ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍

The Sakala Picture
Published On

ସମ୍ବଲପୁର : ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ଗତ ୨୪ ଘଣ୍ଟାରେ ୪୩.୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ଜଳଭଣ୍ଡାରକୁ ୧ ଲକ୍ଷ ୧୮ ହଜାର ୫୦୬ ଘନଫୁଟ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟାହ୍ନ ୧ଟା ୫୦ ମିନିଟରୁ ଅପରାହ୍ନ ୩ଟା ୪୦ ମଧ୍ୟରେ ପର୍ଯ୍ୟାୟ କ୍ରମେ ୪ଟି ଗେଟ୍ ଖୋଲା ଯାଇଛି। ପ୍ରଥମେ ୫ ମିନିଟ ଅନ୍ତରରେ ସାଇରନ ବାଜି ଉଠିଥିଲା। ପରେ ବାମ ପଟର ୧୫ […]

ସମ୍ବଲପୁର : ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ଗତ ୨୪ ଘଣ୍ଟାରେ ୪୩.୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ଜଳଭଣ୍ଡାରକୁ ୧ ଲକ୍ଷ ୧୮ ହଜାର ୫୦୬ ଘନଫୁଟ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟାହ୍ନ ୧ଟା ୫୦ ମିନିଟରୁ ଅପରାହ୍ନ ୩ଟା ୪୦ ମଧ୍ୟରେ ପର୍ଯ୍ୟାୟ କ୍ରମେ ୪ଟି ଗେଟ୍ ଖୋଲା ଯାଇଛି। ପ୍ରଥମେ ୫ ମିନିଟ ଅନ୍ତରରେ ସାଇରନ ବାଜି ଉଠିଥିଲା। ପରେ ବାମ ପଟର ୧୫ ନମ୍ବର ଗେଟ୍ ଖୋଲା ଯାଇଥିଲା। ଏହାପରେ ୧୬ ଓ ୧୭ ଏବଂ ଡାହାଣ ପଟର ୪୫ ନମ୍ବର ଗେଟ୍ ଖୋଲା ଯାଇଥିଲା। ଜଳଭଣ୍ଡାରରୁ ୪ଟି ଗେଟ ଦେଇ ମୋଟ ୮୧ ହଜାର ୩୪୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ସନ୍ଧ୍ୟା ୬ଟାରେ ଜଳସ୍ତର ୬୦୭.୯୩ ଫୁଟ ରହିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲାଯାଇଥିବା କର୍ତ୍ତୃପକ୍ଷ ଜଣାଇଛନ୍ତି। ନିଷ୍କାସିତ ଜଳ ମଧ୍ୟରୁ ୫୮ ହଜାର ୭୬୦ ସ୍ପିଲୱେ, ୧୮ ହଜାର ୭୬୨ ଘନଫୁଟ ଜଳ ପାୱାର ଚ୍ୟାନେଲ, ୨୭୨ ଘନଫୁଟ ଜଳ କଳକାରଖାନା ଓ ୩ ହଜାର ୫୫୫ ଘନଫୁଟ ଜଳ କେନାଲକୁ ଛଡା ଯାଉଛି। ସେଥିମଧ୍ୟରୁ ବରଗଡ ମୁଖ୍ୟ କେନାଲକୁ ୨ ହଜାର ୯୭୮ ଘନଫୁଟ, ଶାସନ ମୁଖ୍ୟ କେନାଲକୁ ୫୦୦ ଘନଫୁଟ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୭୭ ଘନଫୁଟ ଜଳ ଛଡାଯାଉଛି। ଡ୍ୟାମର ତଳ ମୁଣ୍ଡରେ ୨୫.୬୩ ମିଲିମିଟର ବର୍ଷା ହୋଇଛି। ଗୋଟେପଟେ ବର୍ଷା ଜଳ ଓ ଅନ୍ୟପଟେ ନିଷ୍କାସିତ ଜଳ ଯୋଗୁଁ ପଥର୍ଲାରେ ୩୦ ହଜାର ୯୫୧ ଘନଫୁଟ, ଖଇରମାଳରେ ୭୬ ହଜାର ଘନଫୁଟ, ବାରମୁଳରେ ୮୨ ହଜାର ୫୦୦ ଘନଫୁଟ ଓ ମୁଣ୍ଡଳିରେ ୭୬ ହଜାର ୨୦୦ ଘନଫୁଟ ଜଳ ପ୍ରବାହିତ ହେଉଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

24 Jul 2021 By The Sakala

ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍

ସମ୍ବଲପୁର : ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ଗତ ୨୪ ଘଣ୍ଟାରେ ୪୩.୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ଜଳଭଣ୍ଡାରକୁ ୧ ଲକ୍ଷ ୧୮ ହଜାର ୫୦୬ ଘନଫୁଟ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟାହ୍ନ ୧ଟା ୫୦ ମିନିଟରୁ ଅପରାହ୍ନ ୩ଟା ୪୦ ମଧ୍ୟରେ ପର୍ଯ୍ୟାୟ କ୍ରମେ ୪ଟି ଗେଟ୍ ଖୋଲା ଯାଇଛି। ପ୍ରଥମେ ୫ ମିନିଟ ଅନ୍ତରରେ ସାଇରନ ବାଜି ଉଠିଥିଲା। ପରେ ବାମ ପଟର ୧୫ ନମ୍ବର ଗେଟ୍ ଖୋଲା ଯାଇଥିଲା। ଏହାପରେ ୧୬ ଓ ୧୭ ଏବଂ ଡାହାଣ ପଟର ୪୫ ନମ୍ବର ଗେଟ୍ ଖୋଲା ଯାଇଥିଲା। ଜଳଭଣ୍ଡାରରୁ ୪ଟି ଗେଟ ଦେଇ ମୋଟ ୮୧ ହଜାର ୩୪୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ସନ୍ଧ୍ୟା ୬ଟାରେ ଜଳସ୍ତର ୬୦୭.୯୩ ଫୁଟ ରହିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲାଯାଇଥିବା କର୍ତ୍ତୃପକ୍ଷ ଜଣାଇଛନ୍ତି। ନିଷ୍କାସିତ ଜଳ ମଧ୍ୟରୁ ୫୮ ହଜାର ୭୬୦ ସ୍ପିଲୱେ, ୧୮ ହଜାର ୭୬୨ ଘନଫୁଟ ଜଳ ପାୱାର ଚ୍ୟାନେଲ, ୨୭୨ ଘନଫୁଟ ଜଳ କଳକାରଖାନା ଓ ୩ ହଜାର ୫୫୫ ଘନଫୁଟ ଜଳ କେନାଲକୁ ଛଡା ଯାଉଛି। ସେଥିମଧ୍ୟରୁ ବରଗଡ ମୁଖ୍ୟ କେନାଲକୁ ୨ ହଜାର ୯୭୮ ଘନଫୁଟ, ଶାସନ ମୁଖ୍ୟ କେନାଲକୁ ୫୦୦ ଘନଫୁଟ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୭୭ ଘନଫୁଟ ଜଳ ଛଡାଯାଉଛି। ଡ୍ୟାମର ତଳ ମୁଣ୍ଡରେ ୨୫.୬୩ ମିଲିମିଟର ବର୍ଷା ହୋଇଛି। ଗୋଟେପଟେ ବର୍ଷା ଜଳ ଓ ଅନ୍ୟପଟେ ନିଷ୍କାସିତ ଜଳ ଯୋଗୁଁ ପଥର୍ଲାରେ ୩୦ ହଜାର ୯୫୧ ଘନଫୁଟ, ଖଇରମାଳରେ ୭୬ ହଜାର ଘନଫୁଟ, ବାରମୁଳରେ ୮୨ ହଜାର ୫୦୦ ଘନଫୁଟ ଓ ମୁଣ୍ଡଳିରେ ୭୬ ହଜାର ୨୦୦ ଘନଫୁଟ ଜଳ ପ୍ରବାହିତ ହେଉଛି।

https://www.thesakala.in/latest-odisha-news/4-gate-opened-in-hirakud-dam/article-4067
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର