ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ, ଗଣତିମଣତି ନେଇ ପ୍ରସ୍ତୁତ ହେବ ରୂପରେଖ

Madhusudan Das Picture
Published On

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ ଆଜି ଅନୁଷ୍ଠିତ ହେବ। ଅପରାହ୍‌ଣରେ ନୀଳାଦ୍ରି ଭକ୍ତନିବାସ ପରିସରର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ କମିଟିର ସଦସ୍ୟମାନେ ଯୋଗଦେବେ। ଏଥିରେ ରତ୍ନଭଣ୍ଡାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ। ବିଶେଷକରି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ମୁଖ୍ୟ ପ୍ରସଙ୍ଗ ରହିବ। ଜାନୁଆରୀ ମାସରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି କାର୍ଯ୍ୟ ଆରମ୍ଭ ହୋଇପାରେ। ବୈଠକରେ ଗଣତି ପ୍ରକ୍ରିୟା ପାଇଁ ଏସ୍‌ଓପି ଚୂଡ଼ାନ୍ତ କରାଯିବା ସହ କେଉଁମାନେ ଏହି କାର୍ଯ୍ୟରେ ସାମିଲ ହେବେ, ସେନେଇ ନିଷ୍ପତ୍ତି ନିଆଯିବ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିଛି ଏବଂ ସମସ୍ତ ରତ୍ନ ଅଳଙ୍କାରକୁ ପୁଣିଥରେ ସୁରକ୍ଷିତ ଭାବେ ରତ୍ନଭଣ୍ଡାର ମଧ୍ୟରେ ରଖାଯାଇଛି। ଅଳଙ୍କାରର ଗୁଣବତ୍ତା ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ାଯାଇଛି। ଏହି କାର୍ଯ୍ୟରେ ଦୁଇଜଣ ବିଶେଷଜ୍ଞ ମଧ୍ୟ ସାମିଲ ହେବେ। ୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତି ତାଲିକାକୁ ଆଧାର କରି ବର୍ତ୍ତମାନର ଅଳଙ୍କାର ସହ ମେଳ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର