ସରିଲା ପହଣ୍ଡି , ବାଟରେ ମାଉସୀ ପାଖରୁ ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଯିବେ ତିନି ଠାକୁର

The Sakala Picture
Published On

ପୁରୀ: ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ସରିଛି ପହଣ୍ଡି ନୀତିକାନ୍ତି। ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା। ଏହା ପରେ ୭ ଟା ୪୦ ରେ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା। ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଗୁଣ୍ଡିଚା ମନ୍ଦିରରୁ ରଥକୁ ପହଣ୍ଡି […]

ପୁରୀ: ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ସରିଛି ପହଣ୍ଡି ନୀତିକାନ୍ତି। ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା। ଏହା ପରେ ୭ ଟା ୪୦ ରେ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା। ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଗୁଣ୍ଡିଚା ମନ୍ଦିରରୁ ରଥକୁ ପହଣ୍ଡି ହୋଇ ବାହୁଡ଼ି ଆସିଥିଲେ ଜଗତର ନାଥ କାଳିଆ ସାଆନ୍ତ ଭାବ ବିନୋଦିଆ କାଳିଆ ଠାକୁର।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଏବେ ତିନି ରଥରେ ବିରାଜମାନ କରିସାରିଛନ୍ତି ଶ୍ରୀଜିଉ। ରଥ ଉପରେ ନୀତିକାନ୍ତି ରଥପୂଜା ସରିବା ପରେ ରାଜନଅଁରରୁ ରଥକୁ ଛେରାପହଁରା ପାଇଁ ଆସିବେ ରାଜା। ଏହାପରେ ଛେରା ପହଁରା ପରେ ଚାରମାଳ ବନ୍ଧା ଏବଂ ଘୋଡ଼ା ଜୋଖା ହେବା ପରେ ଆରମ୍ଭ ହେବ ରଥ ଟଣା କାର୍ଯ୍ୟକ୍ରମ। ସେପଟେ ବାଟରେ ମାଉସୀ ଘରେ ମାଉସୀ ପରସି ଦେବେ ସ୍ନେହର ପୋଡ଼ ପିଠା। କାଳିଆକୁ ଭାରି ପସନ୍ଦ ପୋଡ଼ ପିଠା। ସେଥିପାଇଁ ତ ମାଉସୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନରେ ତିଆରି କରିଛି କାଳିଆ ପାଇଁ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

20 Jul 2021 By The Sakala

ସରିଲା ପହଣ୍ଡି , ବାଟରେ ମାଉସୀ ପାଖରୁ ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଯିବେ ତିନି ଠାକୁର

ପୁରୀ: ସରିଲା ଶ୍ରୀଜିଉଙ୍କର ନବଦିନାତ୍ମକ ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ସରିଛି ପହଣ୍ଡି ନୀତିକାନ୍ତି। ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା। ଏହା ପରେ ୭ ଟା ୪୦ ରେ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା। ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଗୁଣ୍ଡିଚା ମନ୍ଦିରରୁ ରଥକୁ ପହଣ୍ଡି ହୋଇ ବାହୁଡ଼ି ଆସିଥିଲେ ଜଗତର ନାଥ କାଳିଆ ସାଆନ୍ତ ଭାବ ବିନୋଦିଆ କାଳିଆ ଠାକୁର।

ଏବେ ତିନି ରଥରେ ବିରାଜମାନ କରିସାରିଛନ୍ତି ଶ୍ରୀଜିଉ। ରଥ ଉପରେ ନୀତିକାନ୍ତି ରଥପୂଜା ସରିବା ପରେ ରାଜନଅଁରରୁ ରଥକୁ ଛେରାପହଁରା ପାଇଁ ଆସିବେ ରାଜା। ଏହାପରେ ଛେରା ପହଁରା ପରେ ଚାରମାଳ ବନ୍ଧା ଏବଂ ଘୋଡ଼ା ଜୋଖା ହେବା ପରେ ଆରମ୍ଭ ହେବ ରଥ ଟଣା କାର୍ଯ୍ୟକ୍ରମ। ସେପଟେ ବାଟରେ ମାଉସୀ ଘରେ ମାଉସୀ ପରସି ଦେବେ ସ୍ନେହର ପୋଡ଼ ପିଠା। କାଳିଆକୁ ଭାରି ପସନ୍ଦ ପୋଡ଼ ପିଠା। ସେଥିପାଇଁ ତ ମାଉସୀ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନରେ ତିଆରି କରିଛି କାଳିଆ ପାଇଁ ପୋଡ଼ ପିଠା। ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର