ପ୍ରେମ ପାଇଁ ସାତଦରିଆ ପାରି: ଓଡ଼ିଆ ବୋହୂ ହେଲେ ସ୍ଲୋଭାକିଆ ଯୁବତୀ

Madhusudan Das Picture
Published On

ପାରଳାଖେମୁଣ୍ଡି: ପ୍ରେମ ମାନେନାହିଁ ସୀମା ସରହଦ, ବନ୍ଧବାଡ଼। ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ସ୍ଲୋଭାକିଆର ଜଣେ ଯୁବତୀ। ପ୍ରେମ ପାଇଁ ସେ ସାତଦରିଆ ପାର ହୋଇ ଓଡ଼ିଶା‌ରେ ପାଦ ଥାପିଛନ୍ତି। ହିନ୍ଦୁ ରୀତିନୀତିରେ ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରି ଓଡ଼ିଶାର ବୋହୂ ହୋଇଛନ୍ତି। ସେ ହେଲେ, ୟୁରୋପୀୟ ଦେଶ ସ୍ଲୋଭାକିଆର ଯୁବତୀ ଏନା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରାମଲିଙ୍ଗେଶ୍ୱର ମନ୍ଦିରରେ ସେ ପାରଳାଖେମୁଣ୍ଡିର ରାଜୀବ ମିଶାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜୀବ ସିଙ୍ଗାପୁରରେ କାମ କରନ୍ତି। ଏକ ହସ୍ପିଟାଲରେ ଏନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ। ଏ ସଂପର୍କରେ ଉଭୟ ନିଜ ନିଜ ପରିବାରଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁଯାୟୀ ବୁଧବାର ରାତିରେ ରାମଲିଙ୍ଗେଶ୍ୱର ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା। ରାଜୀବଙ୍କ ପରିବାରଲୋକ ଏନାଙ୍କ ନାମକୁ ଭାରତୀୟ ନାମ ଅନୁସାରେ ଅନନ୍ୟା ଦେଇଛନ୍ତି। ଏହି ବିବାହ ଉତ୍ସବରେ ଉଭୟ ପକ୍ଷର ସମସ୍ତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

28 Nov 2025 By Madhusudan Das

ପ୍ରେମ ପାଇଁ ସାତଦରିଆ ପାରି: ଓଡ଼ିଆ ବୋହୂ ହେଲେ ସ୍ଲୋଭାକିଆ ଯୁବତୀ

ପାରଳାଖେମୁଣ୍ଡି: ପ୍ରେମ ମାନେନାହିଁ ସୀମା ସରହଦ, ବନ୍ଧବାଡ଼। ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ସ୍ଲୋଭାକିଆର ଜଣେ ଯୁବତୀ। ପ୍ରେମ ପାଇଁ ସେ ସାତଦରିଆ ପାର ହୋଇ ଓଡ଼ିଶା‌ରେ ପାଦ ଥାପିଛନ୍ତି। ହିନ୍ଦୁ ରୀତିନୀତିରେ ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରି ଓଡ଼ିଶାର ବୋହୂ ହୋଇଛନ୍ତି। ସେ ହେଲେ, ୟୁରୋପୀୟ ଦେଶ ସ୍ଲୋଭାକିଆର ଯୁବତୀ ଏନା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରାମଲିଙ୍ଗେଶ୍ୱର ମନ୍ଦିରରେ ସେ ପାରଳାଖେମୁଣ୍ଡିର ରାଜୀବ ମିଶାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ରାଜୀବ ସିଙ୍ଗାପୁରରେ କାମ କରନ୍ତି। ଏକ ହସ୍ପିଟାଲରେ ଏନାଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ। ଏ ସଂପର୍କରେ ଉଭୟ ନିଜ ନିଜ ପରିବାରଲୋକଙ୍କ ସହ ଆଲୋଚନା କରିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁଯାୟୀ ବୁଧବାର ରାତିରେ ରାମଲିଙ୍ଗେଶ୍ୱର ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା। ରାଜୀବଙ୍କ ପରିବାରଲୋକ ଏନାଙ୍କ ନାମକୁ ଭାରତୀୟ ନାମ ଅନୁସାରେ ଅନନ୍ୟା ଦେଇଛନ୍ତି। ଏହି ବିବାହ ଉତ୍ସବରେ ଉଭୟ ପକ୍ଷର ସମସ୍ତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର