ଆସନ୍ତା ୨୯ରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ

The Sakala Picture
Published On

କଟକ: ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ। ଅକ୍ଟୋବାର ୮ରେ ଅଦାଲତ ଖୋଲିବ। ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ ତିନିଦିନ ଅର୍ଥାତ୍‌ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬ ତାରିଖରେ ଅବକାଶକାଳୀନ ଅଦାଲତ ବସିବ। ୨୯ ତାରିଖ ସୋମବାର ପ୍ରଥମ ଅବକାଶକଳୀନ ଅଦାଲତ ବସିବ। ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ […]

କଟକ: ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ। ଅକ୍ଟୋବାର ୮ରେ ଅଦାଲତ ଖୋଲିବ। ଏହି ଛୁଟି ସମୟ ମଧ୍ୟରେ ଜରୁରୀ ମାମଲାର ଶୁଣାଣି ପାଇଁ ତିନିଦିନ ଅର୍ଥାତ୍‌ ଆସନ୍ତା ୨୯ ତାରିଖ, ଅକ୍ଟୋବର ୧ ତାରିଖ ଓ ୬ ତାରିଖରେ ଅବକାଶକାଳୀନ ଅଦାଲତ ବସିବ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

୨୯ ତାରିଖ ସୋମବାର ପ୍ରଥମ ଅବକାଶକଳୀନ ଅଦାଲତ ବସିବ। ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ ଜରୁରିକାଳୀନ ମାମଲାର ଶୁଣାଣି ହେବ। ପରେ ବିଚାରପତି ଦ୍ୱୟ ପୃଥକ୍‌ ପୃଥକ୍‌ ବେଞ୍ଚ୍‌ରେ ଅନ୍ୟାନ୍ୟ ମାମଲାର ଶୁଣାଣି କରିବେ। ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶ ମଧ୍ୟ ସେହି ଦିନ ଜାମିନ୍‌ ମାମଲାର ଶୁଣାଣି କରିବେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

ସେହିପରି ଅକ୍ଟୋବର ପହିଲାରେ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁ ଏବଂ ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ପରେ ଉଭୟ ବିଚାରପତି ପୃଥକ୍‌ ପୃଥକ୍‌ ଭାବେ ଅନ୍ୟ ମାମଲାର ଶୁଣାଣି କରିବେ। ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏବଂ ଜଷ୍ଟିସ୍‌ ବିରଜାପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। ସେହି ଦିନ ଉଭୟ ବିଚାରପତି ପୃଥକ ଭାବେ ମଧ୍ୟ ଅନ୍ୟ ମାମଲାର ଶୁଣାଣି କରିବେ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର