କଟକ ଜିଲ୍ଲାର ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନେଇ ନିର୍ଦ୍ଦେଶନାମା ସଂଶୋଧିତ, ୯୧ ନୁହେଁ ୩୬ ଜଣଙ୍କ ଦରମା ବନ୍ଦ ନେଇ ସୂଚନା

Madhusudan Das Picture
Published On

ଭୁବନେଶ୍ୱର: କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ ନେଇ ନିର୍ଦ୍ଦେଶନାମା ସଂଶୋଧିତ। ୯୧ ବଦଳରେ ୩୬ ଜଣ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବା ସୂଚନା। ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକୁ ଅବଧି ସମୟ ଭିତରେ କାର୍ଯକାରୀ କରି ନଥିବା ଅଭିଯୋଗରେ ୩୬ ଜଣ ସରକାରୀ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ ନେଇ ନିର୍ଦ୍ଦେଶ । ୯୧ ବଦଳରେ ୩୬ ଜଣ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବାର ସୂଚନା ଦିଆଯାଇଛି । ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସଂଶୋଧିତ ତାଲିକାରୁ ବାଦ୍ ପଡିଛନ୍ତି। 

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଜିଲ୍ଲା ପ୍ରଶାସନ କହିବା ମୁତାବକ ୩୬ ଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ କରିନାହାଁନ୍ତି। ଯେଉଁ କାରଣରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି। ଗତକାଲି ପ୍ରକାଶିତ ବିଜ୍ଞପ୍ତି ମୁତାବକ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ  ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର