ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

The Sakala Picture
Published On

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ପାସ ହାର ରହିଛି ୯୯.୦୪ ପ୍ରତିଶତ । ଛାତ୍ରଛାତ୍ରୀମାନେ cbseresults.nic.in ଓ cbse.gov.iରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ଯୋଗୁ ଇଣ୍ଟରନାଲ ଆସେସମେଣ୍ଟ ଭିତ୍ତିରେ ଚଳିତ ବର୍ଷ ମୂଲ୍ୟାୟନ କରାଯାଇଥିଲା। ଇଣ୍ଟରନାଲ […]

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ପାସ ହାର ରହିଛି ୯୯.୦୪ ପ୍ରତିଶତ । ଛାତ୍ରଛାତ୍ରୀମାନେ cbseresults.nic.in ଓ cbse.gov.iରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

କୋଭିଡ ଯୋଗୁ ଇଣ୍ଟରନାଲ ଆସେସମେଣ୍ଟ ଭିତ୍ତିରେ ଚଳିତ ବର୍ଷ ମୂଲ୍ୟାୟନ କରାଯାଇଥିଲା। ଇଣ୍ଟରନାଲ ଆସେସମେଣ୍ଟ କ୍ଷେତ୍ରରେ ପ୍ରତ୍ୟେକ ବିଷୟ ସକାଶେ ୨୦ ଲେଖାଁଏ ମାର୍କ ଏବଂ ସମ୍ପନ୍ନ ହୋଇଥିବା ବିଭିନ୍ନ ଟେଷ୍ଟ ବା ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ଆଧାର କରି ୮୦ ମାର୍କର ମୂଲ୍ୟାୟନ କରାଯାଇଥିଲା। ପ୍ରି-ବୋର୍ଡ, ମିଡ-ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାରେ ପିଲା ରଖିଥିବା ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ କରିବା ଲାଗି ସ୍କୁଲଗୁଡିକୁ ସିବିଏସଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। କୋଭିଡ ନେଇ ପରୀକ୍ଷା ବାତିଲ ହୋଇଥିଲା।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର