ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ଓ ବିଚାରାଧୀନ ଥିବା ମାମଲାକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କଲେ ମାନସ ମଙ୍ଗରାଜ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ଓ ବିଚାରାଧୀନ ଥିବା ମାମଲାକୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀ ମଙ୍ଗରାଜ କହିଛନ୍ତି, ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ପ୍ରକ୍ରିୟା ଦ୍ରୁତଗତିରେ ହୋଇପାରୁନି। କେଉଁଠି ଜଜ୍‌ ପଦବୀ ପୂରଣ ହୋଇ ପାରୁ ନାହିଁ। କେଉଁଠି ଅଧିକ ସଂଖ୍ୟକ ଜଜ୍‌ଙ୍କ ଆବଶ୍ୟକତା ରହିଥିଲେ ମଧ୍ୟ ଜଜ୍‌ଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରୁ ନାହିଁ। କେଉଁଠି ଅବଶ୍ୟକୀୟ କୋର୍ଟ ହଲ୍‌, ଓକିଲ ହଲ୍‌, କୋର୍ଟ ପରିସରରେ ଶୌଚାଳୟ, ଜଜ୍‌ କ୍ୱାର୍ଟର୍ସ ନାହିଁ। ଭିତ୍ତିଭୂମି ଏବଂ କୋର୍ଟ କର୍ମଚାରୀଙ୍କ ଅଭାବ ଯୋଗୁଁ ବିଚାରାଧୀନ ମାମଲାଗୁଡ଼ିକ ଦୀର୍ଘ ଦିନ ହେବ ପଡ଼ି ରହିଛି। ଆଇନ ଉପରେ ଭରସା କରି ଲୋକେ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି; ହେଲେ ସେମାନଙ୍କୁ ତୁରନ୍ତ ନ୍ୟାୟ ମିଳୁନି। ଲକ୍ଷ ଲକ୍ଷ ବିଚାରାଧୀନ ମାମଲା ବର୍ଷ ବର୍ଷ ଧରି ପଡ଼ି ରହୁଛି। ଏପରିକି ମାମଲାର ରାୟ ଆସିବା ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଉଛି। ନ୍ୟାୟିକ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୌଣସି ନୂତନ କୋର୍ଟ କମ୍ପେ୍ଲକ୍ସ, ଫାସ୍‌ ଟ୍ରାକ୍‌ କୋର୍ଟ ଓ ଜଜ୍‌ଙ୍କ କ୍ୱାଟର୍ସ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ଦେଇଛନ୍ତି କି ନାହିଁ, ବିଗତ ୫ବର୍ଷ ମଧ୍ୟରେ ଏବାବଦକୁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ମନ୍ତ୍ରୀ ଅର୍ଜୁନ ରାମ୍‌ ମେଘୱାଲ କହିଛନ୍ତି,  ବିଗତ ୫ବର୍ଷ ମଧ୍ୟରେ ସେଣ୍ଟ୍ରାଲ ସ୍ପନସର୍ଡ ସ୍କିମ୍‌ ଅଧୀନରେ ଓଡ଼ିଶାକୁ ୧୩୬.୭୭ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯାଇଛି। ୨୦୨୧-୨୨ରେ କୌଣସି ଅନୁଦାନ ପ୍ରଦାନ କରାଯାଇ ନ ଥିଲା ବେଳେ ୨୦୨୨-୨୩ରେ ୩୧.୩୯କୋଟି, ୨୦୨୩-୨୪ରେ ୩୦.୮୮କୋଟି, ୨୦୨୪-୨୫ରେ ୫୧.୪୮କୋଟ ଏବଂ ୨୦୨୫ ଡିସେମ୍ବର ପହିଲା ପର୍ଯ୍ୟନ୍ତ ମାତ୍ର ୨୨.୯୨କୋଟି ଟଙ୍କା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସେହିପରି ବିଗତ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ କୋର୍ଟରେ ଲକ୍ଷାଧିକ ବିଚାରାଧୀନ ମାମଲା ରହିଛି। ୨୦୨୨ରେ ୧୭,୮୦,୬୭୭ଟି ମାମଲା, ୨୦୨୩ରେ ୧୮,୨୬,୧୦୦ଟି ମାମଲା, ୨୦୨୩ରେ ୧୮,୭୩,୩୧୨ଟି ମାମଲା ଏବଂ ୨୦୨୪ରେ ସର୍ବାଧିକ ୧୯,୨୦,୮୨୫ଟି ମାମଲା ବିଚାରାଧୀନ ଥିବାବେଳେ ୨୦୨୫ ଡିସେମ୍ବର ସୁଦ୍ଧା ୧୭,୫୯,୨୫୭ଟି ମାମଲା ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

18 Dec 2025 By Madhusudan Das

ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ଓ ବିଚାରାଧୀନ ଥିବା ମାମଲାକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ଓ ବିଚାରାଧୀନ ଥିବା ମାମଲାକୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀ ମଙ୍ଗରାଜ କହିଛନ୍ତି, ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ବିକାଶ ପ୍ରକ୍ରିୟା ଦ୍ରୁତଗତିରେ ହୋଇପାରୁନି। କେଉଁଠି ଜଜ୍‌ ପଦବୀ ପୂରଣ ହୋଇ ପାରୁ ନାହିଁ। କେଉଁଠି ଅଧିକ ସଂଖ୍ୟକ ଜଜ୍‌ଙ୍କ ଆବଶ୍ୟକତା ରହିଥିଲେ ମଧ୍ୟ ଜଜ୍‌ଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରୁ ନାହିଁ। କେଉଁଠି ଅବଶ୍ୟକୀୟ କୋର୍ଟ ହଲ୍‌, ଓକିଲ ହଲ୍‌, କୋର୍ଟ ପରିସରରେ ଶୌଚାଳୟ, ଜଜ୍‌ କ୍ୱାର୍ଟର୍ସ ନାହିଁ। ଭିତ୍ତିଭୂମି ଏବଂ କୋର୍ଟ କର୍ମଚାରୀଙ୍କ ଅଭାବ ଯୋଗୁଁ ବିଚାରାଧୀନ ମାମଲାଗୁଡ଼ିକ ଦୀର୍ଘ ଦିନ ହେବ ପଡ଼ି ରହିଛି। ଆଇନ ଉପରେ ଭରସା କରି ଲୋକେ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି; ହେଲେ ସେମାନଙ୍କୁ ତୁରନ୍ତ ନ୍ୟାୟ ମିଳୁନି। ଲକ୍ଷ ଲକ୍ଷ ବିଚାରାଧୀନ ମାମଲା ବର୍ଷ ବର୍ଷ ଧରି ପଡ଼ି ରହୁଛି। ଏପରିକି ମାମଲାର ରାୟ ଆସିବା ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଉଛି। ନ୍ୟାୟିକ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୌଣସି ନୂତନ କୋର୍ଟ କମ୍ପେ୍ଲକ୍ସ, ଫାସ୍‌ ଟ୍ରାକ୍‌ କୋର୍ଟ ଓ ଜଜ୍‌ଙ୍କ କ୍ୱାଟର୍ସ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ଦେଇଛନ୍ତି କି ନାହିଁ, ବିଗତ ୫ବର୍ଷ ମଧ୍ୟରେ ଏବାବଦକୁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି।

ସାଂସଦଙ୍କ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ମନ୍ତ୍ରୀ ଅର୍ଜୁନ ରାମ୍‌ ମେଘୱାଲ କହିଛନ୍ତି,  ବିଗତ ୫ବର୍ଷ ମଧ୍ୟରେ ସେଣ୍ଟ୍ରାଲ ସ୍ପନସର୍ଡ ସ୍କିମ୍‌ ଅଧୀନରେ ଓଡ଼ିଶାକୁ ୧୩୬.୭୭ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯାଇଛି। ୨୦୨୧-୨୨ରେ କୌଣସି ଅନୁଦାନ ପ୍ରଦାନ କରାଯାଇ ନ ଥିଲା ବେଳେ ୨୦୨୨-୨୩ରେ ୩୧.୩୯କୋଟି, ୨୦୨୩-୨୪ରେ ୩୦.୮୮କୋଟି, ୨୦୨୪-୨୫ରେ ୫୧.୪୮କୋଟ ଏବଂ ୨୦୨୫ ଡିସେମ୍ବର ପହିଲା ପର୍ଯ୍ୟନ୍ତ ମାତ୍ର ୨୨.୯୨କୋଟି ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ବିଗତ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ କୋର୍ଟରେ ଲକ୍ଷାଧିକ ବିଚାରାଧୀନ ମାମଲା ରହିଛି। ୨୦୨୨ରେ ୧୭,୮୦,୬୭୭ଟି ମାମଲା, ୨୦୨୩ରେ ୧୮,୨୬,୧୦୦ଟି ମାମଲା, ୨୦୨୩ରେ ୧୮,୭୩,୩୧୨ଟି ମାମଲା ଏବଂ ୨୦୨୪ରେ ସର୍ବାଧିକ ୧୯,୨୦,୮୨୫ଟି ମାମଲା ବିଚାରାଧୀନ ଥିବାବେଳେ ୨୦୨୫ ଡିସେମ୍ବର ସୁଦ୍ଧା ୧୭,୫୯,୨୫୭ଟି ମାମଲା ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି। 

https://www.thesakala.in/latest-odisha-news/manas-mangaraj-expressed-concern-in-rajya-sabha-over-the-development-of-judicial-infrastructure-in-odisha/article-43675
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର