ପରିବା ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଲୁଟିନେଲେ ଟଙ୍କା ଓ ବାଇକ୍

The Sakala Picture
Published On

ଭୋଗରାଇ: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଲୁଟର ଶୀକାର ହୋଇଛନ୍ତି ଜନୈକ ପରିବା ବ୍ୟବସାୟୀ। ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ହାଣି ନଗଦ ଟଙ୍କା ସହ ବାଇକକୁ ଲୁଟି ନେଇ ଆଖିପିଛୁଳାକେ ସେଠାରୁ ଉଭାନ ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆକ୍ରମଣରେ ଶୀକାର ହୋଇଥିବା ବ୍ୟବସାୟଙ୍କୁ ଗୁତୁରର ଅବସ୍ଥାରେ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା […]

ଭୋଗରାଇ: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଲୁଟର ଶୀକାର ହୋଇଛନ୍ତି ଜନୈକ ପରିବା ବ୍ୟବସାୟୀ। ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ହାଣି ନଗଦ ଟଙ୍କା ସହ ବାଇକକୁ ଲୁଟି ନେଇ ଆଖିପିଛୁଳାକେ ସେଠାରୁ ଉଭାନ ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆକ୍ରମଣରେ ଶୀକାର ହୋଇଥିବା ବ୍ୟବସାୟଙ୍କୁ ଗୁତୁରର ଅବସ୍ଥାରେ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ସୂଚନା ଅନୁଯାୟୀ, ଭୋଗରାଇ ଥାନା ଅନ୍ତର୍ଗତ କୁଚିଲାଡଙ୍ଗର ଗ୍ରାମର ଶଶିକାନ୍ତ ପରିଡା ପରିବା ବ୍ୟବସାୟ କରୁଥିବା ବେଳେ ପ୍ରତିଦିନ ସେ ପରିବା କିଣିବା ପାଇଁ ବାଲିଆପାଳ ସିମୁଳିଆ ବଜାରକୁ ଯାଆନ୍ତି। ଏହି ଯିବା ସମୟରେ ଭୋରରୁ ଜଳେଶ୍ୱର -ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଟଗ୍ରାମ ପୋଲ ନିକଟରେ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ। ଭୁଜାଲିରେ ତାଙ୍କୁ ଆକ୍ରମଣ କରି ନଗଦ ୯ ହଜାର ଟଙ୍କା ଓ ବାଇକ ନେଇ ଆଖି ପିଛୁଳାକେ ସେଠାରୁ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶଶିକାନ୍ତଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ଵାସ୍ଥ୍ୟାକେନ୍ଦ୍ରରେ ଭର୍ତ୍ତି କରିଥିଲେ ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ କାମର୍ଦ୍ଦା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

19 Jul 2021 By The Sakala

ପରିବା ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଲୁଟିନେଲେ ଟଙ୍କା ଓ ବାଇକ୍

ଭୋଗରାଇ: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଲୁଟର ଶୀକାର ହୋଇଛନ୍ତି ଜନୈକ ପରିବା ବ୍ୟବସାୟୀ। ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ହାଣି ନଗଦ ଟଙ୍କା ସହ ବାଇକକୁ ଲୁଟି ନେଇ ଆଖିପିଛୁଳାକେ ସେଠାରୁ ଉଭାନ ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆକ୍ରମଣରେ ଶୀକାର ହୋଇଥିବା ବ୍ୟବସାୟଙ୍କୁ ଗୁତୁରର ଅବସ୍ଥାରେ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଭୋଗରାଇ ଥାନା ଅନ୍ତର୍ଗତ କୁଚିଲାଡଙ୍ଗର ଗ୍ରାମର ଶଶିକାନ୍ତ ପରିଡା ପରିବା ବ୍ୟବସାୟ କରୁଥିବା ବେଳେ ପ୍ରତିଦିନ ସେ ପରିବା କିଣିବା ପାଇଁ ବାଲିଆପାଳ ସିମୁଳିଆ ବଜାରକୁ ଯାଆନ୍ତି। ଏହି ଯିବା ସମୟରେ ଭୋରରୁ ଜଳେଶ୍ୱର -ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ବାଟଗ୍ରାମ ପୋଲ ନିକଟରେ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ। ଭୁଜାଲିରେ ତାଙ୍କୁ ଆକ୍ରମଣ କରି ନଗଦ ୯ ହଜାର ଟଙ୍କା ଓ ବାଇକ ନେଇ ଆଖି ପିଛୁଳାକେ ସେଠାରୁ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶଶିକାନ୍ତଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ଵାସ୍ଥ୍ୟାକେନ୍ଦ୍ରରେ ଭର୍ତ୍ତି କରିଥିଲେ ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ କାମର୍ଦ୍ଦା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

https://www.thesakala.in/latest-odisha-news/looted-bike-with-cash/article-3909
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର