ବଢ଼ିଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା; ତାଲିକା ଧରି ଦିଲ୍ଲୀରେ ମନ-ମୋହନ….

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ଭାବରେ ମନମୋହନ ସାମଲଙ୍କ ପୁନଃନିଯୁକ୍ତି ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର ଧରିଛି। ସବୁ କିଛି ଠିକ୍‌ ରହିଲେ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରିମଣ୍ଡଳ ଚେହେରା ବଦଳିବ। ଏହା ସହିତ ପ୍ରଥମ ପର୍ଯ୍ୟାୟରେ କିଛି ନେତାଙ୍କୁ ନିଗମ ଓ ବୋର୍ଡରେ ଥଇଥାନ କରାଯିବ। ଏ ସଂକ୍ରାନ୍ତ ସୂଚୀ ଚୂଡ଼ାନ୍ତ ନିମନ୍ତେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଯଦିଓ କେନ୍ଦ୍ର […]

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ଭାବରେ ମନମୋହନ ସାମଲଙ୍କ ପୁନଃନିଯୁକ୍ତି ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର ଧରିଛି। ସବୁ କିଛି ଠିକ୍‌ ରହିଲେ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରିମଣ୍ଡଳ ଚେହେରା ବଦଳିବ। ଏହା ସହିତ ପ୍ରଥମ ପର୍ଯ୍ୟାୟରେ କିଛି ନେତାଙ୍କୁ ନିଗମ ଓ ବୋର୍ଡରେ ଥଇଥାନ କରାଯିବ। ଏ ସଂକ୍ରାନ୍ତ ସୂଚୀ ଚୂଡ଼ାନ୍ତ ନିମନ୍ତେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଯଦିଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସ୍ୱର୍ଗତଃ ପିତା ଦୌଲାଲ ବୈଷ୍ଣବଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଉଭୟ ଦିଲ୍ଲୀ ଯାଇଥିବା ସରକାରୀ ଭାବରେ କୁହାଯାଉଛି, ମାତ୍ର ଏହା ପଛରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗ ଜଡ଼ିତ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବି ଏଲ୍‌ ସନ୍ତୋଷ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାପରେ ଏହି ଆଲୋଚନାକୁ ଅଧିକ ବଳ ଯୋଗାଇଛି।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସ୍ୱରୂପ ପ୍ରାୟତଃ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ରାଜ୍ୟର ଜଣେ ଦୁଇଜଣ ଟାଣୁଆ ନେତା ଏଥିରେ କେଁ ପୂରାଇଛନ୍ତି। ସେହିପରି ବାଦ ସୂଚୀରେ ସ୍ଥାନ ପାଇଥିବା କିଛି ମନ୍ତ୍ରୀଙ୍କ ସମ୍ପର୍କରେ ସହମତି ହୋଇ ପାରିନାହିଁ। ପୁନଶ୍ଚ ଏକାଧିକ ବିଭାଗ ଦାୟିତ୍ୱରେ ଥାଇ କିଛି ବିବାଦୀୟ ହୋଇଥିବା ଦୁଇଜଣ ମନ୍ତ୍ରୀଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଗୋଟିଏ ସପ୍ତାହ ପୂର୍ବରୁ ମୋହନ ନିଜର କିଛି ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚାହୁଁଥିଲେ, ମାତ୍ର ମନମୋହନ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର କିଛି ଅନୁଗତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶା ବାନ୍ଧି ବସିଛନ୍ତି। ସେହିପରି ୪ ଜଣ ସାଂସଦ ନିଜ ନିଜ ନିର୍ବାଚନମଣ୍ଡଳୀର ୪ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିବାକୁ ଚାପ ସୃଷ୍ଟି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ଉଭୟ ମୋହନ-ମନମୋହନ ଦିଲ୍ଲୀ ଗସ୍ତରେ ଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଉଭୟେ ଦିଲ୍ଲୀରେ ଶୀର୍ଷ ନେତୃତ୍ୱସ୍ତରୀୟ କେତେକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଉଛି। ଅପରପକ୍ଷେ ରାଜ୍ୟ ସଭାପତି ଶ୍ରୀ ସାମଲ ମଧ୍ୟ କେତେକ ନେତାଙ୍କୁ ଭେଟିଛନ୍ତି। ଶୀର୍ଷ ନେତୃତ୍ୱଙ୍କ ସ୍ୱୀକୃତି ମିଳିଗଲେ ଚଳିତ ମାସରେ କୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ଶପଥ ନେବେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

12 Jul 2025 By The Sakala

ବଢ଼ିଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା; ତାଲିକା ଧରି ଦିଲ୍ଲୀରେ ମନ-ମୋହନ….

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ଭାବରେ ମନମୋହନ ସାମଲଙ୍କ ପୁନଃନିଯୁକ୍ତି ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର ଧରିଛି। ସବୁ କିଛି ଠିକ୍‌ ରହିଲେ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରିମଣ୍ଡଳ ଚେହେରା ବଦଳିବ। ଏହା ସହିତ ପ୍ରଥମ ପର୍ଯ୍ୟାୟରେ କିଛି ନେତାଙ୍କୁ ନିଗମ ଓ ବୋର୍ଡରେ ଥଇଥାନ କରାଯିବ। ଏ ସଂକ୍ରାନ୍ତ ସୂଚୀ ଚୂଡ଼ାନ୍ତ ନିମନ୍ତେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଯଦିଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସ୍ୱର୍ଗତଃ ପିତା ଦୌଲାଲ ବୈଷ୍ଣବଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଉଭୟ ଦିଲ୍ଲୀ ଯାଇଥିବା ସରକାରୀ ଭାବରେ କୁହାଯାଉଛି, ମାତ୍ର ଏହା ପଛରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗ ଜଡ଼ିତ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବି ଏଲ୍‌ ସନ୍ତୋଷ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାପରେ ଏହି ଆଲୋଚନାକୁ ଅଧିକ ବଳ ଯୋଗାଇଛି।

ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସ୍ୱରୂପ ପ୍ରାୟତଃ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ରାଜ୍ୟର ଜଣେ ଦୁଇଜଣ ଟାଣୁଆ ନେତା ଏଥିରେ କେଁ ପୂରାଇଛନ୍ତି। ସେହିପରି ବାଦ ସୂଚୀରେ ସ୍ଥାନ ପାଇଥିବା କିଛି ମନ୍ତ୍ରୀଙ୍କ ସମ୍ପର୍କରେ ସହମତି ହୋଇ ପାରିନାହିଁ। ପୁନଶ୍ଚ ଏକାଧିକ ବିଭାଗ ଦାୟିତ୍ୱରେ ଥାଇ କିଛି ବିବାଦୀୟ ହୋଇଥିବା ଦୁଇଜଣ ମନ୍ତ୍ରୀଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଗୋଟିଏ ସପ୍ତାହ ପୂର୍ବରୁ ମୋହନ ନିଜର କିଛି ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚାହୁଁଥିଲେ, ମାତ୍ର ମନମୋହନ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର କିଛି ଅନୁଗତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶା ବାନ୍ଧି ବସିଛନ୍ତି। ସେହିପରି ୪ ଜଣ ସାଂସଦ ନିଜ ନିଜ ନିର୍ବାଚନମଣ୍ଡଳୀର ୪ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିବାକୁ ଚାପ ସୃଷ୍ଟି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ଉଭୟ ମୋହନ-ମନମୋହନ ଦିଲ୍ଲୀ ଗସ୍ତରେ ଯାଇଥିବା କୁହାଯାଉଛି।

ଉଭୟେ ଦିଲ୍ଲୀରେ ଶୀର୍ଷ ନେତୃତ୍ୱସ୍ତରୀୟ କେତେକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଉଛି। ଅପରପକ୍ଷେ ରାଜ୍ୟ ସଭାପତି ଶ୍ରୀ ସାମଲ ମଧ୍ୟ କେତେକ ନେତାଙ୍କୁ ଭେଟିଛନ୍ତି। ଶୀର୍ଷ ନେତୃତ୍ୱଙ୍କ ସ୍ୱୀକୃତି ମିଳିଗଲେ ଚଳିତ ମାସରେ କୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ଶପଥ ନେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର