ଉପାନ୍ତରୁ ଉପକୂଳ ଥଣ୍ଡାର ରାଜୁତି; ନୂଆ ବର୍ଷ ପର୍ଯ୍ୟନ୍ତ ଶୀତରୁ ମିଳିବନି ନିସ୍ତାର

Madhusudan Das Picture
Published On

ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଥଣ୍ଡାର ରାଜୁତି ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ  ୪.୮ ଡିଗ୍ରୀ ଥିବା ରେକଡର଼୍ କରାଯାଇଛି। ଗତ ୧୫ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ଦ୍ୱିତୀୟ ଥର ପାଇଁ ତାପମାତ୍ରା ୪.୮ ଡିଗ୍ରୀକୁ ଖସିଛି। ଏହା ପୂର୍ବରୁ ୨୦୧୮ ମସିହା ୩୧ ଡିସେମ୍ବରରେ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଡିସେମ୍ବର ୨୬ରେ ପୁନର୍ବାର ଏହି ରେକର୍ଡକୁ କୋରାପୁଟ ଦୋହରାଇଛି। 
       
ଶୀତ ସହ ପାଣିପାଗ କେନ୍ଦ୍ର ଅନେକ ସ୍ଥାନର ପାଇଁ ଘନ କୁହୁଡ଼ି ସତର୍କ ସୂଚନା ଜାରି କରିଛି। ବିଶେଷକରି ସକାଳ ସମୟରେ କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଆଦିରେ ଘନ କୁହୁଡ଼ି ହେବାର ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ରହିବାକୁ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଜାରି ରହିଥିବା ଥଣ୍ଡା ନୂଆ ବର୍ଷ ପର୍ଯ୍ୟନ୍ତ ରହିବ। ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୨-୧୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ତ୍ତମାନର ସର୍ବନିମ୍ନ ତାପମାତ୍ରା ଉଣା ଅଧିକେ ଚାଲୁ ରହିବ। ମଝିରେ ମଝିରେ ୧ରୁ୨ ଡିଗ୍ରୀ ବଢ଼ିବ ବା କମିବ। ଶିଶିରପାତ ଜାରି ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଝିରେ ମଝିରେ ପତଳା କୁହୁଡ଼ି ହୋଇପାରେ। କିନ୍ତୁ ଘନ କୁହୁଡ଼ି ହେବାର ସମ୍ଭାବନା କମ୍‌ ରହିଛି। ଏହାସହିତ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

27 Dec 2025 By Madhusudan Das

ଉପାନ୍ତରୁ ଉପକୂଳ ଥଣ୍ଡାର ରାଜୁତି; ନୂଆ ବର୍ଷ ପର୍ଯ୍ୟନ୍ତ ଶୀତରୁ ମିଳିବନି ନିସ୍ତାର

ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଥଣ୍ଡାର ରାଜୁତି ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ  ୪.୮ ଡିଗ୍ରୀ ଥିବା ରେକଡର଼୍ କରାଯାଇଛି। ଗତ ୧୫ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ଦ୍ୱିତୀୟ ଥର ପାଇଁ ତାପମାତ୍ରା ୪.୮ ଡିଗ୍ରୀକୁ ଖସିଛି। ଏହା ପୂର୍ବରୁ ୨୦୧୮ ମସିହା ୩୧ ଡିସେମ୍ବରରେ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଡିସେମ୍ବର ୨୬ରେ ପୁନର୍ବାର ଏହି ରେକର୍ଡକୁ କୋରାପୁଟ ଦୋହରାଇଛି। 
       
ଶୀତ ସହ ପାଣିପାଗ କେନ୍ଦ୍ର ଅନେକ ସ୍ଥାନର ପାଇଁ ଘନ କୁହୁଡ଼ି ସତର୍କ ସୂଚନା ଜାରି କରିଛି। ବିଶେଷକରି ସକାଳ ସମୟରେ କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଆଦିରେ ଘନ କୁହୁଡ଼ି ହେବାର ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ରହିବାକୁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଜାରି ରହିଥିବା ଥଣ୍ଡା ନୂଆ ବର୍ଷ ପର୍ଯ୍ୟନ୍ତ ରହିବ। ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୨-୧୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ତ୍ତମାନର ସର୍ବନିମ୍ନ ତାପମାତ୍ରା ଉଣା ଅଧିକେ ଚାଲୁ ରହିବ। ମଝିରେ ମଝିରେ ୧ରୁ୨ ଡିଗ୍ରୀ ବଢ଼ିବ ବା କମିବ। ଶିଶିରପାତ ଜାରି ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଝିରେ ମଝିରେ ପତଳା କୁହୁଡ଼ି ହୋଇପାରେ। କିନ୍ତୁ ଘନ କୁହୁଡ଼ି ହେବାର ସମ୍ଭାବନା କମ୍‌ ରହିଛି। ଏହାସହିତ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର