ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଲା ପାରଳାଖେମୁଣ୍ଡି ପୁଲିସ ଟିମ୍‌, ଦ୍ଵିତୀୟ ଥର ହେବେ ଜେରା

The Sakala Picture
Published On

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଆଜି ଅଧିକ ତଥ୍ଯ ପାଇଁ ମୟୂରଭଞ୍ଜରେ ବିଦ୍ୟାଭାରତୀଙ୍କ ଘରେ ପାରଳାଖେମୁଣ୍ଡି ପୁଲିସ ଟିମ୍‌ ପହଞ୍ଚିଛି। କପ୍ତିପଦା ଗୌଡ଼ଗାଁରେ ବିଦ୍ୟାଭାରତୀକୁ ଦ୍ଵିତୀୟ ଥର ଜେରା କରିବ ଟିମ୍‌। ପୂର୍ବରୁ ୨ଟି ମୋବାଇଲ ଏଟିଏମ କାର୍ଡ ଓ କାଗଜପତ୍ର ଜବତ କରାଯାଇଥିଲା । ସୂଚନା ଅନୁଯାୟୀ, ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଏବଂ କ୍ରାଇମ୍ବ୍ରାଞ୍ଚ ୨୫ଜଣଙ୍କୁ ପଚରା ଉଚରା କରିଥିବା ବେଳେ ୫ଜଣଙ୍କୁ […]

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଆଜି ଅଧିକ ତଥ୍ଯ ପାଇଁ ମୟୂରଭଞ୍ଜରେ ବିଦ୍ୟାଭାରତୀଙ୍କ ଘରେ ପାରଳାଖେମୁଣ୍ଡି ପୁଲିସ ଟିମ୍‌ ପହଞ୍ଚିଛି। କପ୍ତିପଦା ଗୌଡ଼ଗାଁରେ ବିଦ୍ୟାଭାରତୀକୁ ଦ୍ଵିତୀୟ ଥର ଜେରା କରିବ ଟିମ୍‌। ପୂର୍ବରୁ ୨ଟି ମୋବାଇଲ ଏଟିଏମ କାର୍ଡ ଓ କାଗଜପତ୍ର ଜବତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସୂଚନା ଅନୁଯାୟୀ, ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଏବଂ କ୍ରାଇମ୍ବ୍ରାଞ୍ଚ ୨୫ଜଣଙ୍କୁ ପଚରା ଉଚରା କରିଥିବା ବେଳେ ୫ଜଣଙ୍କୁ ଜେରା କରିଛି। ତେବେ କାହାଠାରୁ କଣ ତଥ୍ୟ ହାସଲ କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। ସମସ୍ତଙ୍କର ତଥ୍ୟକୁ ନେଇ ଏବେ ଫାଇଲ ଚାଷ ଚାଲିଛି। ଜବତ ଲାପ୍ଟପ୍ ଏବଂ ମୋବାଇଲ୍ର ମଧ୍ୟ ଖୋଳତାଡ ଚାଲିଛି। ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରିପାରି ନାହିଁ। ଘଟଣାକୁ ନେଇ ହାଇକୋର୍ଟରେ ପିଆଇଏଲ୍ ଫାଇଲ୍ ହୋଇସାରିଛି। ସୌମ୍ୟଙ୍କ ମୃତ୍ୟୁକାଳିନ ଜମାନବନ୍ଦି ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ମଧ୍ୟରେ ପାର୍ଥକ୍ୟ ରହୁଛି। ଘଟଣାର ମୁଖ୍ୟ ଦୁଇ ସନ୍ଦେହକାରୀ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଲିସ ଜେରା କରିଥିଲେ ମଧ୍ୟ ସେପରି କିଛି ତଥ୍ୟ ହାସଲ କରିପାରିନାହିଁ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଧିରେ ଧିରେ ଦିନ ଏବଂ ସମୟ ବିତିଯାଉଥିବା ବେଳେ ଘଟଣା ଶିଥିଳ ହୋଇଯାଉଛି। ଯାହାକି ସନ୍ଦେହରେ ଥିବା ଅଭିଯୁକ୍ତମାନଙ୍କ ପାଇଁ ସୁଯୋଗ ମିଳୁଛି। ଘଟଣା ଦିନଠାରୁ ବର୍ତ୍ତମାନ ଯାଏଁ ପୁଲିସ ବିଭିନ୍ନ ଦିଗରୁ ବିଭିନ୍ନ ପ୍ରକାର ତଥ୍ୟ ହାସଲ କରିଥିଲେ ମଧ୍ୟ ଘଟଣା କିପରି ଘଟିଛି ତାହା ସ୍ପଷ୍ଟ ହୋଇପାରୁନାହିଁ। ସୌମ୍ୟଙ୍କ ମୃତ୍ୟୁ କଣ ସତରେ ଏକ ମିଷ୍ଟ୍ରି ହୋଇଯିବ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।  ଏସିଏଫ ସୌମ୍ୟଙ୍କ ଘଟଣା ରଙ୍ଗ ଫିତା ତଳେ ବାନ୍ଧି ହୋଇ ରହିଯିବକି ବୋଲି ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ସୌମ୍ୟଙ୍କ ଘଟଣା ଆତ୍ମହତ୍ୟା ନା ହତ୍ୟା ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଯାଇଛି। ପୁଲିସ ଜେରା ବେଳେ ସମସ୍ତ ସନ୍ଦେହକାରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ମୁଖ୍ୟ ସନ୍ଦେହକାରୀଙ୍କୁ କିନ୍ତୁ ସେହିଭଳି କିଛି ଖାସ୍ ପଚରା ଉଚରା କରାଯାଇନଥିବା ଅଭିଯୋଗ ହେଉଛି।  ବେଚଲର ପାର୍ଟି ଠାରୁ ଆରମ୍ଭ କରି ବିଦ୍ୟାଙ୍କ ଚିଠିକୁ ନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି।
03 Aug 2021 By The Sakala

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଲା ପାରଳାଖେମୁଣ୍ଡି ପୁଲିସ ଟିମ୍‌, ଦ୍ଵିତୀୟ ଥର ହେବେ ଜେରା

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଆଜି ଅଧିକ ତଥ୍ଯ ପାଇଁ ମୟୂରଭଞ୍ଜରେ ବିଦ୍ୟାଭାରତୀଙ୍କ ଘରେ ପାରଳାଖେମୁଣ୍ଡି ପୁଲିସ ଟିମ୍‌ ପହଞ୍ଚିଛି। କପ୍ତିପଦା ଗୌଡ଼ଗାଁରେ ବିଦ୍ୟାଭାରତୀକୁ ଦ୍ଵିତୀୟ ଥର ଜେରା କରିବ ଟିମ୍‌। ପୂର୍ବରୁ ୨ଟି ମୋବାଇଲ ଏଟିଏମ କାର୍ଡ ଓ କାଗଜପତ୍ର ଜବତ କରାଯାଇଥିଲା ।

ସୂଚନା ଅନୁଯାୟୀ, ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଏବଂ କ୍ରାଇମ୍ବ୍ରାଞ୍ଚ ୨୫ଜଣଙ୍କୁ ପଚରା ଉଚରା କରିଥିବା ବେଳେ ୫ଜଣଙ୍କୁ ଜେରା କରିଛି। ତେବେ କାହାଠାରୁ କଣ ତଥ୍ୟ ହାସଲ କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। ସମସ୍ତଙ୍କର ତଥ୍ୟକୁ ନେଇ ଏବେ ଫାଇଲ ଚାଷ ଚାଲିଛି। ଜବତ ଲାପ୍ଟପ୍ ଏବଂ ମୋବାଇଲ୍ର ମଧ୍ୟ ଖୋଳତାଡ ଚାଲିଛି। ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରିପାରି ନାହିଁ। ଘଟଣାକୁ ନେଇ ହାଇକୋର୍ଟରେ ପିଆଇଏଲ୍ ଫାଇଲ୍ ହୋଇସାରିଛି। ସୌମ୍ୟଙ୍କ ମୃତ୍ୟୁକାଳିନ ଜମାନବନ୍ଦି ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ମଧ୍ୟରେ ପାର୍ଥକ୍ୟ ରହୁଛି। ଘଟଣାର ମୁଖ୍ୟ ଦୁଇ ସନ୍ଦେହକାରୀ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଲିସ ଜେରା କରିଥିଲେ ମଧ୍ୟ ସେପରି କିଛି ତଥ୍ୟ ହାସଲ କରିପାରିନାହିଁ।

ଧିରେ ଧିରେ ଦିନ ଏବଂ ସମୟ ବିତିଯାଉଥିବା ବେଳେ ଘଟଣା ଶିଥିଳ ହୋଇଯାଉଛି। ଯାହାକି ସନ୍ଦେହରେ ଥିବା ଅଭିଯୁକ୍ତମାନଙ୍କ ପାଇଁ ସୁଯୋଗ ମିଳୁଛି। ଘଟଣା ଦିନଠାରୁ ବର୍ତ୍ତମାନ ଯାଏଁ ପୁଲିସ ବିଭିନ୍ନ ଦିଗରୁ ବିଭିନ୍ନ ପ୍ରକାର ତଥ୍ୟ ହାସଲ କରିଥିଲେ ମଧ୍ୟ ଘଟଣା କିପରି ଘଟିଛି ତାହା ସ୍ପଷ୍ଟ ହୋଇପାରୁନାହିଁ। ସୌମ୍ୟଙ୍କ ମୃତ୍ୟୁ କଣ ସତରେ ଏକ ମିଷ୍ଟ୍ରି ହୋଇଯିବ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।  ଏସିଏଫ ସୌମ୍ୟଙ୍କ ଘଟଣା ରଙ୍ଗ ଫିତା ତଳେ ବାନ୍ଧି ହୋଇ ରହିଯିବକି ବୋଲି ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ସୌମ୍ୟଙ୍କ ଘଟଣା ଆତ୍ମହତ୍ୟା ନା ହତ୍ୟା ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଯାଇଛି। ପୁଲିସ ଜେରା ବେଳେ ସମସ୍ତ ସନ୍ଦେହକାରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ମୁଖ୍ୟ ସନ୍ଦେହକାରୀଙ୍କୁ କିନ୍ତୁ ସେହିଭଳି କିଛି ଖାସ୍ ପଚରା ଉଚରା କରାଯାଇନଥିବା ଅଭିଯୋଗ ହେଉଛି।  ବେଚଲର ପାର୍ଟି ଠାରୁ ଆରମ୍ଭ କରି ବିଦ୍ୟାଙ୍କ ଚିଠିକୁ ନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର