‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ହୋଇନି ନିମ୍ନମାନର କାମ, ଗୃହରେ ମାନିଲେ ପଞ୍ଚାୟତିରାଜ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ନିଜ ଛେପ ଢ଼ୋକିଲେ ରାଜ୍ୟ ସରକାର। ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମାନିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇନି ନିମ୍ନମାନର କାମ। ଆମ ଓଡ଼ିଶା ନବୀନ ଓଡ଼ିଶାର ଫାଇଲ ବି ପଞ୍ଚାୟତିରାଜ ବିଭାଗ ପାଖରେ ଅଛି। ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଅଛି ଏବଂ ଏଥି ନିମନ୍ତେ ଆବଶ୍ୟକୀୟ ଅର୍ଥ ପାଇଁ ବଜେଟରେ ପ୍ରାବଧାନ କରାଯାଇଥିଲା । ଉକ୍ତ ଯୋଜନା […]

ଭୁବନେଶ୍ବର: ନିଜ ଛେପ ଢ଼ୋକିଲେ ରାଜ୍ୟ ସରକାର। ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମାନିଲେ ଯେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇନି ନିମ୍ନମାନର କାମ। ଆମ ଓଡ଼ିଶା ନବୀନ ଓଡ଼ିଶାର ଫାଇଲ ବି ପଞ୍ଚାୟତିରାଜ ବିଭାଗ ପାଖରେ ଅଛି। ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଅଛି ଏବଂ ଏଥି ନିମନ୍ତେ ଆବଶ୍ୟକୀୟ ଅର୍ଥ ପାଇଁ ବଜେଟରେ ପ୍ରାବଧାନ କରାଯାଇଥିଲା । ଉକ୍ତ ଯୋଜନା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ କୌଣସି ଫାଇଲ୍ ପତ୍ର ନଥିବାର ଅଭିଯୋଗ ସତ୍ୟ ନୁହେଁ ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧୀନରେ ଗ୍ରହଣ କରାଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀତା ନିରନ୍ତର ଭାବେ ବ୍ଲକ, ଜିଲ୍ଲା ଏବଂ ବିଭାଗୀୟ ସ୍ତରରେ ସମୀକ୍ଷା କରାଯାଉଛି । ନିମ୍ନମାନର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରକାରଙ୍କ ଦୃଷ୍ଟିଗୋଚର ହେଲେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଏତଦବ୍ୟତୀତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ (AONO ) ଅଧୀନରେ ଗ୍ରହଣ କରାଯାଇଥିବା ପ୍ରକଳ୍ପଗୁଡ଼ିକ, ଯେଉଁଥିରେ ସର୍ବନିମ୍ନ ୨୦ % ବ୍ୟୟ କରାଯାଇଛି ତାହା ଏହି ଯୋଜନା ଅଧୀନରେ ସମ୍ପୂର୍ଣ କରାଯିବାର ପ୍ରାବଧାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

 

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର