ଆଜି ଲଘୁଚାପ; ଘନୀଭୂତ ହେବା ଆଶଙ୍କା, ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Madhusudan Das Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ବୁଧବାରଠାରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଗୁରୁବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେବେ କେତେ ଘନୀଭୂତ ହେବ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଏହି ଲଘୁଚାପଟି ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବା ଏକପ୍ରକାର ନିଶ୍ଚିତ ଥିବା ବେଳେ ଯଦି ପାଣିପାଗ ସ୍ଥିତି ଅନୁକୂଳ ହୁଏ ତେବେ ଗଭୀର ଅବପାତ/ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଯାଇ ନପାରେ। ସେହିପରି ପ୍ରାଥମିକ ଭାବେ ଏହା ଆନ୍ଧ୍ର ଉପକୂଳମୁହାଁ ହେବା ନେଇ ଆକଳନ କରାଯାଉ ଥିଲେ ମଧ୍ୟ ଓଡ଼ିଶା ଉପରେ ଏହାର ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ରହିବ। ଯଦି ଏହା ଉତ୍ତର ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରେ ତେବେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସାଙ୍ଗକୁ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶା ଓ ଉପକୂଳ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିପାରେ। ସେହିପରି ଲଘୁଚାପ ଅଧିକ ଶକ୍ତିଶାଳୀ ହେଲେ, ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ବଢ଼ିଯିବ। ତେଣୁ ରାଜ୍ୟରେ ଅଧିକ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଦେଖାଦେଇପାରେ । ଅନ୍ୟପଟେ ଆସନ୍ତା ୨୭ତାରିଖ ବେଳକୁ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହେବ । ସାଧାରଣତଃ ପଶ୍ଚିମା ଝଡ଼ ଦ୍ୱାରା ଉପରିଭାଗରେ ବାୟୁ ଚଳାଚଳର ତାରତମ୍ୟ ଅବପାତ/ବାତ୍ୟାଗୁଡ଼ିକର ଦିଗ ପରିବର୍ତ୍ତନ କରାଇବାରେ ସହାୟକ ହୋଇଥାଏ। ତେଣୁ ବର୍ତ୍ତମାନ ଉଭୟ ଆନ୍ଧ୍ର ଓ ଓଡ଼ିଶା ଉପରେ ସମ ପରିମାଣର ବର୍ଷା-ପବନ ଭୟ ରହୁଛି। ଏହି ସ୍ଥିତି ଯୋଗୁଁ ଆସନ୍ତା ୨୭ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ୨୮ ଓ ୨୯ରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ଦୁଇଦିନ ପୂର୍ବେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଓଡ଼ିଶାଠାରୁ ଦୂରକୁ ଚାଲିଯାଇଛି। ମାତ୍ର ଏହା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ରାୟଗଡ଼ାରେ ୧୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୮ ଓ ଜଗତସିଂହପୁରରେ ୯ ମିମି ବର୍ଷା ରେକର୍ଡ ହୋଇଛି । ଶୁକ୍ରବାର ୧୧ଟି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର