ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ବାରଣ ମାମଲା: ଭୁବନେଶ୍ୱର କୋର୍ଟରେ ଶୁଣାଣି, ଲିଖିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

Sakala Desk Picture
Published On

ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ବାରଣ ନେଇ ଚାଲିଥିବା ବିବାଦର ଆଜି ଭୁବନେଶ୍ୱର କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ମାମଲାରେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ସୁଦ୍ଧା ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ପୀୟୂଷଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଭୁ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ମହକିଲ କୌଣସି ପ୍ରକାରର ଚୁକ୍ତି ଖିଲାପ କରିନାହାନ୍ତି। ଏନେଇ କୋର୍ଟଙ୍କୁ ଅବଗତ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଏ ସଂକ୍ରାନ୍ତରେ ଲିଖିତ ଭାବେ ପକ୍ଷ ରଖାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସୂଚନାଯୋଗ୍ୟ ଯେ, ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣି ଯାତ୍ରା ସିଂହ ବାହିନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୀୟୂଷଙ୍କୁ ମଞ୍ଚ ନଚଢ଼ିବା ପାଇଁ କୋର୍ଟ ପୂର୍ବରୁ ନୋଟିସ୍ ଜାରି କରିଥିଲେ। ଗତ ୧୨ ତାରିଖରେ ଉଭୟ ପୀୟୂଷ ତ୍ରିପାଠୀ ଓ ଯାତ୍ରା ପାର୍ଟିର ମାଲିକ ଓକିଲଙ୍କ ଜରିଆରେ ନିଜ ନିଜର ପକ୍ଷ ରଖିଥିଲେ, ଯାହାର ପରବର୍ତ୍ତୀ ଶୁଣାଣି ଆଜି ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର