ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳଙ୍କ ମାଡ଼ ମାରିବା ଘଟଣା : ବିଧାୟକଙ୍କୁ ଘେରିଲେ ସାମ୍ୱାଦିକ ସଂଘ

The Sakala Picture
Published On

କେନ୍ଦ୍ରାପଡା: ଜଣେ ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳଙ୍କ ମାଡ଼ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବିଧାୟକଙ୍କୁ ଘେରିଛନ୍ତି ସାମ୍ବାଦିକ ସଂଘ । ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ଯ୍ୟ କରୁଥିବା ଫଟୋ ଭାଇରାଲକୁ ନେଇ ମହିଳା କନେଷ୍ଟବଳ ଜଣକ ରାଗିଯାଇଥିଲେ । କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ତାଙ୍କ ସାର୍ଟ ଚିରିଦେଇଥିଲେ । ସାମ୍ବାଦିକ ଜଣକ ନିଜର ପରିଚୟ ଦେଉଥିଲେ ମଧ୍ୟ […]

କେନ୍ଦ୍ରାପଡା: ଜଣେ ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳଙ୍କ ମାଡ଼ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବିଧାୟକଙ୍କୁ ଘେରିଛନ୍ତି ସାମ୍ବାଦିକ ସଂଘ । ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ଯ୍ୟ କରୁଥିବା ଫଟୋ ଭାଇରାଲକୁ ନେଇ ମହିଳା କନେଷ୍ଟବଳ ଜଣକ ରାଗିଯାଇଥିଲେ । କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ତାଙ୍କ ସାର୍ଟ ଚିରିଦେଇଥିଲେ । ସାମ୍ବାଦିକ ଜଣକ ନିଜର ପରିଚୟ ଦେଉଥିଲେ ମଧ୍ୟ କିଛି ଶୁଣି ନଥିଲେ ମହିଳା କନେଷ୍ଟବଳ। କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ଧାରଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଜଣକ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ଫଟୋକୁ ସୋସିଆଲ ମିଡିଆରେ ଛାଡିଥିଲେ। ଏହି ଘଟଣାରେ ଖପ୍ପା ହୋଇ ମହିଳା କନେଷ୍ଟବଳ ଉକ୍ତ ସାମ୍ବାଦିକଙ୍କ କଲରକୁ ଟାଣି ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଥିବା ବେଳେ ମହିଳା କନେଷ୍ଟବଳଙ୍କ ନିଲମ୍ବନ ଦାବି କରିଛନ୍ତି । ଆଜି କେନ୍ଦ୍ରାପଡାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଅବସରରେ ଜିଲ୍ଲାର ସବୁ ବିଧାୟକଙ୍କୁ ସାମ୍ବାଦିକମାନେ ଘେରିଥିଲେ । ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ସହ ବିଧାୟକମାନେ ଆଲୋଚନା କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

22 Jul 2021 By The Sakala

ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳଙ୍କ ମାଡ଼ ମାରିବା ଘଟଣା : ବିଧାୟକଙ୍କୁ ଘେରିଲେ ସାମ୍ୱାଦିକ ସଂଘ

କେନ୍ଦ୍ରାପଡା: ଜଣେ ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳଙ୍କ ମାଡ଼ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବିଧାୟକଙ୍କୁ ଘେରିଛନ୍ତି ସାମ୍ବାଦିକ ସଂଘ । ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ଯ୍ୟ କରୁଥିବା ଫଟୋ ଭାଇରାଲକୁ ନେଇ ମହିଳା କନେଷ୍ଟବଳ ଜଣକ ରାଗିଯାଇଥିଲେ । କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ତାଙ୍କ ସାର୍ଟ ଚିରିଦେଇଥିଲେ । ସାମ୍ବାଦିକ ଜଣକ ନିଜର ପରିଚୟ ଦେଉଥିଲେ ମଧ୍ୟ କିଛି ଶୁଣି ନଥିଲେ ମହିଳା କନେଷ୍ଟବଳ। କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ଧାରଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଜଣକ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ଫଟୋକୁ ସୋସିଆଲ ମିଡିଆରେ ଛାଡିଥିଲେ। ଏହି ଘଟଣାରେ ଖପ୍ପା ହୋଇ ମହିଳା କନେଷ୍ଟବଳ ଉକ୍ତ ସାମ୍ବାଦିକଙ୍କ କଲରକୁ ଟାଣି ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଥିବା ବେଳେ ମହିଳା କନେଷ୍ଟବଳଙ୍କ ନିଲମ୍ବନ ଦାବି କରିଛନ୍ତି । ଆଜି କେନ୍ଦ୍ରାପଡାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଅବସରରେ ଜିଲ୍ଲାର ସବୁ ବିଧାୟକଙ୍କୁ ସାମ୍ବାଦିକମାନେ ଘେରିଥିଲେ । ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ସହ ବିଧାୟକମାନେ ଆଲୋଚନା କରିଥିବା ସୂଚନା ମିଳିଛି ।

https://www.thesakala.in/latest-odisha-news/journalist-beaten-by-police-incident-in-kendrapara/article-3997
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର