ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳ ଏବଂ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ୫-ଟି ସଚିବ

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୩୮ ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଚାଲିଛି। ପୂର୍ବରୁ ୩୨ ଟି ହାଇସ୍କୁଲ ସାମିଲ ଥିଲା। ଆଜି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ ଆଉ ୬ ଟି ମୋଟ ୩୮ ଟି ହାଇସ୍କୁଲକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ଆଜି ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭର୍ଟୁଆଲ ମାଧ୍ୟମରେ ଏକ ବୈଠକରେ ୫-ଟି ସଚିବଙ୍କ ସହ ଜିଲ୍ଲା ପାଳ ସନତ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୩୮ ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଚାଲିଛି। ପୂର୍ବରୁ ୩୨ ଟି ହାଇସ୍କୁଲ ସାମିଲ ଥିଲା। ଆଜି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ ଆଉ ୬ ଟି ମୋଟ ୩୮ ଟି ହାଇସ୍କୁଲକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ଆଜି ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭର୍ଟୁଆଲ ମାଧ୍ୟମରେ ଏକ ବୈଠକରେ ୫-ଟି ସଚିବଙ୍କ ସହ ଜିଲ୍ଲା ପାଳ ସନତ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ ସାମିଲ ଥିଲେ। ସମସ୍ତଙ୍କ ସହଯୋଗରେ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ କରାଯିବ। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ବିଜ୍ଞାନ କକ୍ଷ, ଇ-ଲାଇବ୍ରେରୀ, ପାନୀୟ ଜଳ ସୁବିଧା, ଖେଳ ପଡିଆର ଉନ୍ନତି ଇତ୍ୟାଦି କରାଯିବ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ସାମିଲ ହେବେ। ସେମାନଙ୍କ ସହଯୋଗରେ ଜିଲ୍ଲାର ୩୮ଟି ସ୍କୁଲର ଆଧୁନିକରଣ କରାଯିବ। ସରକାରଙ୍କ ଏହି ଯୋଜନାକୁ ପୁରାତନ ଛାତ୍ରଛାତ୍ରୀ ମାନେ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇଛନ୍ତି। ୫-ଟି ସଚିବଙ୍କ ସହ ବୈଠକରେ କିଛି ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ। ସଚିବ ଭି କେ ପାଣ୍ଡିଆନ ପିଲାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଖିଥିଲେ ଏବଂ ଲକ୍ଷ୍ୟ ପୂରଣ ଦିଗରେ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର