ପାରିବାରିକ କଳହରୁ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲା ସ୍ୱାମୀ

The Sakala Picture
Published On

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀ ଉପରେ ପେଟ୍ରୋଲ ଢ଼ାଳି ସ୍ୱାମୀ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ସ୍ୱାମୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ଗୁରୁତର ସ୍ତ୍ରୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆର୍ଯ୍ୟପଲ୍ଲୀ ଗାଁର ବି. ମୁକୋଡୁ ଓ ପତ୍ନୀ ବି. ଆରାମାଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀ ବି. ଆରାମା ତାଙ୍କ ବାପଘରକୁ ଚାଲିଯାଇଥିଲେ । […]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀ ଉପରେ ପେଟ୍ରୋଲ ଢ଼ାଳି ସ୍ୱାମୀ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ସ୍ୱାମୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ଗୁରୁତର ସ୍ତ୍ରୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆର୍ଯ୍ୟପଲ୍ଲୀ ଗାଁର ବି. ମୁକୋଡୁ ଓ ପତ୍ନୀ ବି. ଆରାମାଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀ ବି. ଆରାମା ତାଙ୍କ ବାପଘରକୁ ଚାଲିଯାଇଥିଲେ । ସେଠାରୁ ମହିଳା ଜଣଙ୍କ କାମ କରିବା ପାଇଁ ଯାଉଥିବା ବେଳେ ନିକଟସ୍ଥ ଗାନ୍ଧୀ ଛକ ନିକଟରେ ସ୍ୱାମୀ ବି. ମୁ୍କୋଡୁ ମହିଳାଙ୍କ ସହ ବଚସା କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

04 Aug 2021 By The Sakala

ପାରିବାରିକ କଳହରୁ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲା ସ୍ୱାମୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀ ଉପରେ ପେଟ୍ରୋଲ ଢ଼ାଳି ସ୍ୱାମୀ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ସ୍ୱାମୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ଗୁରୁତର ସ୍ତ୍ରୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆର୍ଯ୍ୟପଲ୍ଲୀ ଗାଁର ବି. ମୁକୋଡୁ ଓ ପତ୍ନୀ ବି. ଆରାମାଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀ ବି. ଆରାମା ତାଙ୍କ ବାପଘରକୁ ଚାଲିଯାଇଥିଲେ । ସେଠାରୁ ମହିଳା ଜଣଙ୍କ କାମ କରିବା ପାଇଁ ଯାଉଥିବା ବେଳେ ନିକଟସ୍ଥ ଗାନ୍ଧୀ ଛକ ନିକଟରେ ସ୍ୱାମୀ ବି. ମୁ୍କୋଡୁ ମହିଳାଙ୍କ ସହ ବଚସା କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ।

https://www.thesakala.in/latest-odisha-news/the-husband-poured-petrol-on-his-wife-and-set-her-on-fire/article-4363
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର