ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ସୃଷ୍ଟି ହେଲା ୨୫୦୦ ଗୃହରକ୍ଷୀ ପଦବୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଛି ୨୫୦୦ ଗୃହରକ୍ଷୀ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭ ହଜାର ୬୭୫ ଅଛି। ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦ ହଜାର ୧୭୫ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୁଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା […]

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଛି ୨୫୦୦ ଗୃହରକ୍ଷୀ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭ ହଜାର ୬୭୫ ଅଛି। ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦ ହଜାର ୧୭୫ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୁଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ରାଜ୍ୟ ପୁଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର