‘ଥାଇରଏଡ୍ ରୋଗକୁ ଶୀଘ୍ର ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏଆଇ’

The Sakala Picture
Published On

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା। ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ। ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଥାଇରଏଡ୍ ରୋଗର ପ୍ରାରମ୍ଭିକ ନିର୍ଣ୍ଣୟ ଏବଂ ପରିଚାଳନାକୁ ପରିବର୍ତ୍ତନ କରିବାକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ନିମନ୍ତେ ବ୍ୟବସ୍ଥା ହେଉଛି। ଏଆଇ […]

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା। ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ। ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଥାଇରଏଡ୍ ରୋଗର ପ୍ରାରମ୍ଭିକ ନିର୍ଣ୍ଣୟ ଏବଂ ପରିଚାଳନାକୁ ପରିବର୍ତ୍ତନ କରିବାକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ନିମନ୍ତେ ବ୍ୟବସ୍ଥା ହେଉଛି। ଏଆଇ ମାଧ୍ୟମରେ ଏହି ରୋଗର ଚିହ୍ନଟ ସହିତ ବ୍ୟକ୍ତିକୈନ୍ଦ୍ରିକ ଔଷଧ ଏବଂ ଚିକିତ୍ସା ପ୍ରଦାନ କରାଯାଇପାରିବ। ବିଶେଷକରି ଦେଶର ପ୍ରାୟ ୧୦ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଥିବା ହାଇପୋଥାଇରଏଡିଜମ୍‌ର ନିରାକରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ବିଶିଷ୍ଟ ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

“ଏଆଇ ଥାଇରଏଡ୍‌ର ପ୍ରାରମ୍ଭିକ ନିର୍ଣ୍ଣୟରେ ସାହାଯ୍ୟ କରିବ, ରୋଗର ଅଗ୍ରଗତିକୁ ଅନୁସରଣ କରିବ ଏବଂ ଫଳାଫଳ-ଆଧାରିତ ଔଷଧ ସମ୍ପର୍କରେ ସୂଚନା ଦେବ, ବିଶେଷକରି ଗ୍ରାମାଞ୍ଚଳ ଏବଂ ଅନୁନ୍ନତ ଅଞ୍ଚଳର ରୋଗୀଙ୍କୁ ଲାଭ ଦେବା ନେଇ ଡ. ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ କ୍ଷେତ୍ରରେ ହାଇପୋଥାଇରଏଡିଜ୍‌ମ ତିନି ଗୁଣ ଅଧିକ ପ୍ରଭାବୀ, ଏବଂ ପ୍ରାୟ ୩୩ ପ୍ରତିଶତ ରୋଗୀ ଚିହ୍ନଟ ହୋଇପାରନ୍ତି ନାହିଁ। ଚିକିତ୍ସା କରାଯାଇନଥିବା ହାଇପୋଥାଇରଏଡିଜ୍‌ମ ହୃଦୟ, ମସ୍ତିଷ୍କ, ବୃକକ୍, ଯକୃତ, ଅନ୍ତନଳୀ ଏବଂ ପ୍ରଜନନ ପ୍ରଣାଳୀ ସମେତ ପ୍ରମୁଖ ଅଙ୍ଗଗୁଡ଼ିକୁ ଗଭୀର ଭାବରେ ପ୍ରଭାବିତ କରିପାରେ। ପିଲା ଏବଂ ଶିଶୁମାନଙ୍କ ମଧ୍ୟରେ, ଏହା ଅଭିବୃଦ୍ଧିରେ ବାଧା, ବିଳମ୍ବିତ ବିକାଶ ଏବଂ ଦୁର୍ବଳ ଶିକ୍ଷାଗତ ପ୍ରଦର୍ଶନର କାରଣ ହୋଇପାରେ ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଏମ୍‌ସ ଭୁବନେଶ୍ୱର ଏଣ୍ଡୋକ୍ରାଇନୋଲୋଜି, ମଧୁମେହ ଏବଂ ମେଟାବୋଲିଜିମ୍ ବିଭାଗରେ ମାସିକ ପ୍ରାୟ ୫୦୦ରୁ ଅଧିକ ଥାଇରଏଡ୍ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ରୋଗୀ ଚିକିତ୍ସା ସେବା ନିମନ୍ତେ ଆସନ୍ତି। ଏହି ବିଭାଗ ଜନ୍ମଗତ ଏବଂ ଅଟୋଇମ୍ୟୁନ୍‌ ହାଇପୋଥାଇରଏଡିଜ୍‌ମ, ଗ୍ରେଭ୍ସ ରୋଗ, ଥାଇରଏଡ୍ ଫୁଲା, ଥାଇରଏଡ୍ ମାଲିଗ୍ନାନ୍ସି ପାଇଁ ବ୍ୟାପକ ଚିକିତ୍ସା ପ୍ରଦାନ କରୁଥିବା ବିଭାଗୀୟ ମୁଖ୍ୟ ଡ. କିଶୋର କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି। ଟିଏସ୍‌ଏଚ୍‌, ଫ୍ରି ଟି୪, ଫ୍ରି ଟି୩, ହାଇ-ରିଜୋଲ୍ୟୁସନ୍ ଅଲ୍ଟ୍ରାସାଉଣ୍ଡ, ସିଟି ସ୍କାନ୍ ଏବଂ ନ୍ୟୁକ୍ଲିୟର ଇମେଜିଂ (ହୋଲ୍ ବଡି ଆୟୋଡିନ୍ ସ୍କାନ, ଟେକ୍ନେଟିୟମ୍ ପର୍ଟେକ୍ନେଟେଟ୍ ସ୍କାନ) ସହିତ ଜଡିତ ଏକାଧିକ ପରୀକ୍ଷା ଏହି ବିଭାଗରେ ଉପଲବ୍ଧ। ସେହିପରି ଅତ୍ୟାଧୁନିକ ପଦ୍ଧତି ଅବଲମ୍ବନ ପୂର୍ବକ ଅଷ୍ଟିଓପୋରୋସିସ୍ ଏବଂ ସାର୍କୋପେନିଆ ସ୍କ୍ରିନିଂ ଏବଂ ବ୍ୟକ୍ତିଗତ ପୁଷ୍ଟିକର ଯତ୍ନ ପାଇଁ କ୍ଲିନିକାଲ୍ ଡାଏଟାରୀ ସେବା ମଧ୍ୟ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଡ. ବେହେରା କହିଛନ୍ତି।

ପ୍ରତିବର୍ଷ ମେ ମାସ ୨୫ ତାରିଖକୁ ବିଶ୍ୱ ଥାଇରଏଡ୍ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏମ୍‌ସ ଭୁବନେଶ୍ୱର ଏଣ୍ଡୋକ୍ରାଇନୋଲୋଜି ଏବଂ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡ. ଦିଲ୍ଲୀପ କୁମାର ପରିଡା, ଡ. କହ୍ନେୟାଲାଲ୍ ଅଗ୍ରୱାଲ୍ ଏବଂ ଅନ୍ୟ ବକ୍ତାମାନେ ପ୍ରାରମ୍ଭିକ ଥାଇରଏଡ୍ ରୋଗ ଚିହ୍ନଟର ଗୁରୁତ୍ୱ ଏବଂ ଏଆଇର ଭୂମିକା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ।

ଏହି ରୋଗରେ ପିଡ଼ୀତ ହେଲେ ପ୍ରଜନନ ବୟସ ଗୋଷ୍ଠୀର ରୋଗୀମାନେ ବନ୍ଧ୍ୟାତ୍ବ, ଋତୁସ୍ରାବ ଅନିୟମିତତା, ଆଳସ୍ୟ, ଦ୍ୱନ୍ଦ୍ୱ, ଉଚ୍ଚ ରକ୍ତଚାପ ଏବଂ ଓଜନ ବୃଦ୍ଧି ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ବୟସ୍କ ରୋଗୀମାନେ ଶୁଷ୍କ ଚର୍ମ, ଥକ୍କାପଣ, କୋଷ୍ଠକାଠିନ୍ୟ, ହୃଦଘାତ, ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସହିତ ଯୁଝିଥାଆନ୍ତି। ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ମାଇକ୍ସେଡେମା କୋମା, ପେରିକାର୍ଡିଆଲ୍ ଇଫ୍ୟୁଜନ, ହୃଦଘାତ ଏବଂ ମୃତ୍ୟୁ ଭଳି ଗମ୍ଭୀର ଜଟିଳତାକୁ ରୋକିପାରିବ।

28 May 2025 By The Sakala

https://www.thesakala.in/latest-odisha-news/ai-to-play-a-significant-role-in-early-diagnosis-of-thyroid-disorders-aiims-bhubaneswar/article-40840
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର