ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର !

Madhusudan Das Picture
Published On

ପୁରୀ: ଶ୍ରୀମନ୍ଦିର ଭିତରେ ନାବାଳକକୁ ମାଡ଼ ମାରିଲେ ପୋଲିସ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସ ବାଡ଼େଇଥିବା ନେଇ ଅଭିଯୋଗ ହୋଇଛି ।  ତାଙ୍କ କାନରେ ଗଭୀର ଆଘାତ ଲାଗିଛି ।  ଚିକିତ୍ସା ପାଇଁ ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ଟିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସିଟି ସ୍କାନ କରାଯିବା ପରେ ସେ ଗୁରୁତର ଥିବା ଜଣାଯାଇଥିଲା। ପରେ ତାଙ୍କୁ ଆଡମିଶନ କରାଯାଇ ଚିକିତ୍ସା କରାଯାଉଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଓ ୧୬ ବର୍ଷର ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ବାହାର କାଠ ନିକଟରେ ଦର୍ଶନ କରୁଥିବାବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ  ତାଙ୍କ ପୁଅକୁ ବାଡେଇଥିଲେ। ଏହାର ପ୍ରତିବାଦ କରିବାରୁ ପୁଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡାକୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଟି DSP ଓ ସିଂହଦ୍ବାର ଥାନା ପୋଲିସ ତଦନ୍ତ କରୁଛି ।  ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି କିଏ ମାଡ଼ ମାରିଛନ୍ତି ସେନେଇ ତଦନ୍ତ ଜାରି ରହିଛି ।  ନାଟମଣ୍ଡପର ସିସିଟିଭି ଯାଞ୍ଚ କରାଯାଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

24 Jan 2026 By Madhusudan Das

ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର !

ପୁରୀ: ଶ୍ରୀମନ୍ଦିର ଭିତରେ ନାବାଳକକୁ ମାଡ଼ ମାରିଲେ ପୋଲିସ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସ ବାଡ଼େଇଥିବା ନେଇ ଅଭିଯୋଗ ହୋଇଛି ।  ତାଙ୍କ କାନରେ ଗଭୀର ଆଘାତ ଲାଗିଛି ।  ଚିକିତ୍ସା ପାଇଁ ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ଟିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସିଟି ସ୍କାନ କରାଯିବା ପରେ ସେ ଗୁରୁତର ଥିବା ଜଣାଯାଇଥିଲା। ପରେ ତାଙ୍କୁ ଆଡମିଶନ କରାଯାଇ ଚିକିତ୍ସା କରାଯାଉଛି। 

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ, ତାଙ୍କ ସ୍ତ୍ରୀ ଓ ୧୬ ବର୍ଷର ପୁଅ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ବାହାର କାଠ ନିକଟରେ ଦର୍ଶନ କରୁଥିବାବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ  ତାଙ୍କ ପୁଅକୁ ବାଡେଇଥିଲେ। ଏହାର ପ୍ରତିବାଦ କରିବାରୁ ପୁଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡାକୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିଟି DSP ଓ ସିଂହଦ୍ବାର ଥାନା ପୋଲିସ ତଦନ୍ତ କରୁଛି ।  ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି କିଏ ମାଡ଼ ମାରିଛନ୍ତି ସେନେଇ ତଦନ୍ତ ଜାରି ରହିଛି ।  ନାଟମଣ୍ଡପର ସିସିଟିଭି ଯାଞ୍ଚ କରାଯାଉଛି ।

https://www.thesakala.in/latest-odisha-news/minor-beaten-up-by-police-in-puri-srimandir/article-44209
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର