ନିଯୁକ୍ତି ଆଳରେ ମାତିଛନ୍ତି ଠକେଇ ରାକେଟ୍‍

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଜାଲ ନିଯୁକ୍ତି ଆଳରେ ଠକେଇ ରାକେଟ୍‍ । ଚାକିରି ଜାଲ ବିଛାଇ ବେକାର ଯୁବକ-ଯୁବତୀଙ୍କୁ ଟାର୍ଗେଟ୍‍ କରୁଛନ୍ତିି। ଚାକିରି ହରାଇଥିବା ଓ ତଥା ଚାକିରି ଆଶାୟୀଙ୍କୁ ଟାର୍ଗେଟ୍‍ କରି ଲୁଟି ଚାଲିଛନ୍ତି ଦୁର୍ବୃତ୍ତ। କାହାକୁ ପୁଲିସ ତ ଆଉ କାହାକୁ ରେଳବାଇରେ ଚାକିରି ଦେବାକୁ ଟଙ୍କା ଠକୁଛନ୍ତି। କେବଳ କମ୍ପାନୀ ନୁହେଁ ସରକାରୀ ଚାକିରି ବି ଦେଉଛନ୍ତି। ରାଜଧାନୀରେ ଗୋଟିଏ ସପ୍ତାହରେ ୩ଟି ବଡ଼ଧରଣର ଠକେଇ ଘଟଣା ପଦାକୁ ଆସିବା ପରେ […]

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଜାଲ ନିଯୁକ୍ତି ଆଳରେ ଠକେଇ ରାକେଟ୍‍ । ଚାକିରି ଜାଲ ବିଛାଇ ବେକାର ଯୁବକ-ଯୁବତୀଙ୍କୁ ଟାର୍ଗେଟ୍‍ କରୁଛନ୍ତିି। ଚାକିରି ହରାଇଥିବା ଓ ତଥା ଚାକିରି ଆଶାୟୀଙ୍କୁ ଟାର୍ଗେଟ୍‍ କରି ଲୁଟି ଚାଲିଛନ୍ତି ଦୁର୍ବୃତ୍ତ। କାହାକୁ ପୁଲିସ ତ ଆଉ କାହାକୁ ରେଳବାଇରେ ଚାକିରି ଦେବାକୁ ଟଙ୍କା ଠକୁଛନ୍ତି। କେବଳ କମ୍ପାନୀ ନୁହେଁ ସରକାରୀ ଚାକିରି ବି ଦେଉଛନ୍ତି। ରାଜଧାନୀରେ ଗୋଟିଏ ସପ୍ତାହରେ ୩ଟି ବଡ଼ଧରଣର ଠକେଇ ଘଟଣା ପଦାକୁ ଆସିବା ପରେ ଏହା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ଦୁଇଦିନ ତଳେ ଚାକିରି ଦେବା ଆଳରେ ଠକୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳର ଶଳା-ଭିଣୋଇକୁ ପୁଲିସ ଗିରଫ କରିଥିଲା। ସେମାନେ ରେଳବାଇରେ ନିଯୁକ୍ତି ଦେବାକୁ କହି ୩୦ଲକ୍ଷ ଟଙ୍କା ଠକେଇ କରିଥିଲେ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ଏହାସହ ପୁଲିସ ଚାକିରି ଦେବାକୁ କହି ଚନ୍ଦକା ଥାନା ଅଞ୍ଚଳରୁ କିଛି ଆଶାୟୀଙ୍କ ଠାରୁ ଠକେଇ ଅଭିଯୋଗରେ ପୁଲିସ ଗିରଫ କରିଥିଲା। ସେହିଭଳି ଉଦ୍ୟାନ ବିଭାଗରେ ଚାକିରି ଦେବାକୁ କହି ୬୦ଲକ୍ଷ ଟଙ୍କା ଠକେଇ ଘଟଣା ଆଜି ପଦାକୁ ଆସିଛି। ଏଥିସହିତ ଗତକିଛିଦିନ ତଳେ କ୍ୟାପିଟାଲ ଥାନା ଅଞ୍ଚଳରେ ମୋଡ଼ି ବାପା-ପୁଅ ରେଳବାଇରେ ନିଯୁକ୍ତି ଦେବାକୁ କହି ୫୦ଲକ୍ଷ ଟଙ୍କା ଠକିନେଇଥିଲେ। ଖଣ୍ଡଗିରି ଅଞ୍ଚଳରେ ନର୍ସ ଚାକିରି, ଏୟାରଫିଲ୍ଡ ଥାନା ଅଞ୍ଚଳରୁ ବିଏମ୍‍ସିରେ ଠକେଇ ଭଳି ଗୋଟିଏ ପରେ ଗୋଟିଏ ଠକେଇ ଘଟଣା ସାମ୍‍ନାକୁ ଆସୁଛି। ସେଭଳି ଖାଲି ଏମାନେ ନୁହଁନ୍ତି ଟାଟା ମୋର୍ଟର୍ସରେ ନିଯୁକ୍ତି ଦେବା ଆଳରେ ଆକାଶ ପାଠକକୁ ଗତ କିଛିମାସ ତଳେ ଗିରଫ କରାଯାଇଥିଲା। ଦୁବାଇ, ଜର୍ମାନୀ, ସିଙ୍ଗାପୁର, ନାଇଜେରିଆ, ବ୍ରାଜିଲ ଭଳି ବିଦେଶରେ ଚାକିରି ଦେବାକୁ କହି ମିଠାମିଠା କଥା କହି ଲୋକଙ୍କୁ ଚୂନ ଲଗାଉଛି ଠକ।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ରାଜଧାନୀରୁ ୩୦ଟି ବଡ଼ଧରଣର ଠକେଇ ଘଟଣା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ସେଥିରୁ ୧୫ଟି ଠକେଇ ଘଟଣାରେ ପୁଲିସ ପର୍ଦ୍ଦାଫାସ କରିଥିବା ବେଳେ ଅନ୍ୟସବୁ ମାମଲାରେ ସେଭଳି ଫଳପ୍ରଦ ହୋଇନି। କିଏ ରାଜ୍ୟ ବାହାରେ ତ ଆଉ କିଏ ବିଦେଶରେ ଆତ୍ମଗୋପନ କରିଛି। ଚାକିରି ନାଁରେ ରାଜଧାନୀରେ ରାତାରାତି ଖୋଲୁଛନ୍ତି ମାଳମାଳ ଅଫିସ। ଅନ୍‍ଲାଇନ୍‍ବା ଫେସ୍‍ବୁକ୍‍, ହ୍ୱାଟ୍ସଆପ୍‍ ଆଦିରେ ବିଜ୍ଞାପନ ଦେଉଛନ୍ତି। ବେକାର ଯୁବକ-ଯୁବତୀ ଆବେଦନ କରୁଛନ୍ତି। ଅନ୍‍ଲାଇନ୍‍ କିମ୍ବା ଅଫ୍‍ଲାଇନ୍‍ରେ ସାକ୍ଷାତକାର ମଧ୍ୟ ନିଆଯାଉଛି। ଦରମା ମଧ୍ୟ ଚୂଡ଼ାନ୍ତ କରାଯାଉଛି। ଏବାବଦରେ ଅର୍ଥ ଆଦାୟ କରାଯାଉଛି। ସେହିପରି ଚାକିରି ଆବେଦନ କରିଥିବା ଆଶାୟୀଙ୍କ ଠାରୁ ରେଜିଷ୍ଟ୍ରେସନ୍‍ ଫି’ ବାବଦରେ ଅଳ୍ପ ଟଙ୍କା ନିଆଯାଉଛି। ଏଭଳି ଭାବେ ଶତାଧିକ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଯାଉଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଚାକିରି ଦେବା ସମୟରେ ଆସିଲେ ଅଫିସରେ ତାଲା ଝୁଲାଇବା ସହ ଅଫିସ ଭାଙ୍ଗି ପଳାଉଛନ୍ତି। ସାଇବର ଠକ ମାନେ ବେକାର ଯୁବକ-ଯୁବତୀ ଏବଂ ଆଇଟି ଇଞ୍ଜିନିୟରଙ୍କୁ ଟାଗେର୍ଟ କରୁଛନ୍ତିି। ଠକ ସକାଳୁ ସନ୍ଧ୍ୟା ଯାଏଁ କଲ୍‍ସେଣ୍ଟର ଖୋଲି କଲ୍‍ କରୁଛନ୍ତି। ସରକାରୀ, ବେସରକାରୀ ଆଦିରେ ଚାକିରି ଦେବାକୁ କହି ଜାଲ ବିଛାଉଛନ୍ତିି। ସୋସିଆଲ ମିଡ଼ିଆରେ ବିଜ୍ଞାପନ ଛାଇଁ ହୋଇଯାଉଛି। ଅନ୍‍ଲାଇନ୍‍ ଜରିଆରେ ଚାକିରି ଦେବାକୁ କହି ଏକାଧିକ ଠକେଇ ଘଟଣା ସାମ୍‍ନାକୁ ଆସିଲାଣି। ରାଜଧାନୀରେ ଡିଗ୍ରୀଧାରୀ ବେକାର ଯୁବକ-ଯୁବତୀଙ୍କ ସଂଖ୍ୟା ବଢ଼଼ୁଛି। ହାତ ବୁଲାଇଦେଲେ ସବୁ ଗ୍ରାଜୁଏଟ୍‍(ସ୍ନାତକଧାରୀ)। ତେବେ ଲକ୍‍ଡାଉନରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅନେକଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଏହାର ସୁଯୋଗ ନେଇ ଠକ ତିଆରି କରୁଛନ୍ତି ଜାଲ ରାକେଟ୍‍ । ଅନ୍‍ଲାଇନ୍‍ କିମ୍ବା ଅଫ୍‍ଲାଇନ୍‍ରେ ଲୋଭନୀୟ ନିଯୁକ୍ତିର ବିଜ୍ଞାପନ ଦେଇ ଜାଲରେ ଫସାଉଛନ୍ତି।

21 Jul 2021 By The Sakala

ନିଯୁକ୍ତି ଆଳରେ ମାତିଛନ୍ତି ଠକେଇ ରାକେଟ୍‍

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଜାଲ ନିଯୁକ୍ତି ଆଳରେ ଠକେଇ ରାକେଟ୍‍ । ଚାକିରି ଜାଲ ବିଛାଇ ବେକାର ଯୁବକ-ଯୁବତୀଙ୍କୁ ଟାର୍ଗେଟ୍‍ କରୁଛନ୍ତିି। ଚାକିରି ହରାଇଥିବା ଓ ତଥା ଚାକିରି ଆଶାୟୀଙ୍କୁ ଟାର୍ଗେଟ୍‍ କରି ଲୁଟି ଚାଲିଛନ୍ତି ଦୁର୍ବୃତ୍ତ। କାହାକୁ ପୁଲିସ ତ ଆଉ କାହାକୁ ରେଳବାଇରେ ଚାକିରି ଦେବାକୁ ଟଙ୍କା ଠକୁଛନ୍ତି। କେବଳ କମ୍ପାନୀ ନୁହେଁ ସରକାରୀ ଚାକିରି ବି ଦେଉଛନ୍ତି। ରାଜଧାନୀରେ ଗୋଟିଏ ସପ୍ତାହରେ ୩ଟି ବଡ଼ଧରଣର ଠକେଇ ଘଟଣା ପଦାକୁ ଆସିବା ପରେ ଏହା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ଦୁଇଦିନ ତଳେ ଚାକିରି ଦେବା ଆଳରେ ଠକୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳର ଶଳା-ଭିଣୋଇକୁ ପୁଲିସ ଗିରଫ କରିଥିଲା। ସେମାନେ ରେଳବାଇରେ ନିଯୁକ୍ତି ଦେବାକୁ କହି ୩୦ଲକ୍ଷ ଟଙ୍କା ଠକେଇ କରିଥିଲେ।

ଏହାସହ ପୁଲିସ ଚାକିରି ଦେବାକୁ କହି ଚନ୍ଦକା ଥାନା ଅଞ୍ଚଳରୁ କିଛି ଆଶାୟୀଙ୍କ ଠାରୁ ଠକେଇ ଅଭିଯୋଗରେ ପୁଲିସ ଗିରଫ କରିଥିଲା। ସେହିଭଳି ଉଦ୍ୟାନ ବିଭାଗରେ ଚାକିରି ଦେବାକୁ କହି ୬୦ଲକ୍ଷ ଟଙ୍କା ଠକେଇ ଘଟଣା ଆଜି ପଦାକୁ ଆସିଛି। ଏଥିସହିତ ଗତକିଛିଦିନ ତଳେ କ୍ୟାପିଟାଲ ଥାନା ଅଞ୍ଚଳରେ ମୋଡ଼ି ବାପା-ପୁଅ ରେଳବାଇରେ ନିଯୁକ୍ତି ଦେବାକୁ କହି ୫୦ଲକ୍ଷ ଟଙ୍କା ଠକିନେଇଥିଲେ। ଖଣ୍ଡଗିରି ଅଞ୍ଚଳରେ ନର୍ସ ଚାକିରି, ଏୟାରଫିଲ୍ଡ ଥାନା ଅଞ୍ଚଳରୁ ବିଏମ୍‍ସିରେ ଠକେଇ ଭଳି ଗୋଟିଏ ପରେ ଗୋଟିଏ ଠକେଇ ଘଟଣା ସାମ୍‍ନାକୁ ଆସୁଛି। ସେଭଳି ଖାଲି ଏମାନେ ନୁହଁନ୍ତି ଟାଟା ମୋର୍ଟର୍ସରେ ନିଯୁକ୍ତି ଦେବା ଆଳରେ ଆକାଶ ପାଠକକୁ ଗତ କିଛିମାସ ତଳେ ଗିରଫ କରାଯାଇଥିଲା। ଦୁବାଇ, ଜର୍ମାନୀ, ସିଙ୍ଗାପୁର, ନାଇଜେରିଆ, ବ୍ରାଜିଲ ଭଳି ବିଦେଶରେ ଚାକିରି ଦେବାକୁ କହି ମିଠାମିଠା କଥା କହି ଲୋକଙ୍କୁ ଚୂନ ଲଗାଉଛି ଠକ।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ରାଜଧାନୀରୁ ୩୦ଟି ବଡ଼ଧରଣର ଠକେଇ ଘଟଣା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ସେଥିରୁ ୧୫ଟି ଠକେଇ ଘଟଣାରେ ପୁଲିସ ପର୍ଦ୍ଦାଫାସ କରିଥିବା ବେଳେ ଅନ୍ୟସବୁ ମାମଲାରେ ସେଭଳି ଫଳପ୍ରଦ ହୋଇନି। କିଏ ରାଜ୍ୟ ବାହାରେ ତ ଆଉ କିଏ ବିଦେଶରେ ଆତ୍ମଗୋପନ କରିଛି। ଚାକିରି ନାଁରେ ରାଜଧାନୀରେ ରାତାରାତି ଖୋଲୁଛନ୍ତି ମାଳମାଳ ଅଫିସ। ଅନ୍‍ଲାଇନ୍‍ବା ଫେସ୍‍ବୁକ୍‍, ହ୍ୱାଟ୍ସଆପ୍‍ ଆଦିରେ ବିଜ୍ଞାପନ ଦେଉଛନ୍ତି। ବେକାର ଯୁବକ-ଯୁବତୀ ଆବେଦନ କରୁଛନ୍ତି। ଅନ୍‍ଲାଇନ୍‍ କିମ୍ବା ଅଫ୍‍ଲାଇନ୍‍ରେ ସାକ୍ଷାତକାର ମଧ୍ୟ ନିଆଯାଉଛି। ଦରମା ମଧ୍ୟ ଚୂଡ଼ାନ୍ତ କରାଯାଉଛି। ଏବାବଦରେ ଅର୍ଥ ଆଦାୟ କରାଯାଉଛି। ସେହିପରି ଚାକିରି ଆବେଦନ କରିଥିବା ଆଶାୟୀଙ୍କ ଠାରୁ ରେଜିଷ୍ଟ୍ରେସନ୍‍ ଫି’ ବାବଦରେ ଅଳ୍ପ ଟଙ୍କା ନିଆଯାଉଛି। ଏଭଳି ଭାବେ ଶତାଧିକ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଯାଉଛି।

ଚାକିରି ଦେବା ସମୟରେ ଆସିଲେ ଅଫିସରେ ତାଲା ଝୁଲାଇବା ସହ ଅଫିସ ଭାଙ୍ଗି ପଳାଉଛନ୍ତି। ସାଇବର ଠକ ମାନେ ବେକାର ଯୁବକ-ଯୁବତୀ ଏବଂ ଆଇଟି ଇଞ୍ଜିନିୟରଙ୍କୁ ଟାଗେର୍ଟ କରୁଛନ୍ତିି। ଠକ ସକାଳୁ ସନ୍ଧ୍ୟା ଯାଏଁ କଲ୍‍ସେଣ୍ଟର ଖୋଲି କଲ୍‍ କରୁଛନ୍ତି। ସରକାରୀ, ବେସରକାରୀ ଆଦିରେ ଚାକିରି ଦେବାକୁ କହି ଜାଲ ବିଛାଉଛନ୍ତିି। ସୋସିଆଲ ମିଡ଼ିଆରେ ବିଜ୍ଞାପନ ଛାଇଁ ହୋଇଯାଉଛି। ଅନ୍‍ଲାଇନ୍‍ ଜରିଆରେ ଚାକିରି ଦେବାକୁ କହି ଏକାଧିକ ଠକେଇ ଘଟଣା ସାମ୍‍ନାକୁ ଆସିଲାଣି। ରାଜଧାନୀରେ ଡିଗ୍ରୀଧାରୀ ବେକାର ଯୁବକ-ଯୁବତୀଙ୍କ ସଂଖ୍ୟା ବଢ଼଼ୁଛି। ହାତ ବୁଲାଇଦେଲେ ସବୁ ଗ୍ରାଜୁଏଟ୍‍(ସ୍ନାତକଧାରୀ)। ତେବେ ଲକ୍‍ଡାଉନରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅନେକଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଏହାର ସୁଯୋଗ ନେଇ ଠକ ତିଆରି କରୁଛନ୍ତି ଜାଲ ରାକେଟ୍‍ । ଅନ୍‍ଲାଇନ୍‍ କିମ୍ବା ଅଫ୍‍ଲାଇନ୍‍ରେ ଲୋଭନୀୟ ନିଯୁକ୍ତିର ବିଜ୍ଞାପନ ଦେଇ ଜାଲରେ ଫସାଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର