ବୁର୍ଲା ଭିସୁଟ୍ ପରିସରରୁ ଉଠିଲା କଣ୍ଟେନମେଣ୍ଟ

The Sakala Picture
Published On

ବୁର୍ଲା : ବୁର୍ଲାସ୍ଥିତ ଭିସୁଟ୍‌ ପରିସରରୁ କଣ୍ଟେନ୍‌ମେଣ୍ଟ କଟକଣା ଉଠିଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ କଟକଣା ଉଠାଇଛି । କିନ୍ତୁ ପ୍ରଶାସନ କହିଛି ଯେ, କଣ୍ଟେନମେଣ୍ଟ କଟକଣା ହଟିବା ପରେ ବି ଆଗାମୀ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ । ଭିସୁଟ୍‌ ପରିସରରୁ କଣ୍ଟେନମେଣ୍ଟ କଟକଣା ଉଠିବା ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍ସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି […]

ବୁର୍ଲା : ବୁର୍ଲାସ୍ଥିତ ଭିସୁଟ୍‌ ପରିସରରୁ କଣ୍ଟେନ୍‌ମେଣ୍ଟ କଟକଣା ଉଠିଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ କଟକଣା ଉଠାଇଛି । କିନ୍ତୁ ପ୍ରଶାସନ କହିଛି ଯେ, କଣ୍ଟେନମେଣ୍ଟ କଟକଣା ହଟିବା ପରେ ବି ଆଗାମୀ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ । ଭିସୁଟ୍‌ ପରିସରରୁ କଣ୍ଟେନମେଣ୍ଟ କଟକଣା ଉଠିବା ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍ସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୂଚନାଯୋଗ୍ୟ  ଗତ କିଛିଦିନ ତଳେ ଭିସୁଟରୁ ଏକାଧିକ କରୋନା ପୋଜେଟିଭ ଚିହ୍ନଟ ହୋଇଥିବା ଖବର ପ୍ରସାରଣ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ତୁରନ୍ତ ଭିସୁଟର ୧୧ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବ ସହିତ ଗୋଟିଏ ଛାତ୍ରାବାସ ଓ ତାହାର ଆଖପାଖ ଅଞ୍ଚଳକୁ ବଫରଜୋନ ଘୋଷଣା କରାଯାଇଥିଲା।ପରେ ସମସ୍ତ ରିପୋଟ ଭୁଲ ରହିଥିବା ଜଣାପଡିବ ପରେ ଆଜି ବିଶ୍ୱବିଦ୍ୟାଳୟ ରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ବିଶ୍ୱବିଦ୍ୟାଳୟରୁ କଣ୍ଟେନମେଣ୍ଟ ଜୋନ ହଟାଯିବା  ସହିତ ଛାତ୍ରାବାସ ମୁଖ୍ୟ ଫାଟକରେ ଲାଗିଥିବା ବାଉଁଶ ବାରିକେଡ କୁ ଖୋଲାଯାଇଛି।ଖୁବ ଶୀଘ୍ର ଛାତ୍ରଛାତ୍ରୀ ମାନଙ୍କୁ ପୁନଃ ବିଶ୍ୱବିଦ୍ୟାଳୟ ଆସିବାକୁ ନିର୍ଦ୍ଧେଶ ପ୍ରଦାନ କରାଯିବ ବୋଲି ଜଣା ପଡିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

 

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର