଣ ପଦକ ପ୍ରଦାନ, PHD ଛାତ୍ରଛାତ୍ରୀଙ୍କ ଶପଥ ପାଠ ସହ ତିନି ଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ପ୍ରଦାନ କରାଯିବ। ମହାମହିମ ରାଷ୍ଟ୍ରପତିଙ୍କ ହସ୍ତରୁ ଶାନ୍ତନୁ ଆଚାର୍ଯ୍ୟ, ଅନୁରାଧା ବିଶ୍ୱାଳ ଓ ଗୋପାଳ ଚନ୍ଦ୍ର ପଣ୍ଡା ପାଇବେ ସମ୍ମାନ ଜନକ ଡକ୍ଟରେଟ। ରାଷ୍ଟ୍ରପତି ସ୍ବତନ୍ତ୍ର ଆର୍ମି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଆସି ସମୟର ୩୦ମିନିଟ ପୂର୍ବରୁ ଆସି ହେଲିପେଡରେ ପହଞ୍ଚିଛନ୍ତି। ଏହାପରେ ଓଡ଼ିଆ ସୁସ୍ଵାଦୁ ଖାଦ୍ୟର ମଧ୍ୟାହ୍ନ ଭୋଜନ କରିବେ। ପରବର୍ତ୍ତୀ ସମୟରେ ନୂଆ ଓଡିଟରୀୟମ ଉଦଘାଟନ ସହିତ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଛାତ୍ର ଛାତ୍ରୀଙ୍କ ଫୋଟ ଉତ୍ତୋଳନ, ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । 

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

03 Feb 2026 By Madhusudan Das

ବାଲେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ସାମିଲ୍

ବାଲେଶ୍ଵର: ବାଲେଶ୍ଵରରେ ପହଞ୍ଚିଲେ ମହମହିମ୍ ରାଷ୍ଟ୍ରପତି। ସମୟର ୩୦ମିନିଟ ପୂର୍ବରୁ ଆସି ହେଲିପ୍ୟାଡ଼ରେ ପହଞ୍ଚିଛନ୍ତି। ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମେ ମୁଖ୍ୟ ଫାଟକ ସମ୍ମୁଖରେ ରହିଥିବା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ମାଲ୍ୟାର୍ପଣ ପ୍ରଦାନ କରିଛନ୍ତି। ସାଙ୍ଗରେ ରହିଛନ୍ତି ରାଜ୍ୟପାଳ ଡ଼ଃ ହରିବାବୁ କମ୍ବଭମପତି, କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ ଉପସ୍ଥିତ ରହିଥିଲେ। ଏନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଛାତ୍ର ଛାତ୍ରୀ ଓ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ଅନେକ ଖୁସି ଅଛନ୍ତି। 

ତେବେ ସମାବର୍ତ୍ତନ ଉତ୍ସବରେ କାର୍ଯ୍ୟକ୍ରମରେ ୧୫ଜଣଙ୍କୁ ସ୍ଵର୍ଣ ପଦକ ପ୍ରଦାନ, PHD ଛାତ୍ରଛାତ୍ରୀଙ୍କ ଶପଥ ପାଠ ସହ ତିନି ଜଣଙ୍କୁ ସମ୍ମାନ ଜନକ ଡକ୍ଟରେଟ ପ୍ରଦାନ କରାଯିବ। ମହାମହିମ ରାଷ୍ଟ୍ରପତିଙ୍କ ହସ୍ତରୁ ଶାନ୍ତନୁ ଆଚାର୍ଯ୍ୟ, ଅନୁରାଧା ବିଶ୍ୱାଳ ଓ ଗୋପାଳ ଚନ୍ଦ୍ର ପଣ୍ଡା ପାଇବେ ସମ୍ମାନ ଜନକ ଡକ୍ଟରେଟ। ରାଷ୍ଟ୍ରପତି ସ୍ବତନ୍ତ୍ର ଆର୍ମି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଆସି ସମୟର ୩୦ମିନିଟ ପୂର୍ବରୁ ଆସି ହେଲିପେଡରେ ପହଞ୍ଚିଛନ୍ତି। ଏହାପରେ ଓଡ଼ିଆ ସୁସ୍ଵାଦୁ ଖାଦ୍ୟର ମଧ୍ୟାହ୍ନ ଭୋଜନ କରିବେ। ପରବର୍ତ୍ତୀ ସମୟରେ ନୂଆ ଓଡିଟରୀୟମ ଉଦଘାଟନ ସହିତ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଛାତ୍ର ଛାତ୍ରୀଙ୍କ ଫୋଟ ଉତ୍ତୋଳନ, ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । 

https://www.thesakala.in/latest-odisha-news/president-droupadi-murmu-arrives-in-balasore/article-44383
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର