ଆଇଏଲ୍‌ଏସ୍‌ର ଯକ୍ଷ୍ମା ଟିକା ଗବେଷଣା ସଫଳ; ବିଶ୍ୱ ବଜାରରେ ଟିକା ପହଞ୍ଚାଇବା ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ

Madhusudan Das Picture
Published On

ଭୁବନେଶ୍ୱର: ଯକ୍ଷ୍ମା ନିରାକରଣରେ ଦିଗରେ ଏକ ଅଭୂତପୂର୍ବ ସଫଳତା ମିଳିଛି। ଭୁବନେଶ୍ୱର ଆଇଆଇଟି ଏବଂ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ), ଭୁବନେଶ୍ୱର ମିଳିତ ଭାବେ ଏକ ପ୍ରଭାବଶାଳୀ ଯକ୍ଷ୍ମା ଟିକାର ଉଦ୍ଭାବନ କରିଛନ୍ତି। ଏହି ଟିକାକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ଅଧିକ ଗବେଷଣା ପାଇଁ ସୋମବାର ଆଇଆଇଟି, ଆଇଏଲ୍‌ଏସ୍‌ ଏବଂ ନ୍ୟାସନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେସନ୍‌ ପକ୍ଷରୁ ଟେକ୍‌-ଇନଭେନସନ୍‌ ଲାଇଫ କେୟାର ନାମକ ଘରୋଇ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଚ୍‌ଏସ୍‌ପି ସବ-ୟୁନିଟ୍‌ ନାମକ ଏହି ଭାକ୍ସିନ୍‌ ଯକ୍ଷ୍ମା ନିୟନ୍ତ୍ରଣରେ ବହୁତ ଭଲ ପ୍ରଭାବ ଦେଖାଉଛି। ଆଇଆଇଟିର ପ୍ରଫେସର୍‌ ଆଶିଷ ବିଶ୍ୱାସ, ଆଇଏଲସର ଡ. ସୁନୀଲ କୁମାର ରାଘବଙ୍କ ନେତୃତ୍ୱରେ ଗବେଷକଙ୍କ ଦଳ ଏହି ସଫଳତା ପାଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର