ପ୍ରେମ ବିଫଳ ହେବା ଏକ ଅପରାଧ ନୁହେଁ, ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଖାରଜ କଲେ ହାଇକୋର୍ଟ

The Sakala Picture
Published On

କଟକ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଅପରାଧ ବିବେଚନା କରାଯିବା ପଛରେ ରହିଥିବା ଧାରଣା ଉପରେ ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। ଜଣେ ମହିଳା କେବଳ ପୁରୁଷ ସହ ଯୌନ ସମ୍ପର୍କ ବିବାହ ପ୍ରତିଶ୍ରୁତି ଆଧାରରେ ସ୍ଥାପନ କରିଥାଏ ବୋଲି ଧାରଣା ନ୍ୟାୟିକ ସିଦ୍ଧାନ୍ତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଣୁ ବିବାହ ପ୍ରତିଶ୍ରୁତି ଆଳରେ ଅସଫଳ ସମ୍ପର୍କର ସ୍ୱୟଂକ୍ରିୟ ଅପରାଧିକରଣର ଯାଞ୍ଚ କରାଯିବା ଉଚିତ। ପ୍ରେମ ବିଫଳ ହେବା ଅପରାଧ ନୁହେଁ […]

କଟକ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଅପରାଧ ବିବେଚନା କରାଯିବା ପଛରେ ରହିଥିବା ଧାରଣା ଉପରେ ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। ଜଣେ ମହିଳା କେବଳ ପୁରୁଷ ସହ ଯୌନ ସମ୍ପର୍କ ବିବାହ ପ୍ରତିଶ୍ରୁତି ଆଧାରରେ ସ୍ଥାପନ କରିଥାଏ ବୋଲି ଧାରଣା ନ୍ୟାୟିକ ସିଦ୍ଧାନ୍ତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଣୁ ବିବାହ ପ୍ରତିଶ୍ରୁତି ଆଳରେ ଅସଫଳ ସମ୍ପର୍କର ସ୍ୱୟଂକ୍ରିୟ ଅପରାଧିକରଣର ଯାଞ୍ଚ କରାଯିବା ଉଚିତ। ପ୍ରେମ ବିଫଳ ହେବା ଅପରାଧ ନୁହେଁ ବରଂ ଅସଫଳ ସମ୍ପର୍କ ବିବାହରେ ପରିଣତ ନହେବା ଏକ ବ୍ୟକ୍ତିଗତ ଅଭିଯୋଗ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଡ.ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରଦାନ କରିବା ସହ ଆବେଦନକାରୀଙ୍କ ବିରୋଧରେ ବଲାଙ୍ଗୀର ଟାଉନ ଥାନା ଓ ଏସଡିଜେଏମଙ୍କ ଅଦାଲତରେ ରୁଜୁ ମାମଲାକୁ ଖାରଜ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ମାମଲାରୁ ପ୍ରକାଶ ଯେ,ଆବେଦନକାରୀ ଓ ଅଭିଯୋଗକାରୀ ମହିଳାଙ୍କ ମଧ୍ୟରେ ୨୦୧୨ରୁ ୯ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଆବେଦନକାରୀ ବିବାହର ପ୍ରତିଶ୍ରୁତି ଦେଇ ଆସୁଥିଲେ। ଉଭୟଙ୍କ ମଧ୍ୟରେ ଯୌନସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ସମ୍ପର୍କ ଭାଙ୍ଗିଯାଇଥିଲା । ବିବାହ ପାଇଁ ଆବେଦନକାରୀ ରାଜି ନହେବାରୁ ମହିଳା ଜଣକ ୨୦୨୧ରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦେଇଥିଲେ। ତାଙ୍କ ସମ୍ମତି ବିନା ଆବେଦନକାରୀ ଯୌନ ସମ୍ପର୍କ ସ୍ଥାପନ କରି ଗର୍ଭବତୀ କରିଥିଲେ। ପରେ ତାଙ୍କର ଗର୍ଭପାତ କରାଇଥିଲେ ବୋଲି ଏତଲାରେ ଦର୍ଶାଇବା ସହ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଅଭିଯୋଗକାରୀ ପ୍ରେମିକା।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

୨୦୨୩ରେ ପୁଣି ଏସଡିଜେଏମଙ୍କ ଅଦାଲତରେ ଅଭିଯୋଗକାରୀ ମହିଳା ଜଣକ ଆଉ ଏକ ମାମଲା ଆବେଦନକାରୀଙ୍କ ନାମରେ ଦାୟର କରିଥିଲେ। ଯେଉଁଥିରେ ସେ ଓ ଆବେଦନକାରୀ ବିବାହ କରିଥିବା ଦର୍ଶାଇ ପତ୍ନୀ ମାନ୍ୟତା ଦାବି କରିଥିଲେ। ଦୁଇ ଅଭିଯୋଗର ଅସଂଗତି ଓ ପାରିପାରର୍ଶ୍ବିକ ପୃଷ୍ଠଭୂମିକୁ ତର୍ଜମା କରି ଆବେଦନକାରୀଙ୍କ ବିରୋଧରେ ରୁଜୁ ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

24 Feb 2025 By The Sakala

ପ୍ରେମ ବିଫଳ ହେବା ଏକ ଅପରାଧ ନୁହେଁ, ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଖାରଜ କଲେ ହାଇକୋର୍ଟ

କଟକ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଅପରାଧ ବିବେଚନା କରାଯିବା ପଛରେ ରହିଥିବା ଧାରଣା ଉପରେ ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। ଜଣେ ମହିଳା କେବଳ ପୁରୁଷ ସହ ଯୌନ ସମ୍ପର୍କ ବିବାହ ପ୍ରତିଶ୍ରୁତି ଆଧାରରେ ସ୍ଥାପନ କରିଥାଏ ବୋଲି ଧାରଣା ନ୍ୟାୟିକ ସିଦ୍ଧାନ୍ତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଣୁ ବିବାହ ପ୍ରତିଶ୍ରୁତି ଆଳରେ ଅସଫଳ ସମ୍ପର୍କର ସ୍ୱୟଂକ୍ରିୟ ଅପରାଧିକରଣର ଯାଞ୍ଚ କରାଯିବା ଉଚିତ। ପ୍ରେମ ବିଫଳ ହେବା ଅପରାଧ ନୁହେଁ ବରଂ ଅସଫଳ ସମ୍ପର୍କ ବିବାହରେ ପରିଣତ ନହେବା ଏକ ବ୍ୟକ୍ତିଗତ ଅଭିଯୋଗ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଡ.ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରଦାନ କରିବା ସହ ଆବେଦନକାରୀଙ୍କ ବିରୋଧରେ ବଲାଙ୍ଗୀର ଟାଉନ ଥାନା ଓ ଏସଡିଜେଏମଙ୍କ ଅଦାଲତରେ ରୁଜୁ ମାମଲାକୁ ଖାରଜ କରିଦେଇଛନ୍ତି।

ମାମଲାରୁ ପ୍ରକାଶ ଯେ,ଆବେଦନକାରୀ ଓ ଅଭିଯୋଗକାରୀ ମହିଳାଙ୍କ ମଧ୍ୟରେ ୨୦୧୨ରୁ ୯ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଆବେଦନକାରୀ ବିବାହର ପ୍ରତିଶ୍ରୁତି ଦେଇ ଆସୁଥିଲେ। ଉଭୟଙ୍କ ମଧ୍ୟରେ ଯୌନସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ସମ୍ପର୍କ ଭାଙ୍ଗିଯାଇଥିଲା । ବିବାହ ପାଇଁ ଆବେଦନକାରୀ ରାଜି ନହେବାରୁ ମହିଳା ଜଣକ ୨୦୨୧ରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦେଇଥିଲେ। ତାଙ୍କ ସମ୍ମତି ବିନା ଆବେଦନକାରୀ ଯୌନ ସମ୍ପର୍କ ସ୍ଥାପନ କରି ଗର୍ଭବତୀ କରିଥିଲେ। ପରେ ତାଙ୍କର ଗର୍ଭପାତ କରାଇଥିଲେ ବୋଲି ଏତଲାରେ ଦର୍ଶାଇବା ସହ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଅଭିଯୋଗକାରୀ ପ୍ରେମିକା।

୨୦୨୩ରେ ପୁଣି ଏସଡିଜେଏମଙ୍କ ଅଦାଲତରେ ଅଭିଯୋଗକାରୀ ମହିଳା ଜଣକ ଆଉ ଏକ ମାମଲା ଆବେଦନକାରୀଙ୍କ ନାମରେ ଦାୟର କରିଥିଲେ। ଯେଉଁଥିରେ ସେ ଓ ଆବେଦନକାରୀ ବିବାହ କରିଥିବା ଦର୍ଶାଇ ପତ୍ନୀ ମାନ୍ୟତା ଦାବି କରିଥିଲେ। ଦୁଇ ଅଭିଯୋଗର ଅସଂଗତି ଓ ପାରିପାରର୍ଶ୍ବିକ ପୃଷ୍ଠଭୂମିକୁ ତର୍ଜମା କରି ଆବେଦନକାରୀଙ୍କ ବିରୋଧରେ ରୁଜୁ ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର