ପାରାଦୀପ ବନ୍ଦରରେ ଗିରଫ ଜାହାଜକୁ ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

କଟକ: ଏକ ସାମୁଦ୍ରିକ ବିବାଦ ମାମଲାରେ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜ ଟେଲେରି-ଏମକୁ ଗିରଫମୁକ୍ତ ବା ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବଙ୍କର ଇନ୍ଧନ ବାବଦ ଅର୍ଥରାଶି ଆବେଦନକାରୀ ଜିଓସର୍ଭ ଏନର୍ଜି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାକୁ ପଇଠ କରାଯାଇସାରିଥିବା ନେଇ ସମ୍ପୃକ୍ତ ସଂସ୍ଥା ସ୍ପଷ୍ଟ କରିବା ପରେ ଜାହାଜକୁ ଛାଡିବା ପାଇଁ ଅନ୍ତରୀଣ ଆବେଦନ କରିଥିଲା। ଏହାର ଶୁଣାଣି କରି ଜଷ୍ଟିସ ଏମ.ଏସ.ରମଣ ଉକ୍ତ ଜାହାଜକୁ ଗିରଫରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। […]

କଟକ: ଏକ ସାମୁଦ୍ରିକ ବିବାଦ ମାମଲାରେ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜ ଟେଲେରି-ଏମକୁ ଗିରଫମୁକ୍ତ ବା ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବଙ୍କର ଇନ୍ଧନ ବାବଦ ଅର୍ଥରାଶି ଆବେଦନକାରୀ ଜିଓସର୍ଭ ଏନର୍ଜି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାକୁ ପଇଠ କରାଯାଇସାରିଥିବା ନେଇ ସମ୍ପୃକ୍ତ ସଂସ୍ଥା ସ୍ପଷ୍ଟ କରିବା ପରେ ଜାହାଜକୁ ଛାଡିବା ପାଇଁ ଅନ୍ତରୀଣ ଆବେଦନ କରିଥିଲା। ଏହାର ଶୁଣାଣି କରି ଜଷ୍ଟିସ ଏମ.ଏସ.ରମଣ ଉକ୍ତ ଜାହାଜକୁ ଗିରଫରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏବେ ଏହି ଜାହାଜ ପାରାଦୀପ ବନ୍ଦ ଛାଡିପାରିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଆବେଦନକାରୀ ଟ୍ରାନ୍ସପୋର୍ଟ ସଂସ୍ଥା ଉକ୍ତ ଜାହାଜକୁ ଯୋଗାଣ କରାଯାଇଥିବା ବଙ୍କର ଇନ୍ଧନ ବାବଦ ୨୬୮୮୬୮.୨୮ଆମେରିକୀୟ ଡଲାର ଦାବି କରି ହାଇକୋର୍ଟରେ ମାମଲା ଦାୟର କରିଥିଲା। ଏହି ଜାହାଜ ପାରାଦୀପ ବନ୍ଦର ଜଳସୀମା ଛାଡି ଚାଲିଯିବାର ସମ୍ଭାବନା ଥିବାରୁ ଏହାକୁ ଗିରଫ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ଓ କଷ୍ଟମ ବିଭାଗକୁ ଗତ ୧୨ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

17 Apr 2025 By The Sakala

ପାରାଦୀପ ବନ୍ଦରରେ ଗିରଫ ଜାହାଜକୁ ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଏକ ସାମୁଦ୍ରିକ ବିବାଦ ମାମଲାରେ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜ ଟେଲେରି-ଏମକୁ ଗିରଫମୁକ୍ତ ବା ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବଙ୍କର ଇନ୍ଧନ ବାବଦ ଅର୍ଥରାଶି ଆବେଦନକାରୀ ଜିଓସର୍ଭ ଏନର୍ଜି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାକୁ ପଇଠ କରାଯାଇସାରିଥିବା ନେଇ ସମ୍ପୃକ୍ତ ସଂସ୍ଥା ସ୍ପଷ୍ଟ କରିବା ପରେ ଜାହାଜକୁ ଛାଡିବା ପାଇଁ ଅନ୍ତରୀଣ ଆବେଦନ କରିଥିଲା। ଏହାର ଶୁଣାଣି କରି ଜଷ୍ଟିସ ଏମ.ଏସ.ରମଣ ଉକ୍ତ ଜାହାଜକୁ ଗିରଫରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏବେ ଏହି ଜାହାଜ ପାରାଦୀପ ବନ୍ଦ ଛାଡିପାରିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଆବେଦନକାରୀ ଟ୍ରାନ୍ସପୋର୍ଟ ସଂସ୍ଥା ଉକ୍ତ ଜାହାଜକୁ ଯୋଗାଣ କରାଯାଇଥିବା ବଙ୍କର ଇନ୍ଧନ ବାବଦ ୨୬୮୮୬୮.୨୮ଆମେରିକୀୟ ଡଲାର ଦାବି କରି ହାଇକୋର୍ଟରେ ମାମଲା ଦାୟର କରିଥିଲା। ଏହି ଜାହାଜ ପାରାଦୀପ ବନ୍ଦର ଜଳସୀମା ଛାଡି ଚାଲିଯିବାର ସମ୍ଭାବନା ଥିବାରୁ ଏହାକୁ ଗିରଫ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ଓ କଷ୍ଟମ ବିଭାଗକୁ ଗତ ୧୨ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର