ବିଦେଶୀ ସଂସ୍ଥାଙ୍କ ପୂର୍ବାନୁମାନ: ଚଳିତବର୍ଷ ରାଜ୍ୟକୁ ବଡ଼ ବାତ୍ୟା ଆଶଙ୍କା

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟକୁ ବାତ୍ୟା ଆଶଙ୍କା ବୃଦ୍ଧି ପାଇଛି। ସେପ୍ଟେମ୍ୱର ମାସରୁ ଲା-ନିନାର ପ୍ରଭାବ ଦେଖାଯିବ। ଏହା ଯୋଗୁଁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ପରିବେଶ ଅନୁକୂଳ ରହିବାର ଆଶଙ୍କା ଦୃଢ଼ୀଭୂତ ହୋଇଛି। ପୂର୍ବରୁ ଲା-ନିନା ସକ୍ରିୟ ଥିବା ବର୍ଷଗୁଡ଼ିକରେ ଓଡ଼ିଶାକୁ ବାରମ୍ବାର ବାତ୍ୟା ମାଡ଼ ହୋଇଥିବାରୁ ଏବେଠାରୁ ବାତ୍ୟା ଡର ଆରମ୍ଭ ହୋଇଯାଇଛି। ଲା-ନିନା ପ୍ରଭାବ ସାଙ୍ଗକୁ ଇଣ୍ଡିଆନ୍‍ ଓସେନ ଡାଇପୋଲ୍‍ ନେଗେଟିଭ୍‍ ରହିବାର ସମ୍ଭାବନା ଥିବାରୁ ବାତ୍ୟା ସୃଷ୍ଟି ପାଇଁ ପରିସ୍ଥିତି […]

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟକୁ ବାତ୍ୟା ଆଶଙ୍କା ବୃଦ୍ଧି ପାଇଛି। ସେପ୍ଟେମ୍ୱର ମାସରୁ ଲା-ନିନାର ପ୍ରଭାବ ଦେଖାଯିବ। ଏହା ଯୋଗୁଁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ପରିବେଶ ଅନୁକୂଳ ରହିବାର ଆଶଙ୍କା ଦୃଢ଼ୀଭୂତ ହୋଇଛି। ପୂର୍ବରୁ ଲା-ନିନା ସକ୍ରିୟ ଥିବା ବର୍ଷଗୁଡ଼ିକରେ ଓଡ଼ିଶାକୁ ବାରମ୍ବାର ବାତ୍ୟା ମାଡ଼ ହୋଇଥିବାରୁ ଏବେଠାରୁ ବାତ୍ୟା ଡର ଆରମ୍ଭ ହୋଇଯାଇଛି। ଲା-ନିନା ପ୍ରଭାବ ସାଙ୍ଗକୁ ଇଣ୍ଡିଆନ୍‍ ଓସେନ ଡାଇପୋଲ୍‍ ନେଗେଟିଭ୍‍ ରହିବାର ସମ୍ଭାବନା ଥିବାରୁ ବାତ୍ୟା ସୃଷ୍ଟି ପାଇଁ ପରିସ୍ଥିତି ସୁହାଇଥାଏ ବୋଲି ପୂର୍ବରୁ ନଜିର ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଏସିଆ ପେସିଫିକ୍‍ କ୍ଲାଇମେଟ ସେଣ୍ଟର ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ସେପ୍ଟେମ୍ବରରେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବାର ଥିବା ବେଳେ ଅକ୍ଟୋବର ମାସରେ ସ୍ୱାଭାବିକଠାରୁ ୫୦-୬୦ ପ୍ରତିଶତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ମାସଟି ବାତ୍ୟା ସୃଷ୍ଟି ପାଇଁ ପ୍ରକୃଷ୍ଟ ସମୟ ହୋଇଥିବାରୁ ଚିନ୍ତା ବଢ଼ିଛି। ଆମେରିକାର ଏନ୍‍ଓଏଏ ପକ୍ଷରୁ ଜିଏଫ୍‍ଏସ ମଡେଲରୁ ଜଣାପଡ଼ୁଛି ଯେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏହି ଦୁଇ ବିଶ୍ୱସ୍ତ ପାଣିପାଗ ସଂସ୍ଥାର ଆକଳନରୁ ବାତ୍ୟା ଆଭାସ ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଇଣ୍ଡିଆନ୍‍ ନ୍ୟାସନାଲ୍‍ ସେଣ୍ଟର ଫର ଓସିନ୍‍ ଇନଫର୍ମେସନ ସର୍ଭିସ (ଆଇଏନସିଓଆଇଏସ୍‍)ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଲା-ନିନା ବର୍ଷରେ ମୋଟ୍‍ ୨୦ ଟି ବାତ୍ୟା ହୋଇଥିବା ବେଳେ ଏଲ୍‍-ନିନୋ ବର୍ଷରେ ମାତ୍ର ୯ଟିି ବାତ୍ୟା ସୃଷ୍ଟି ହୋଇଛି। ଏହାସହିତ ଲା-ନିନା ବର୍ଷରେ ଟ୍ରପିକାଲ୍‍ ସାଇକ୍ଲୋନ୍‍ର ସର୍ବାଧିକ ସୃଷ୍ଟି ହୋଇଥାଏ। ଚଳିତ ବର୍ଷ ମଧ୍ୟ ସମାନ ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଆଇଏମ୍‍ଡିର ଅଧ୍ୟୟନରୁ ଜଣାପଡ଼ିଛି ଯେ ମୌସୁମୀ ପରବର୍ତ୍ତୀ ସମୟରେ ଲା-ନିନା ସ୍ଥିତି ଦେଖାଦେଲେ ବର୍ଷାର ପରିମାଣ କମିଥାଏ। ମାତ୍ର ବାତ୍ୟା ସୃଷ୍ଟି ହେଲେ ଏହା ଅଧିକ ଶକ୍ତିଶାଳୀ ହୋଇଥାଏ। ପୂର୍ବରୁ ଲା-ନିନା ବର୍ଷଗୁଡ଼ିକରେ ରାଜ୍ୟ ଅନେକ ବାତ୍ୟାର ସମ୍ମୁଖୀନ ହୋଇଥିବା ବେଳେ ୧୯୯୯ ମସିହା ମହାବାତ୍ୟା ସହିତ ୨୦୧୩ରେ ଫାଇଲିନ୍‍ ହିଟ୍‍ କରିଥିଲା। ଉଭୟ ବାତ୍ୟା ଲା-ନିନା ବର୍ଷରେ ହିଁ ସୃଷ୍ଟି ହୋଇଥିଲେ। ଅଧ୍ୟୟନରୁ ଜଣାଯାଏ ଯେ ଲା-ନିନା ସମୟରେ ପ୍ରଶାନ୍ତ ମହାସାଗରରେ ପବନର ଦିଗ ପରିବର୍ତ୍ତନ ହୋଇ ଆଫ୍ରିକାଠାରୁ ଇଣ୍ଡୋନେସିଆକୁ ପବନର ବେଗ ବୃଦ୍ଧି ପାଇଥାଏ। ଏହି ବର୍ଦ୍ଧିତ ପବନର ଗତିର ପରିଣାମ ସ୍ୱରୂପ, ଇଣ୍ଡୋନେସିଆରେ ଗଚ୍ଛିତ ଉଷ୍ମ ଜଳ ପରେ ବଙ୍ଗୋପସାଗରକୁ ଉଷ୍ମ କରିଥାଏ। ସମୁଦ୍ରରେ ତାପମାତ୍ରା ବୃଦ୍ଧି ହେବା କାରଣରୁ ହିଁ ବାତ୍ୟା ସୃଷ୍ଟି ହୋଇଥାଏ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର