ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଜୋରଦାର ଅଭ୍ୟାସ, ସୁରକ୍ଷା ବ୍ୟବସ୍ଥା କଡାକଡି

Madhusudan Das Picture
Published On

ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶ ପାଳିବ ୭୭ତମ ସାଧାରଣତନ୍ତ୍ର ଦିବସ । ଏ ନେଇ ଭୁବନେଶ୍ୱରରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ଏ ନେଇ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଶେଷ ହୋଇଛି ଫୁଲ ଡ୍ରେସ ରିହଲସଲ । ଆଜିର ଅଭ୍ୟାସ ସମୟରେ ଜାତୀୟ ପତାକାକୁ ସାମ୍ମନ ଦେଇ ଗୋଟେ ପରେ ଗୋଟେ କଣ୍ଟିଂଜେନ ପରେଡ ସ୍ଥଳ ଅତିକ୍ରମ କରିଥିଲେ । ଅଭ୍ୟାସ ପରେଡରେ ୫୧ଟି କଣ୍ଟିଂଜେଣ୍ଟ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ସାମିଲ ଥିଲେ ଓଡିଶା ପୋଲିସର ବିଭିନ୍ନ ଫୋର୍ସ ସହ SOG, NCC, ସାଙ୍ଗକୁ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ । ସବୁଠୁ ଆକର୍ଷଣୀୟ ଥିଲା ଡେ଼ୟାର ଡେଭିଲର ଦୁଃଶାସିକ ବାଇକ ଷ୍ଟଣ୍ଡ ସାଙ୍ଗକୁ କୁନି କୁନି ପିଲାଙ୍କ ଦ୍ୱାରା ସ୍କେଟିଂ । ପରେ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ ପ୍ରଜ୍ଞାପନ ମେଢ଼ ମଧ୍ୟ ପରେଡ ରେ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱରରେ ୨୩ ପ୍ଲାଟୁନ ପୋଲିସ ଫୋର୍ସ ସହ QRT ଟିମ, ଡଗ ସ୍କ୍ୱାର୍ଡ, ସାଧା ପୋଷାକ ଧାରୀ ପୋଲିସ, ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ । ସେହିଭଳି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ କଟକଣା କରାଯାଇଛି । ଗାନ୍ଧୀମାର୍ଗକୁ ଛୁଉଁଥିବା ସମସ୍ତ ରାସ୍ତା ସିଲ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

24 Jan 2026 By Madhusudan Das

ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଜୋରଦାର ଅଭ୍ୟାସ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶ ପାଳିବ ୭୭ତମ ସାଧାରଣତନ୍ତ୍ର ଦିବସ । ଏ ନେଇ ଭୁବନେଶ୍ୱରରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ଏ ନେଇ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଶେଷ ହୋଇଛି ଫୁଲ ଡ୍ରେସ ରିହଲସଲ । ଆଜିର ଅଭ୍ୟାସ ସମୟରେ ଜାତୀୟ ପତାକାକୁ ସାମ୍ମନ ଦେଇ ଗୋଟେ ପରେ ଗୋଟେ କଣ୍ଟିଂଜେନ ପରେଡ ସ୍ଥଳ ଅତିକ୍ରମ କରିଥିଲେ । ଅଭ୍ୟାସ ପରେଡରେ ୫୧ଟି କଣ୍ଟିଂଜେଣ୍ଟ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ସାମିଲ ଥିଲେ ଓଡିଶା ପୋଲିସର ବିଭିନ୍ନ ଫୋର୍ସ ସହ SOG, NCC, ସାଙ୍ଗକୁ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ । ସବୁଠୁ ଆକର୍ଷଣୀୟ ଥିଲା ଡେ଼ୟାର ଡେଭିଲର ଦୁଃଶାସିକ ବାଇକ ଷ୍ଟଣ୍ଡ ସାଙ୍ଗକୁ କୁନି କୁନି ପିଲାଙ୍କ ଦ୍ୱାରା ସ୍କେଟିଂ । ପରେ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ ପ୍ରଜ୍ଞାପନ ମେଢ଼ ମଧ୍ୟ ପରେଡ ରେ ସାମିଲ ହୋଇଥିଲେ ।

ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱରରେ ୨୩ ପ୍ଲାଟୁନ ପୋଲିସ ଫୋର୍ସ ସହ QRT ଟିମ, ଡଗ ସ୍କ୍ୱାର୍ଡ, ସାଧା ପୋଷାକ ଧାରୀ ପୋଲିସ, ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ । ସେହିଭଳି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ କଟକଣା କରାଯାଇଛି । ଗାନ୍ଧୀମାର୍ଗକୁ ଛୁଉଁଥିବା ସମସ୍ତ ରାସ୍ତା ସିଲ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର