ପରିବା ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଲୁଟିନେଲେ ଟଙ୍କା ଓ ବାଇକ୍

The Sakala Picture
Published On

ଭୋଗରାଇ: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଲୁଟର ଶୀକାର ହୋଇଛନ୍ତି ଜନୈକ ପରିବା ବ୍ୟବସାୟୀ। ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ହାଣି ନଗଦ ଟଙ୍କା ସହ ବାଇକକୁ ଲୁଟି ନେଇ ଆଖିପିଛୁଳାକେ ସେଠାରୁ ଉଭାନ ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆକ୍ରମଣରେ ଶୀକାର ହୋଇଥିବା ବ୍ୟବସାୟଙ୍କୁ ଗୁତୁରର ଅବସ୍ଥାରେ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା […]

ଭୋଗରାଇ: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଲୁଟର ଶୀକାର ହୋଇଛନ୍ତି ଜନୈକ ପରିବା ବ୍ୟବସାୟୀ। ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ହାଣି ନଗଦ ଟଙ୍କା ସହ ବାଇକକୁ ଲୁଟି ନେଇ ଆଖିପିଛୁଳାକେ ସେଠାରୁ ଉଭାନ ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆକ୍ରମଣରେ ଶୀକାର ହୋଇଥିବା ବ୍ୟବସାୟଙ୍କୁ ଗୁତୁରର ଅବସ୍ଥାରେ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ସୂଚନା ଅନୁଯାୟୀ, ଭୋଗରାଇ ଥାନା ଅନ୍ତର୍ଗତ କୁଚିଲାଡଙ୍ଗର ଗ୍ରାମର ଶଶିକାନ୍ତ ପରିଡା ପରିବା ବ୍ୟବସାୟ କରୁଥିବା ବେଳେ ପ୍ରତିଦିନ ସେ ପରିବା କିଣିବା ପାଇଁ ବାଲିଆପାଳ ସିମୁଳିଆ ବଜାରକୁ ଯାଆନ୍ତି। ଏହି ଯିବା ସମୟରେ ଭୋରରୁ ଜଳେଶ୍ୱର -ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଟଗ୍ରାମ ପୋଲ ନିକଟରେ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ। ଭୁଜାଲିରେ ତାଙ୍କୁ ଆକ୍ରମଣ କରି ନଗଦ ୯ ହଜାର ଟଙ୍କା ଓ ବାଇକ ନେଇ ଆଖି ପିଛୁଳାକେ ସେଠାରୁ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶଶିକାନ୍ତଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ଵାସ୍ଥ୍ୟାକେନ୍ଦ୍ରରେ ଭର୍ତ୍ତି କରିଥିଲେ ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ କାମର୍ଦ୍ଦା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର