Cyclone Montha live updates: ବାତ୍ୟା 'ମୋନ୍ଥା'କୁ ନେଇ ବିଏମସିର ପ୍ରସ୍ତୁତି, ୟେଲୋ ଜୋନରେ ରହିଛି ଖୋର୍ଦ୍ଧା ଜିଲ୍ଲା...

Deviprasad Mohanty Picture
Published On

ଭୁବନେଶ୍ବର: ବାତ୍ୟା ମୋନ୍ଥାକୁ ନେଇ ବିଏମସିର ପ୍ରସ୍ତୁତି। ୟଲୋ ଜୋନରେ ଖୋର୍ଦ୍ଧା ଜିଲ୍ଲା ରହିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ବର୍ଷା ପ୍ରଭାବରେ ଜଳବନ୍ଦୀ, ବନ୍ଯା, ଗଛ ପଡିବା, ବିଦ୍ୟୁତ ତାର ଛଣ୍ଡିବାର ସମ୍ଭାବନା ରହିଛି। ଏ ନେଇ ବିଏମସିରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି।  

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ବିଏମସି, ଫାୟାର, ପୁଲିସ, ପୂର୍ତ୍ତବିଭାଗ, ବିଡିଏ , ଇଡକୋ, ଜାତୀୟ କାଜପଥ, ବନ ବିଭାଗ, ଟିପିଡିସିଓଲ ସମେତ ଲାଇନ ଡିପାର୍ଟମେଣ୍ଟ ମାନଙ୍କ ସହିତ ଆଲୋଚନା ହେବା ସହିତ ସ୍ବତନ୍ତ୍ର ଟିମ ଗଠନ ହୋଇଛି। କିଭଳି ସଫେଇ ହେବ, ଡ୍ରେନେଜ ସମସ୍ଯା ନ ହେବ ସେ ନେଇ ଯୋଜନା ହୋଇଛି। ଡ୍ରେନ କିଭଳି ଚୋକ ନ ହେବ ଆଜି ସଫା କରାଯାଇଛି। ଫାୟାର ଓ ଡ୍ରେନେଜ ଡିଭିଜନର ଟିମ ମାନଙ୍କୁ ଯାନ ଓ ତେଲ ଦେଇ ସମ୍ବେଦନଶୀଳ ଜାଗାରେ ମୁତୟନ କରାଯାଇଛି। ଯେଉଁ ଜାଗାରେ ସମସ୍ଯା ଦେଖାଦେବ ସ୍ଥାନୀୟ କର୍ପୋରେଟରଙ୍କୁ ଜଣାଇବେ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଏହା ସହିତ ହେଲ୍ପଲାଇନ ନମ୍ବର ୧୯୨୯ ନମ୍ବରରେ ଯୋଗାଯୋଗ କରିବା ନେଇ କମିଶନର ଅପିଲ କରିଛନ୍ତି। ବନ୍ଯା ଓ ଜଳବନ୍ଦୀକୁ ନଜରରେ ରଖି କଲ୍ଯାଣ ମଣ୍ଡପ ଓ ସ୍କୁଲ ଗିଡକରେ ରହିବା ପାଇଁ  ପ୍ରସ୍ତୁତି କରାଯାଇଛି। ଲୋକମାନେ ଭୟ କରିବା ଦରକାର ନାହିଁ। ମୁକାବିଲା ନେଇ ବିଏମସି ପୁରା ପ୍ରସ୍ତୁତ ଅଛି ବୋଲି ବିଏମ କମିଶନର ଚଞ୍ଚଲ ରାଣା  କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର