ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମିଶନସକ୍ତିର ନିଆରା ପ୍ରୟାସ, ଏଣିକି ବିୟୁଟି ପାର୍ଲର ପ୍ରଶିକ୍ଷଣ ପାଇବେ ଗ୍ରାମାଞ୍ଚଳ ମହିଳା

The Sakala Picture
Published On

କେନ୍ଦ୍ରାପଡା : ଏଣିକି ଗ୍ରାମାଞ୍ଚଳ ମହିଳା ଓ ଯୁବତୀ ଆଉ ଦରିଦ୍ରତାର ଶିକାର ହେବେନି । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରର ବାଟ ଦେଖାଇବେ । ଆଉ ମହିଳା ଓ ଯୁବତୀ ଘରୋଇ ବନ୍ଧନର ଶିକାର ହେବେନି । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଜ ପରିବାରକୁ ରୋଜଗାର କରେଇବାକୁ ବାଟ ଦେଖାଇବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ କେନ୍ଦ୍ରାପଡାରେ ଆରମ୍ଭ ହେବାକୁ ଯାଉଛି ବିୟୁଟି ପାର୍ଲର ନେଇ ଗ୍ରାମାଞ୍ଚଳର ଯୁବତୀ ଓ […]

କେନ୍ଦ୍ରାପଡା : ଏଣିକି ଗ୍ରାମାଞ୍ଚଳ ମହିଳା ଓ ଯୁବତୀ ଆଉ ଦରିଦ୍ରତାର ଶିକାର ହେବେନି । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରର ବାଟ ଦେଖାଇବେ । ଆଉ ମହିଳା ଓ ଯୁବତୀ ଘରୋଇ ବନ୍ଧନର ଶିକାର ହେବେନି । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଜ ପରିବାରକୁ ରୋଜଗାର କରେଇବାକୁ ବାଟ ଦେଖାଇବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ କେନ୍ଦ୍ରାପଡାରେ ଆରମ୍ଭ ହେବାକୁ ଯାଉଛି ବିୟୁଟି ପାର୍ଲର ନେଇ ଗ୍ରାମାଞ୍ଚଳର ଯୁବତୀ ଓ ମହିଳାଙ୍କୁ ପ୍ରଶିକ୍ଷଣ । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ଯୁବତୀ ଓ ମହିଳାମାନଙ୍କୁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୮୦ ଜଣ ମହିଳାଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯିବ । ଏହାଛଡା ପ୍ରଶିକ୍ଷଣ ଶେଷ ହେବା ପରେ ସେମାନଙ୍କୁ ବିଭିନ୍ନ ବଜାରରେ ବିୟୁଟି ପାର୍ଲର ଦୋକାନ ଖୋଲିବାକୁ ମିଶନ ଶକ୍ତି ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଅମ୍ରିତି ଋତୁରାଜ କହିଛନ୍ତି । ଏହାଛଡ଼ା ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ବିୟୁଟି ପାର୍ଲର କରିବାକୁ ଯିଏ କେହି ଚାହିଁବେ ତେବେ ସେମାନଙ୍କୁ ବିନା ସୁଧରେ ବିଭାଗ ପକ୍ଷରୁ ଋଣ ଯୋଗାଇଦେବାର ବ୍ୟବସ୍ଥା ହୋଇଛି । ବିଶେଷ ଭାବରେ ଗ୍ରାମାଞ୍ଚଳର ମହିଳା ଓ ଯୁବତୀମାନଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯିବାକୁ ଯୋଜନା ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ପ୍ରଶିକ୍ଷଣରେ ହେୟାର ଷ୍ଟାଇଲିଂ, ତ୍ୱଚାର ଯତ୍ନ,ମେକଅପ, ନଖ ଯତ୍ନ, ସୁନ୍ଦରତା ପାଇଁ ଖାଦ୍ୟ ବ୍ୟବସ୍ଥା ବା ପୋଷଣ ତତ୍ତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହାଛଡା ଗ୍ରାହକଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରଶିକ୍ଷଣରେ ବ୍ୟବସ୍ଥା ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

19 Jul 2021 By The Sakala

ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମିଶନସକ୍ତିର ନିଆରା ପ୍ରୟାସ, ଏଣିକି ବିୟୁଟି ପାର୍ଲର ପ୍ରଶିକ୍ଷଣ ପାଇବେ ଗ୍ରାମାଞ୍ଚଳ ମହିଳା

କେନ୍ଦ୍ରାପଡା : ଏଣିକି ଗ୍ରାମାଞ୍ଚଳ ମହିଳା ଓ ଯୁବତୀ ଆଉ ଦରିଦ୍ରତାର ଶିକାର ହେବେନି । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରର ବାଟ ଦେଖାଇବେ । ଆଉ ମହିଳା ଓ ଯୁବତୀ ଘରୋଇ ବନ୍ଧନର ଶିକାର ହେବେନି । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଜ ପରିବାରକୁ ରୋଜଗାର କରେଇବାକୁ ବାଟ ଦେଖାଇବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ କେନ୍ଦ୍ରାପଡାରେ ଆରମ୍ଭ ହେବାକୁ ଯାଉଛି ବିୟୁଟି ପାର୍ଲର ନେଇ ଗ୍ରାମାଞ୍ଚଳର ଯୁବତୀ ଓ ମହିଳାଙ୍କୁ ପ୍ରଶିକ୍ଷଣ । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ଯୁବତୀ ଓ ମହିଳାମାନଙ୍କୁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୮୦ ଜଣ ମହିଳାଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯିବ । ଏହାଛଡା ପ୍ରଶିକ୍ଷଣ ଶେଷ ହେବା ପରେ ସେମାନଙ୍କୁ ବିଭିନ୍ନ ବଜାରରେ ବିୟୁଟି ପାର୍ଲର ଦୋକାନ ଖୋଲିବାକୁ ମିଶନ ଶକ୍ତି ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଅମ୍ରିତି ଋତୁରାଜ କହିଛନ୍ତି । ଏହାଛଡ଼ା ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ବିୟୁଟି ପାର୍ଲର କରିବାକୁ ଯିଏ କେହି ଚାହିଁବେ ତେବେ ସେମାନଙ୍କୁ ବିନା ସୁଧରେ ବିଭାଗ ପକ୍ଷରୁ ଋଣ ଯୋଗାଇଦେବାର ବ୍ୟବସ୍ଥା ହୋଇଛି । ବିଶେଷ ଭାବରେ ଗ୍ରାମାଞ୍ଚଳର ମହିଳା ଓ ଯୁବତୀମାନଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯିବାକୁ ଯୋଜନା ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ପ୍ରଶିକ୍ଷଣରେ ହେୟାର ଷ୍ଟାଇଲିଂ, ତ୍ୱଚାର ଯତ୍ନ,ମେକଅପ, ନଖ ଯତ୍ନ, ସୁନ୍ଦରତା ପାଇଁ ଖାଦ୍ୟ ବ୍ୟବସ୍ଥା ବା ପୋଷଣ ତତ୍ତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହାଛଡା ଗ୍ରାହକଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରଶିକ୍ଷଣରେ ବ୍ୟବସ୍ଥା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର