ବିଜେଡିକୁ ଆୟକର ନୋଟିସ ପ୍ରସଂଗରେ ଆୟକର ବିଭାଗକୁ ଜବାବ ମାଗିଲେ ହାଇକୋର୍ଟ

The Sakala Picture
Published On

କଟକ : ବିଜୁ ଜନତା ଦଳକୁ ଆୟକର ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଆୟକର ବିଭାଗକୁ ଜବାବ ତଲବ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରୀ କରିଛନ୍ତି। ସେହିପରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ […]

କଟକ : ବିଜୁ ଜନତା ଦଳକୁ ଆୟକର ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଆୟକର ବିଭାଗକୁ ଜବାବ ତଲବ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରୀ କରିଛନ୍ତି। ସେହିପରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶଯେ ବିଜୁଜନତା ଦଳକୁ ମୁମ୍ବାଇର ଏକ ସଂସ୍ଥା ଡୋନେସନ ଆକାରରେ ପ୍ରାୟ ୮କୋଟି ଟଙ୍କା ଦେଇଥିଲା। ତେବେ ଏହି ବାବଦରେ ଆୟକର ପଇଠ ପାଇଁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ଜାରୀ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଧାର୍ଯ୍ୟ ସମୟସୀମା ପରେ ଏହି ନୋଟିସ ଜାରୀ କରାଯାଇଥିଲା। ଆୟକର ଆଇନ ୧୯୬୧ ଧାରା ୧୪୮ ଅନୁସାରେ ଏହି ନୋଟିସ ଜାରୀ କରାଯାଇଥିଲା। ତେବେ ୨୦୨୧ର ଏହି ସଂଶୋଧିତ ଆଇନର ଧାରା ୧୪୮(ଏ) ଅନୁସାରେ ଉପରୋକ୍ତ ନୋଟିସ ଜାରୀ ପୂର୍ବରୁ ଏକ ତଦନ୍ତ କରାଯିବା ବାଧ୍ୟତାମୂଳକ। ହେଲେ ଏହାକୁ ଆୟକର ବିଭାଗ କାର୍ଯ୍ୟକାରୀ ନକରି ଗତ ମେ ୬ ଓ ୨୦ତାରିଖରେ କରିଥିବା ନୋଟିସ ଆଇନ ସମ୍ମତ ନୁହେଁ ଦର୍ଶାଇ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ବିଜୁଜନତା ଦଳ। ତେବେ ଏହି ମାମଲାରେ ଆସନ୍ତା ୨ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ବିଜୁଜନତାଦଳ ପକ୍ଷରୁ ଏହି ମାମଲାରେ ଆୟକର ଆୟୁକ୍ତ ଓଡ଼ିଶା ,ସହକାରୀ ଆୟୁକ୍ତ ଆଦିଙ୍କୁ ପକ୍ଷଭୂକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ମାମଲା ପରିଚାଳନା କରୁଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

21 Jul 2021 By The Sakala

ବିଜେଡିକୁ ଆୟକର ନୋଟିସ ପ୍ରସଂଗରେ ଆୟକର ବିଭାଗକୁ ଜବାବ ମାଗିଲେ ହାଇକୋର୍ଟ

କଟକ : ବିଜୁ ଜନତା ଦଳକୁ ଆୟକର ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଆୟକର ବିଭାଗକୁ ଜବାବ ତଲବ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରୀ କରିଛନ୍ତି। ସେହିପରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶଯେ ବିଜୁଜନତା ଦଳକୁ ମୁମ୍ବାଇର ଏକ ସଂସ୍ଥା ଡୋନେସନ ଆକାରରେ ପ୍ରାୟ ୮କୋଟି ଟଙ୍କା ଦେଇଥିଲା। ତେବେ ଏହି ବାବଦରେ ଆୟକର ପଇଠ ପାଇଁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ଜାରୀ କରାଯାଇଥିଲା।

ଧାର୍ଯ୍ୟ ସମୟସୀମା ପରେ ଏହି ନୋଟିସ ଜାରୀ କରାଯାଇଥିଲା। ଆୟକର ଆଇନ ୧୯୬୧ ଧାରା ୧୪୮ ଅନୁସାରେ ଏହି ନୋଟିସ ଜାରୀ କରାଯାଇଥିଲା। ତେବେ ୨୦୨୧ର ଏହି ସଂଶୋଧିତ ଆଇନର ଧାରା ୧୪୮(ଏ) ଅନୁସାରେ ଉପରୋକ୍ତ ନୋଟିସ ଜାରୀ ପୂର୍ବରୁ ଏକ ତଦନ୍ତ କରାଯିବା ବାଧ୍ୟତାମୂଳକ। ହେଲେ ଏହାକୁ ଆୟକର ବିଭାଗ କାର୍ଯ୍ୟକାରୀ ନକରି ଗତ ମେ ୬ ଓ ୨୦ତାରିଖରେ କରିଥିବା ନୋଟିସ ଆଇନ ସମ୍ମତ ନୁହେଁ ଦର୍ଶାଇ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ବିଜୁଜନତା ଦଳ। ତେବେ ଏହି ମାମଲାରେ ଆସନ୍ତା ୨ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ବିଜୁଜନତାଦଳ ପକ୍ଷରୁ ଏହି ମାମଲାରେ ଆୟକର ଆୟୁକ୍ତ ଓଡ଼ିଶା ,ସହକାରୀ ଆୟୁକ୍ତ ଆଦିଙ୍କୁ ପକ୍ଷଭୂକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ମାମଲା ପରିଚାଳନା କରୁଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨୩ ତାରିଖକୁ ଧାର୍ଯ୍ୟ କରାଯାଇଛି।

https://www.thesakala.in/latest-odisha-news/high-court-asked-the-income-tax-department/article-3960
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର