ବେଦାନ୍ତର ‘ପ୍ରକଳ୍ପ ଆରୋଗ୍ୟମ୍’ ଦ୍ୱାରା ଗ୍ରାମୀଣ ଓଡ଼ିଶାରେ କର୍କଟ ଚିହ୍ନଟ ପରୀକ୍ଷଣ

The Sakala Picture
Published On

ସୁନ୍ଦରଗଡ: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଛତିଶଗଡର ରାୟପୁର ସ୍ଥିତ ଅଗ୍ରଣୀ କର୍କଟ ଚିକିତ୍ସାଳୟ ବାଲକୋ ମେଡ଼ିକାଲ ସେଣ୍ଟର (ବିଏମସି) ସହଯୋଗରେ ଝାରସୁଗୁଡ଼ା ଜିଲ୍ଲା ନିକଟବର୍ତ୍ତୀ ବେଲପାହାଡ ଏବଂ ବିଲେଇମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ପ୍ରକଳ୍ପ ଆରୋଗ୍ୟମ୍-କିଓର ୱିଥ୍ କେୟାର’ ଅଧୀନରେ ଏକ ବ୍ୟାପକ କର୍କଟ ଚିହ୍ନଟ ପରୀକ୍ଷଣ ଏବଂ ସଚେତନତା ଅଭିଯାନ ପରିଚାଳନା କରାଯାଇଛି । ବିଏମସିର ଅତ୍ୟାଧୁନିକ ମୋବାଇଲ୍ କର୍କଟ ଚିହ୍ନଟ ଭ୍ୟାନ୍ ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ କରାଯାଇଥିଲା ଯେଉଁଥିରେ ମାମୋଗ୍ରାଫି, ପାପ୍ ସ୍ମିଅର୍ ଟେଷ୍ଟ […]

ସୁନ୍ଦରଗଡ: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଛତିଶଗଡର ରାୟପୁର ସ୍ଥିତ ଅଗ୍ରଣୀ କର୍କଟ ଚିକିତ୍ସାଳୟ ବାଲକୋ ମେଡ଼ିକାଲ ସେଣ୍ଟର (ବିଏମସି) ସହଯୋଗରେ ଝାରସୁଗୁଡ଼ା ଜିଲ୍ଲା ନିକଟବର୍ତ୍ତୀ ବେଲପାହାଡ ଏବଂ ବିଲେଇମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ପ୍ରକଳ୍ପ ଆରୋଗ୍ୟମ୍-କିଓର ୱିଥ୍ କେୟାର’ ଅଧୀନରେ ଏକ ବ୍ୟାପକ କର୍କଟ ଚିହ୍ନଟ ପରୀକ୍ଷଣ ଏବଂ ସଚେତନତା ଅଭିଯାନ ପରିଚାଳନା କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ବିଏମସିର ଅତ୍ୟାଧୁନିକ ମୋବାଇଲ୍ କର୍କଟ ଚିହ୍ନଟ ଭ୍ୟାନ୍ ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ କରାଯାଇଥିଲା ଯେଉଁଥିରେ ମାମୋଗ୍ରାଫି, ପାପ୍ ସ୍ମିଅର୍ ଟେଷ୍ଟ (ପିଇପି) ଏବଂ ବ୍ରଶ୍ ସାଇଟୋଲୋଜି ସମେତ ବ୍ୟାପକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଚିକିତ୍ସା ସମୟରେ ରୋଗୀଙ୍କ ସହିତ ଜଣେ ସହାୟକ ରହିବା ସହିତ ଅଧିକ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ବିଏମସି ମାଗଣା ଚିକିତ୍ସା ମଧ୍ୟ ପ୍ରଦାନ ଯୋଗାଇ ଦିଆଯାଇଥିଲା । ପରୀକ୍ଷଣ ସମୟରେ ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟସେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ମୋଟ ୧୮୨ ଜଣ ଉପକୃତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ (ଏବିଡିଓ) ଶ୍ରୀ ଜିତେନ୍ଦ୍ର ମୁଣ୍ଡା କହିଛନ୍ତି ଯେ “ବେଦାନ୍ତର ସ୍କ୍ରିନିଂ ଏବଂ ସଚେତନତା ଶିବିର ଏହି ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ହସ୍ତକ୍ଷେପ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କାରଣ କର୍କଟ ରୋଗ ବିରୁଦ୍ଧରେ ଲଢ଼େଇରେ ଶୀଘ୍ର ଚିହ୍ନଟ ଏବଂ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

ବେଦାନ୍ତ ଏଭଳି ପଦକ୍ଷେପ ନେଇ ଆଗକୁ ଆସି ଏଠାକାର ଲୋକଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିଥିବାରୁ ମୁଁ କମ୍ପାନୀକୁ ଧନ୍ୟବାଦ ଜଣାଉଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପରୀକ୍ଷା ଏବଂ ଚିକିତ୍ସା ସହିତ ଜଡିତ ଖର୍ଚ୍ଚ ବହନ କରିପାରିବେ ନାହିଁ ବୋଲି ଏବିଡିଓ ମନ୍ତବ୍ୟ ଦେଇଛନ୍ତି।

ବେଦାନ୍ତର ଗୋଷ୍ଠୀ ସ୍ୱାସ୍ଥ୍ୟ ପଦକ୍ଷେପ ଉପରେ ଆଲୋକପାତ କରି କୋଇଲା ଖଣିର ସିଇଓ ଶ୍ରୀ ଡାଭିଡ ଷ୍ଟୋନ କହିଛନ୍ତି, “ଗୋଷ୍ଠୀ ସ୍ୱାସ୍ଥ୍ୟ ହେଉଛି ଆମର ସାମାଜିକ ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆମର ବିବିଧ ସ୍ୱାସ୍ଥ୍ୟ ପଦକ୍ଷେପ ସ୍ବରୂପ ଦୁର୍ଗମ କୋଣ ଅନୁକାଣରେ ସୁସଜ୍ଜିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ପହଞ୍ଚୁଛି ଏବଂ ନିୟମିତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଛି ଯେଉଁଠାରେ ସେଗୁଡ଼ିକର ସବୁଠାରୁ ଅଧିକ ଆବଶ୍ୟକତା ରହିଛି।

ବିଏମସି ସହିତ ଆମର ସହଯୋଗ ମାଧ୍ୟମରେ ଆମେ ପ୍ରାରମ୍ଭିକ ଡାକ୍ତରୀ ସେବାକୁ ସୁଗମ କରୁଛୁ ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରୁଛୁ, ଯାହା ଦ୍ୱାରା ଏହି ଅଞ୍ଚଳରେ ଜୀବନର ଗୁଣବତ୍ତାରେ ଉନ୍ନତି ଘଟୁଛି”, ବୋଲି ସିଇଓ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର